Posted inଜାତୀୟ

୩ ଶ୍ରମ ସଂସ୍କାର ବିଲ୍‌ ସଂସଦରେ ପାରିତ

ନୂଆଦିଲ୍ଲୀ,୨୪।୯(ପି.ଟି.): ପାର୍ଲାମେଣ୍ଟରେ ବୁଧବାର ୩ଗୋଟି ଶ୍ରମ ସଂସ୍କାର ବିଲ୍‌କୁ ଅନୁମୋଦନ ମିଳିଛି। ଏହି ବିଲ୍‌ କମ୍ପାନୀଗୁଡ଼ିକର ପ୍ରତିବନ୍ଧକକୁ ଦୂର କରିବ। ଏଥିସହ ଯେଉଁ କମ୍ପାନୀରେ ୩୦୦ ପର୍ଯ୍ୟନ୍ତ ସଂଗଠିତ ଶ୍ରମିକ କାର୍ଯ୍ୟ କରୁଥିବେ ଛଟେଇ ସମୟରେ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ନାହିଁ। ଯାହାଦ୍ୱାରା କମ୍ପାନୀଗୁଡ଼ିକ ଅଧିକ ପୁଞ୍ଜି ନିବେଶ ପ୍ରତି ଆଗ୍ରହ ପ୍ରକାଶ କରିବା ସହ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ମଙ୍ଗଳବାର ଲୋକ ସଭାରେ ଅକୁପେଶନାଲ ସେଫ୍ଟି, ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନସ୍‌ କୋଡ୍‌-୨୦୨୦, ଇଣ୍ଡଷ୍ଟ୍ରିୟାଲ ରିଲେଶନ କୋଡ ବିଲ୍‌-୨୦୨୦ ଏବଂ ସାମାଜିକ ସୁରକ୍ଷା ବିଲ୍‌-୨୦୨୦ଗୃହୀତ ହୋଇଥିଲା। ବୁଧବାର ରାଜ୍ୟ ସଭାରେ କଂଗ୍ରେସ ସମେତ ଟିଏମ୍‌ସି ଏବଂ ବାମଦଳ ଗୁଡ଼ିକ ଗୃହତ୍ୟାଗ କରିଥିବା ସତ୍ତ୍ୱେ ଧ୍ୱନି ମତରେ ଉକ୍ତ ୩ ବିଲ୍‌କୁ ପାରିତ କରାଯାଇଛି। ଉଭୟ ଗୃହରେ ବିଲ୍‌ ପାରିତ ହୋଇଥିବାରୁ ଏହାକୁ ସଂସଦର ଅନୁମୋଦନ ମିଳିଛି। ୨୯ କେନ୍ଦ୍ରୀୟ ଶ୍ରମ ଆଇନ ମିଶ୍ରଣରେ ୪ଟି ଶ୍ରମ କୋର୍ଡ ଗଠନ ହୋଇଛି। ସରକାର ଆଣିଥିବା ନୂଆ ଶ୍ରମ ସଂସ୍କାର ବିଲ୍‌ରେ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ ଏବଂ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ସଭାରେ ଏହି ବିଲ୍‌ ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର କହିଥିଲେ ଯେ, ବ୍ୟବସାୟିକ ବ୍ୟବସ୍ଥାରେ ସ୍ବଚ୍ଛତା ପାଇଁ ଶ୍ରମ ଆଇନରେ ସଂସ୍କାର ଅଣାଯାଇଛି। ଦେଶର ପ୍ରାୟ ୧୬ଟି ରଜ୍ୟରେ ୩୦୦ କର୍ମଚାରୀ ଥିବା କମ୍ପାନୀଗୁଡ଼ିକ ସରକାରଙ୍କ ବିନା ଅନୁମତିରେ ଶ୍ରମିକ ଛଟେଇ ବ୍ୟବସ୍ଥା ଲାଗୁ କରିଛନ୍ତି। ସରକାରଙ୍କ ବିନା ଅନୁମତିରେ କମ୍ପାନୀଗୁଡ଼ିକରେ ଶ୍ରମିକମାନଙ୍କ ଛଟେଇ ସୀମା ୩୦୦କୁ ବୃଦ୍ଧି କରିବାକୁ ପାର୍ଲାମେଣ୍ଟର ଶ୍ରମ ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟି ସୁପାରିଶ କରିଥିଲା। ପୂର୍ବରୁ କମ୍ପାନୀଗୁଡ଼ିକ ସରକାରଙ୍କ ବିନା ଅନୁମତିରେ ୧୦୦ରୁ ଅଧିକ ଶ୍ରମିକ ନିଯୁକ୍ତି କରିପାରୁ ନ ଥିଲେ। ଫଳରେ ଅଣସଂଗଠିତ ନିଯୁକ୍ତି ବଢ଼ି ଚାଲିଥିଲା। ୨୦୧୯ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ରାଜସ୍ଥାନରେ ନିଯୁକ୍ତି ସୃଷ୍ଟିରେ ଉନ୍ନତି ଆସିଥିବାବେଳେ କର୍ମଚାରୀ ଛଟେଇ ହ୍ରାସ ପାଇଥିଲା। ନୂତନ ଶ୍ରମ ସଂସ୍କାର ଆଇନ ହେବା ଦ୍ୱାରା ନିବେଶକଙ୍କୁ ବଡ଼ ଫ୍ୟାକ୍ଟ୍ରି ସ୍ଥାପନ କରିବାଲାଗି ଉତ୍ସାହିତ କରିବା ସହ ବୃହତ୍‌ ପରିମାଣରେ ନିଯୁକ୍ତି ସୃଷ୍ଟିର ସୁବିଧା ହୋଇପାରିବ ବୋଲି ଗଙ୍ଗଓ୍ବାର କହିଥିଲେ। ଏହି ବିଲ୍‌ ଶ୍ରମିକମାନଙ୍କ ସ୍ବାର୍ଥ ରକ୍ଷା କରିବା ସହ ସାର୍ବଜନିନ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହେବ। ବିଶେଷକରି କର୍ମଚାରୀ ଭବିଷ୍ୟନିଧି ଏବଂ ରାଜ୍ୟ କର୍ମଚାରୀ ନିଗମର ସୁବିଧା କରିବ। ଏହା ଦ୍ୱାରା ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୪୦କୋଟି ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୂକ୍ତ କରାଯାଇପାରିବ। ଏହି ଆଲୋଚନାରେ ଭାଗ ନେଇ ବିଜେଡି ଏମ୍‌ପି ସୁବାସ ସିଂ କହିଥିଲେ ଯେ, ଏହି ନୂଆ ବିଲ୍‌ ଶ୍ରମିକ ଆନ୍ଦୋଳନ ନୀତିକୁ ପ୍ରଭାବ ଶୂନ୍ୟ କରିବା ସହ ନିଯୁକ୍ତିିଦାତାଙ୍କୁ ସୁହାଇବା ଭଳି କାର୍ଯ୍ୟ କରିବ। ତଥାପି ଏହି ବିଲ୍‌ରେ ଏକାଧିକ ଶ୍ରମିକ କଲ୍ୟାଣ ବ୍ୟବସ୍ଥା ରଖାଯାଇଛି ବୋଲି ସିଂ କହିଛନ୍ତି। ବିଲ୍‌କୁ ସମର୍ଥନ କରି ଜେଡିୟୁ ଏମ୍‌ପି ଆର୍‌.ସି.ପି ସିଂ କହିଥିଲେ ଯେ ଏହା ଉଭୟ ଶମିକ ଏବଂ ଶ୍ରମଦାତାଙ୍କ ଲାଗି ଫଳପ୍ରଦ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ମହିଳା, ତାପରେ….

ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

ରୋଜଗାର ଦେଇଛି ମୂର୍ତ୍ତି କାରିଗରୀ: ୯ ଜଣଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ତିରନ

କର୍ଲାମୁଣ୍ଡା,୧୪।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ୧ କିଲୋମିଟର ଦୂରରେ ରହିଛି କର୍ଲାମୁଣ୍ଡା (ବସ୍ତି)। ଏହି ଗାଁରେ ରୁହନ୍ତି ଶିଳ୍ପୀ ଟିରନ…

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri