ଜାତୀୟ

ହାଥରସ ଗଣ ବଳାତ୍କାର ମାମଲା: ପୀଡ଼ିତା ପରିବାରଙ୍କୁ ଭେଟିବେ ରାହୁଲ-ପ୍ରିୟଙ୍କା

ଲକ୍ଷ୍ନୌ,୧ ।୧୦: ଉତ୍ତର ପ୍ରଦେଶ ହାଥରସରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଏବେ ସାରା ଦେଶରେ ପ୍ରଦର୍ଶନ ଜାରି ରହିଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କର ମୃତଦେହକୁ ଜବରଦସ୍ତ ସଂସ୍କାର କରାଯାଇଥିବା କୁହାଯାଉଥିବା ବେଳେ ଏବେ…

ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଲାନ୍ସ୍‌ ନାଏକ ଶହୀଦ୍‌

ଶ୍ରୀନଗର, ୧।୧୦: ଜମ୍ମୁ-କଶ୍ମୀରସ୍ଥିତ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଲ୍‌ଓସିର ପୁଞ୍ଚ୍‌ ଜିଲାର ମାନକୋଟ ସେକ୍ଟର ଏବଂ କ୍ରିଷ୍ଣାଘାଟି ସେକ୍ଟରଠାରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ପାକିସ୍ତାନ ପଟୁ ମୋର୍ଟାର ଶେଲିଂ ମାଡ଼…

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ ଦାଖଲ ଆରମ୍ଭ

ପାଟନା,୧ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଅକ୍ଟୋବର ୨୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଗୁରୁବାର ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ । କରୋନା ସମୟରେ…

ଯୁକ୍ତିଯୁକ୍ତ ଉପସଂହାର: ଜଷ୍ଟିସ ଯାଦବ

ନୂଆଦିଲ୍ଲୀ, ୧।୧୦:ବାବ୍ରି ମସ୍‌ଜିଦ୍‌ ଭଙ୍ଗ ମାମଲାର ରାୟ ପ୍ରକାଶ ପାଇବା ପରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ସ୍ବତନ୍ତ୍ର ସିବିଆଇ ଜଜ୍‌ ସୁରେନ୍ଦ୍ର କୁମାର ଯାଦବ। ଜଷ୍ଟିସ୍‌ ଯାଦବ ୨୦୧୯ରେ ଅବସର ଗ୍ରହଣ କରିବାର ଥିଲା। ହେଲେ ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି…

ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍‌

ନୂଆଦିଲ୍ଲୀ,୧।୧୦: ଅନ୍‌ଲକ୍‌ ୫.୦ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଅକ୍ଟୋବର ୧୫ରୁ ସର୍ତ୍ତମୂଳକ ଭାବେ ସିନେମା ହଲ୍‌ ଓ ଥିଏଟର ଖୋଲିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ଅଧା ଦର୍ଶକଙ୍କୁ ନେଇ ସିନେମା, ଥିଏଟର ଚଲାଇବାକୁ…

‘ମସ୍‌ଜିଦ୍‌ ଭଙ୍ଗା ମ୍ୟାଜିକ୍‌ ଥିଲା କି’

ହାଇଦ୍ରାବାଦ,୧ା୧୦: ବାବ୍ରି ମସ୍‌ଜିଦ ଧ୍ୱଂସ ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମସ୍‌ଜିଦ ଭଙ୍ଗା ଘଟଣା ଯୋଜନାବଦ୍ଧ ନ ଥିଲା, ଆକସ୍ମିକ ଥିଲା ବୋଲି କୋର୍ଟ କହିଛନ୍ତି। ଏହାକୁ ନେଇ ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌…

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟୁଇଟ୍‌ ଯୋଗେ କହିଛନ୍ତି ଯେ, ରାଷ୍ଟ୍ରପତି ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ସମୃଦ୍ଧ ଜ୍ଞାନ ଏବଂ ନୀତି ସମ୍ବନ୍ଧୀୟ ବୁଝାମଣା ଆମ ଦେଶ ପାଇଁ ମହତ୍ୱପୂର୍ଣ।…

କରୋନା ପରେ ଆସୁଛି କଙ୍ଗୋ ଜ୍ୱର: ସତର୍କ ସୂଚନା ଜାରି

ସମସ୍ତ ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଛି। ଏହାରି ମଧ୍ୟରେ ଆଉ ଏକ ରୋଗ ‘କଙ୍ଗୋ ଜ୍ୱର’ ବ୍ୟାପିବା ଆଶଙ୍କାରେ ସତର୍କ ସୂଚନା ଜାରି କରାଯାଇଛି। ଏ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗୁଜୁରାଟର କିଛି ଅଞ୍ଚଳରେ ପଶୁ,…

ଏହି ୨ ରାଜ୍ୟରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ିଲା ଲକ୍‌ ଡାଉନ୍‌

ନୂଆଦିଲ୍ଲୀ, ୩୦।୯: କରୋନା ଭାଇରସ୍‌ର ପ୍ରକୋପକୁ ନଜରରେ ରଖି ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ଲକ୍‌ ଡାଉନ୍‌ ଅବଧିକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମହାରାଷ୍ଟ୍ର ସରକାର ଅକ୍ଟୋବର ୫ରୁ ହୋଟେଲ, ଫୁଡ୍‌ କୋର୍ଟ ଓ ରେଷ୍ଟୁରାଣ୍ଟଗୁଡ଼ିକୁ ୫୦ ପ୍ରତିଶତ କ୍ଷମତା…

ମଣିଷଖିଆ ବାଘକୁ ହତ୍ୟା କଲା ବନ ବିଭାଗ

ଡେରାଡୁନ, ୩୦।୯: ଉତ୍ତରାଖଣ୍ଡ ପିଥୋରଗଡ଼ ଜିଲାରେ ବୁଧବାର ସକାଳେ ବନ ବିଭାଗ ନିଯୁକ୍ତ ଜଣେ ଶିକାରୀ ଦ୍ୱାରା ଏକ ଚିତା ବାଘକୁ ଗୁଳି କରି ହତ୍ୟା କରାଯାଇଛି। ଏହି ବାଘର ଆକ୍ରମଣରେ ଜିଲାରେ ୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର…

ଅନ୍‌ଲକ-୫ ଗାଇଡଲାଇନ ଜାରି: ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ

ନୂଆଦିଲ୍ଲୀ,୩୦।୯- କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୫ ଗାଇଡଲାଇନ ଜାରି କରିଛନ୍ତି। ସ୍କୁଲ ଖୋଲିବା ସମ୍ପର୍କରେ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେଇପାରିବେ ବୋଲି ଅନୁମତି ଦିଆଯାଇଛି। ସେହିପରି ଅକ୍ଟୋବର ୧୫ରୁ ସିନେମା ହଲ ଓ ଥିଏଟର ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି…

ଏହି ରାଜ୍ୟରେ ଛାଡ ହେଲା ୨୫% ସ୍କୁଲ ଫି

ଅହମଦାବାଦ,୩୦।୯-ଏଣିକି ଗୁଜୁରାଟରେ ସ୍କୁଲ ଫି ବାବଦରେ ୨୫% ଛାଡ କରାଯିବ। ‘ସିବିଏସଇ’ ସ୍କୁଲ ସମେତ ଗୁଜରାଟର ସମସ୍ତ ସ୍କୁଲରେ ଏହା ଲାଗୁ ହେବ। ଏ ନେଇ ବୁଧବାର ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଦାସାମା କହିଛନ୍ତି, ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?