ଜାତୀୟ

କଙ୍ଗନାଙ୍କ ଅଫିସ୍‌ ଭଙ୍ଗା ଉପରେ ପ୍ରଶ୍ନ ଉଠାଇଲା ଭାଜପା, ଏନ୍‌ସିପି

ମୁମ୍ବାଇ,୯।୯:ଅଭିନେତ୍ରୀ କଙ୍ଗନା କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ବିଏମସିର କାର୍ଯ୍ୟନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛି ଭାଜପା ଏବଂ ଏନ୍‌ସିପି। ଏନ୍‌ସିପି ନେତା ଶରଦ ପାଓ୍ବାର କହିଛନ୍ତି, ବିଏମସି ଏଭଳି କାର୍ଯ୍ୟ ଜରୁରୀ ନ ଥିଲା। ମୁମ୍ବାଇର ଆହୁରି ଅନେକ ଯାଗାରେ ଅବୈଧ କୋଠା…

ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ଆବେଦନ ଖାରଜ: ୧୩ ସେପ୍ଟେମ୍ବରରେ ହେବ ପରୀକ୍ଷା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‌ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। ନିଟ୍‌ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ସେପ୍ଟେମ୍ବର ୧୩ରେ ହେବ ବୋଲି କୋର୍ଟ…

ଧାର୍ମିକସ୍ଥଳ ଖୋଲିବା ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ଧାର୍ମିକ ସ୍ଥଳ ବନ୍ଦ ରହିଛି। ଧାର୍ମିକସ୍ଥଳ ଖୋଲିବା ନେଇ ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି। କୋର୍ଟ ପକ୍ଷରୁ ଏନେଇ କେନ୍ଦ୍ର ତଥା ରାଜ୍ୟ…

ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ୧୦୦ ଥର ଉଠ୍‌ବସ୍‌ ହେବି: ଜାଣନ୍ତୁ ଏପରି କାହିଁକି କହିଲେ ମମତା

କୋଲକାତା,୯।୯: ପଶ୍ଚିମବଙ୍ଗରେ ବେଶ୍‌ ଧୁମ୍‌ଧାମରେ ଦୂର୍ଗାପୂଜା ପାଳିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁର୍ଗାପୂଜା ପାଇଁ ଅନୁମତି ଦେଇ ନ ଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ବିରୋଧ କରାଯିବା…

ଅବସର ପରେ ପୁନର୍ନିଯୁକ୍ତି ମନା

ଡେରାଡୁନ୍‌, ୯।୯: ଏବେ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀଙ୍କୁ ଆଉ ପୁନର୍ନିଯୁକ୍ତି ମିଳିବ ନାହିଁ। ଏନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଉତଙ୍କ ସରକାର ନୂଆ ଆଇନ ଆଣିଛନ୍ତି। ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଠିକାରେ କୌଣସି ସରକାରୀ କାର୍ଯ୍ୟାଳୟରେ…

୨୧ ଦିନରେ ଦେଶକୁ କରୋନା ମୁକ୍ତ କରାଇବା ବଦଳରେ ଅର୍ଥବ୍ୟବସ୍ଥାକୁ ଡୁବେଇଲେ ମୋଦି

ନୂଆଦିଲ୍ଲୀ, ୯।୯: ଦେଶର ଅର୍ଥବ୍ୟବସ୍ଥା ନେଇ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଜାରି ରହିଛି। ଏନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୋଦି ୨୧ ଦିନରେ ଦେଶକୁ କରୋନା ମୁକ୍ତ କରିବାକୁ…

ରାଷ୍ଟ୍ରପତି ଭବନରେ ଆତ୍ମହତ୍ୟା କଲେ ହାବିଲଦାର

ନୂଆଦିଲ୍ଲୀ,୯।୯: ରାଷ୍ଟ୍ରପତି ଭବନରେ ରହୁଥିବା ସେନାର ଜଣେ ହାବିଲଦାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଟେକ୍‌ ବାହାଦୂର। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଆରଏମଲ ହସ୍ପିଟାଲ ପଠାଇଛି। ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଟେକ୍‌ ବାହାଦୂର ଫେବୃୟାରୀ…

ପିଏମ୍‌ କିଷାନ ଯୋଜନାରେ ୧୧୦ କୋଟି ହେରଫେର୍‌: ୮୦ କର୍ମଚାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ, ୯।୯: ଦେଶରେ ଚାଷୀଙ୍କ ବିକାଶ ପାଇଁ ପ୍ରଣୟନ ହୋଇଥିବା ‘ପିଏମ୍‌ କିଷାନ ଯୋଜନା’ରେ ୧୧୦ କୋଟିରୁ ଅଧିକ ଟଙ୍କା ହେରଫେର୍‌ ସମ୍ପର୍କରେ ଜଣାପଡ଼ିଛି। ଅନ୍‌ଲାଇନ୍‌ରେ ଟଙ୍କା ହିତାଧିକାରୀଙ୍କ ବଦଳରେ ଅନ୍ୟମାନଙ୍କ ଖାତାକୁ ଯାଇଥିବା କୁହାଯାଉଛି। ତାମିଲନାଡୁରେ ଏହାର ପର୍ଦ୍ଦାଫାଶ୍‌ ହୋଇଛି।…

ଭାରତ-ଚାଇନା ମଧ୍ୟରେ ମଧ୍ୟସ୍ଥତା କରିବାକୁ ମନା କଲା ରୁଷ

ମସ୍କୋ,୯।୯:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷର ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି। ବୈଦେଶିକ ମନ୍ତ୍ରୀ ଏଠାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ଏହି ବୈଠକ ବ୍ୟତୀତ ଜୟଶଙ୍କର ମଧ୍ୟ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ…

୨୧ରୁ ଖୋଲିବ ସ୍କୁଲ: ଜାରି ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ଥିବା ସ୍କୁଲ ସେପ୍ଟେମ୍ବର ୨୧ରୁ ଖୋଲିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ। ଏନେଇ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି।…

ଅଶୋକ ଲେଲାଣ୍ଡ୍‌ ଚେୟାରମ୍ୟାନ୍‌ଙ୍କ ପରଲୋକ

ଚେନ୍ନାଇ,୯।୯: ହିନ୍ଦୁଜା ଗ୍ରୁପର ପ୍ରମୁଖ କମ୍ପାନୀ ଅଶୋକ ଲେଲାଣ୍ଡର ଚେୟାରମ୍ୟାନ ଆରଜେ ଶାହାନୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଶାହାନୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଏହି କମ୍ପାନୀର ପ୍ରଥମ ଭାରତୀୟ ଏମଡି…

ମୃତ୍ୟୁ ହାର କମୁଛି, ବଢୁଛି ସୁସ୍ଥ ହେବା ସଂଖ୍ୟା: ୫ ରାଜ୍ୟରେ ସ୍ଥିତିରେ ଆସୁନି ସୁଧାର

ନୂଆଦିଲ୍ଲୀ, ୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର କମୁଥିବା ବେଳେ ସୁସ୍ଥ ହେବାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୃତ୍ୟୁ ହାର କମି ୧.୬୯ ପ୍ରତିଶତ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?