Posted inଜାତୀୟ

ଯୁକ୍ତିଯୁକ୍ତ ଉପସଂହାର: ଜଷ୍ଟିସ ଯାଦବ

ନୂଆଦିଲ୍ଲୀ, ୧।୧୦:ବାବ୍ରି ମସ୍‌ଜିଦ୍‌ ଭଙ୍ଗ ମାମଲାର ରାୟ ପ୍ରକାଶ ପାଇବା ପରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ସ୍ବତନ୍ତ୍ର ସିବିଆଇ ଜଜ୍‌ ସୁରେନ୍ଦ୍ର କୁମାର ଯାଦବ। ଜଷ୍ଟିସ୍‌ ଯାଦବ ୨୦୧୯ରେ ଅବସର ଗ୍ରହଣ କରିବାର ଥିଲା। ହେଲେ ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି ସୁପ୍ରିମକୋର୍ଟ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ତାଙ୍କୁ ୫ବର୍ଷ ତଳେ ସିବିଆଇର ସ୍ବତନ୍ତ୍ର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ମାମଲାର ରାୟ ପ୍ରକାଶ କରିବା ପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ବାବ୍ରି ମାମଲା ଅନେକ ରାତି ଅନିଦ୍ରା ରଖିଥିଲା। ଖୁସିର କଥା ଯେ, ଏହାର ଯୁକ୍ତିଯୁକ୍ତ ଉପସଂହାର ଆଣିପାରିଛି’।
ଜୈନପୁର ଅଧୀନ ପଖାନପୁର ଗ୍ରାମର ମୂଳ ବାସିନ୍ଦା ସୁରେନ୍ଦ୍ରଙ୍କ ଜନ୍ମ ୧୯୫୯ରେ। ପିଲାଦିନରୁ ପାଠ ପଢ଼ିବାରେ ବିଶେଷ ରୁଚି ରଖୁଥିବା ସୁରେନ୍ଦ୍ର ୩୧ବର୍ଷ ବୟସରେ ନ୍ୟାୟିକ ସେବା ବ୍ୟବସ୍ଥାରେ ନିଯୁକ୍ତି ପାଇଥିଲେ। ଫୈଜାବାଦ କୋର୍ଟର ଅତିରିକ୍ତ ଜିଲା ଦୌରାଜଜ୍‌ ଭାବେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା। ବିଭିନ୍ନ ନ୍ୟାୟାଳୟରେ ଦାୟିତ୍ୱ ନିର୍ବାହ କରିବା ପରେ ତାଙ୍କୁ ଲକ୍ଷ୍ନୌ ଜିଲା ଦୌରାଜଜ୍‌ ଭାବେ ପଦୋନ୍ନତି ମିଳିଥିଲା। ବାବ୍ରି ମସ୍‌ଜିଦ ଭଙ୍ଗ ଘଟଣାର ରାୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ସ୍ବତନ୍ତ୍ର ଜଜ୍‌ ଭାବେ ନିଯୁକ୍ତ କରାଯାଇଥିଲା। ଜିଲା ଜଜ୍‌ ପଦବୀରୁ ଅବସର ନେବା ସତ୍ତ୍ୱେ ସେ ସ୍ବତନ୍ତ୍ର ଜଜ୍‌ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଅଯୋଧ୍ୟା ରାମ ଜନ୍ମଭୂମି ଏବଂ ବାବ୍ରି ମସ୍‌ଜିଦ ଭଙ୍ଗ ମାମଲାରେ ନ୍ୟାୟାଧୀଶ ସୁରେନ୍ଦ୍ରଙ୍କ ଯଥେଷ୍ଟ ଅଭିଜ୍ଞତା ରହିଥିଲା। ତେଣୁ ବାବ୍ରି ମସ୍‌ଜିଦ୍‌ ଧ୍ୱଂସ ମାମଲା ନିଷ୍କର୍ଷ ବାହାରିବା ଯାଏ ଦାୟିତ୍ୱ ତୁଲାଇବାକୁ ତାଙ୍କୁ ସୁପ୍ରିମ୍‌କୋର୍ଟ କହିଥିଲେ। ରାୟ ପ୍ରଦାନ କରିବା ସହ ଜଷ୍ଟିସ୍‌ ଯାଦବ ଅବସର ନେଇଛନ୍ତି।

କେମିତି ଭାଙ୍ଗିଥିଲା ବାବ୍ରି ମସ୍‌ଜିଦ

୧୯୯୨ ମସିହା ଡିସେମ୍ବର ୬ରେ ଅଯୋଧ୍ୟାସ୍ଥିତ ବାବ୍ରି ମସ୍‌ଜିଦ ଭଙ୍ଗାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ଓ ଏହାର ସହଯୋଗୀ ସଙ୍ଗଠନଗୁଡ଼ିକ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ଷୋଡ଼ଶ ଶତାବ୍ଦୀର ଏହି ମସ୍‌ଜିଦକୁ ଟାର୍ଗେଟ କରାଯାଇଥିଲା। ପ୍ରଥମେ ହିନ୍ଦୁ ନ୍ୟାଶନାଲିଷ୍ଟ ସଙ୍ଗଠନ ପକ୍ଷରୁ ଏନେଇ ଏକ ରାଲି ବାହାରିଥିଲା। ପରେ ଏହା ହିଂସାତ୍ମକ ରୂପ ନେଇଥିଲା। ଅଯୋଧ୍ୟା ମହାପୁରୁଷ ରାମଙ୍କ ଜନ୍ମସ୍ଥାନ ହୋଇଥିବାରୁ ଏଠାରେ ରାମମନ୍ଦିର ନିର୍ମାଣ ଲାଗି ଦାବି କରାଯାଇଥିଲା। ଏଠାରେ ରାମମନ୍ଦିର ନିର୍ମାଣ ଲାଗି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୯୮୦ରେ କ୍ୟାମ୍ପେନ୍‌ ଆରମ୍ଭ ହୋଇଥିଲା। ଭାଜପା ପକ୍ଷରୁ ଏହାକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରାଯାଇଥିଲା। ଅନେକ ରାଲି ଓ ସଭା କରାଯାଇ ଆନ୍ଦୋଳନକୁ ତୀବ୍ରତର କରାଯାଇଥିଲା। ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ରାମ ରଥ ଯାତ୍ରା କରାଯାଇଥିଲା। ୧୯୯୨ ଡିସେମ୍ବର ୬ରେ ଭିଏଚ୍‌ପି ଓ ଭାଜପା ପକ୍ଷରୁ ୧.୫୦ ଲକ୍ଷ କାରସେବକଙ୍କୁ ନେଇ ବାବ୍ରି ମସ୍‌ଜିଦ ନିକଟରେ ରାଲି କରାଯାଇଥିଲା। ରାଲି ଭୟଙ୍କର ରୂପ ନେବା ସହ କାରସେବକମାନେ ସୁରକ୍ଷାବଳୟ ଭାଙ୍ଗି ମସ୍‌ଜିଦକୁ କ୍ଷତି ପହଞ୍ଚାଇ ଭାଙ୍ଗିଦେଇଥିଲେ। ଏହାକୁ ନେଇ ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଇଥିଲା।

ବାବ୍ରି ମସ୍‌ଜିଦ ଭଙ୍ଗ ମାମଲାର ଘଟଣାକ୍ରମ
୧୫୨୮: ମୋଗଲ ସମ୍ରାଟ ବାବରଙ୍କ କମାଣ୍ଡର ମିର ବାକି ବାବ୍ରୀ ମସ୍‌ଜିଦ ନିର୍ମାଣ କରିଥିଲେ।
୧୮୮୫: ମହନ୍ତ ରଘୁବୀର ଦାସ ଫୈଜାବାଦ ଜିଲା କୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ବିବାଦୀୟ ଢାଞ୍ଚା ବାହାରେ ଏକ ଛତ୍ରୀ ନିର୍ମାଣ ପାଇଁ ଅନୁମତି ଦେବାକୁ ସେ ଏଥିରେ ଅନୁରୋଧ କରିଥିଲେ। କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।
୧୯୪୯: ବିବାଦୀୟ ଢାଞ୍ଚା ବାହାରେ କେନ୍ଦ୍ରୀୟ ଗମ୍ବୁଜ ତଳେ ରାମ ଲାଲାଙ୍କ ପୂଜା ଆରମ୍ଭ କରାଗଲା।
୧୯୫୦: ରାମ ଲାଲାଙ୍କ ମୂର୍ତ୍ତି ପୂଜା ପାଇଁ ଅଧିକାର ଦାବିକରି ଫୈଜାବାଦ ଜିଲା କୋର୍ଟରେ ଗୋପାଳ ସିମ୍‌ଲା ବିଶାରଦ ଏକ ସୁଟ୍‌ ଫାଇଲ୍‌ କରିଥିଲେ।
ରାମଚନ୍ଦ୍ର ଦାସ ମଧ୍ୟ ଏକ ସୁଟ୍‌ ଫାଇଲ କରିଥିଲେ। ଏଥିରେ ସେ ମୂର୍ତ୍ତି ରଖିବା ଓ ପୂଜା କରିବା ପାଇଁ ଆବେଦନ କରିଥିଲେ।
୧୯୫୯: ବିବାଦୀୟ ଭୂମିର ଦଖଲ ପାଇଁ ନିର୍ମୋହୀ ଆଖଡ଼ା ପକ୍ଷରୁ ଏକ ସୁଟ୍‌ ଫାଇଲ କରାଯାଇଥିଲା।
୧୯୮୧: ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡ ଭୂମି ଦଖଲ ଲାଗି ପିଟିଶନ ଦାଏର କରିଥିଲା।
୧୯୮୬ ଫେବୃୟାରୀ ୧: ହିନ୍ଦୁ ପୂଜକମାନଙ୍କ ପାଇଁ ଉକ୍ତ ସ୍ଥାନ ଖୋଲିବା ଲାଗି ସ୍ଥାନୀୟ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୧୯୮୯ ଅଗଷ୍ଟ ୧୪: ବିବାଦୀୟ ଢାଞ୍ଚାକୁ ନେଇ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଆଲ୍ଲାହାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
୧୯୯୨ ଡିସେମ୍ବର ୬: ବାବ୍ରୀ ମସ୍‌ଜିଦ ଭଙ୍ଗାଗଲା।
୧୯୯୩ ଏପ୍ରିଲ ୩: ବିବାଦୀୟ ଅଞ୍ଚଳରେ ଭୂମି ଅଧିଗ୍ରହଣ ପାଇଁ କେନ୍ଦ୍ର ସରକାର ‘ଅଯୋଧ୍ୟାରେ ନିର୍ଦ୍ଦିଷ୍ଟ ଅଞ୍ଚଳ ଅଧିଗ୍ରହଣ ଆଇନ’ ଆଣିଲେ।
ଆଇନକୁ ଚ୍ୟାଲେଞ୍ଜ କରି ଇସ୍‌ମାଇଲ୍‌ ଫାରୁକୀଙ୍କ ସମେତ ଅନେକ ପକ୍ଷ ଆଲ୍ଲାହାବାଦ ହାଇକୋର୍ଟରେ ଏକାଧିକ ରିଟ୍‌ ପିଟିଶନ ଦାଏର କରିଥିଲେ।
ବିଚାରାଧୀନ ସମସ୍ତ ରିଟ୍‌ ପିଟିଶନକୁ ଅନୁଚ୍ଛେଦ ୧୩୯ଏ ଅନୁସାରେ ସୁପ୍ରିମକୋର୍ଟ ସ୍ଥାନାନ୍ତର କରି ନିଜ ପାଖକୁ ନେଲେ।
୧୯୯୪ ଅକ୍ଟୋବର ୨୪: ମସ୍‌ଜିଦ ଇସ୍‌ଲାମର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଇସ୍‌ମାଇଲ୍‌ ଫାରୁକି ମାମଲାରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ।
୨୦୦୨ ଏପ୍ରିଲ: ବିବାଦୀୟ ସ୍ଥାନର ମାଲିକାନା ନିର୍ଦ୍ଧାରଣକୁ ନେଇ ହାଇକୋର୍ଟରେ ଶୁଣାଣି ଆରମ୍ଭ ହେଲା।
୨୦୦୩ ମାର୍ଚ୍ଚ ୧୩: ଅଧିଗୃହୀତ ଜମିରେ କୌଣସି ଧାର୍ମିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ ବୋଲି ଅସ୍‌ଲମ ଓରଫ୍‌ ଭୁରେ ମାମଲାରେ ସୁପ୍ରିମକୋର୍ଟ ବାରଣ କଲେ।
୨୦୧୦ ସେପ୍ଟେମ୍ବର ୩୦: ୨.୭୭ ଏକର ପରିମିତ ବିବାଦୀୟ ଭୂମିକୁ ସୁନ୍ନି ଓ୍ବାକଫ୍‌ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମ ଲାଲାଙ୍କ ମଧ୍ୟରେ ସମାନ ତିନିଭାଗରେ ବଣ୍ଟନ ପାଇଁ ଆଲ୍ଲାହାବାଦ ହାଇକୋର୍ଟ ୨:୧ ସଂଖ୍ୟାଗରିଷ୍ଠତାରେ ରାୟ ଦେଲେ।
୨୦୧୧ ମେ ୯: ଅଯୋଧ୍ୟା ଜମି ବିବାଦ ନେଇ ହାଇକୋର୍ଟ ରାୟ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କଲେ।
୨୦୧୭ ମାର୍ଚ୍ଚ ୨୧: କୋର୍ଟ ବାହାରେ ବୁଝାମଣା ଜରିଆରେ ସମାଧାନ ପାଇଁ ସିଜେଆଇ ଜେ.ଏସ୍‌. ଖେହର ପ୍ରସ୍ତାବ ଦେଲେ।
ଅଗଷ୍ଟ ୭: ଆଲ୍ଲାହାବାଦ ହାଇକୋର୍ଟଙ୍କ ୨୦୧୦ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୩ ଜଣିଆ ଖଣ୍ଡପୀଠ ଗଠନ କଲେ।
୨୦୧୮ ଫେବୃୟାରୀ ୮: ଦଓ୍ବୋନୀ ଅପିଲଗୁଡ଼ିକର ଶୁଣାଣି ଆରମ୍ଭ କଲେ ସୁପ୍ରିମକୋର୍ଟ।
ଜୁଲାଇ ୨୦: ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଲେ।
ସେପ୍ଟେମ୍ବର ୨୭: ଏକ ୫ ଜଣିଆ ସାମ୍ବିଧାନିକ ପୀଠରେ ମାମଲାର ଶୁଣାଣିକୁ ପ୍ରତ୍ୟାଖ୍ୟାନ କଲେ। ଏହାସହ ଅକ୍ଟୋବର ୨୯ରେ ଗଠନ ହେବାକୁ ଥିବା ତିନିଜଣିଆ ଖଣ୍ଡପୀଠରେ ଏହାର ବିଚାର କରାଯିବ ବୋଲି ସ୍ଥିର କଲେ।
ଅକ୍ଟୋବର ୨୯: ଜାନୁୟାରୀ ପ୍ରଥମ ସପ୍ତାହରେ ଉପଯୁକ୍ତ ଖଣ୍ଡପୀଠରେ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଧାର୍ଯ୍ୟ କଲେ।
ଡିସେମ୍ବର ୨୪: ସୁପ୍ରିମକୋର୍ଟ ୨୦୧୯ ଜାନୁୟାରୀ ୪ରେ ପିଟିଶନଗୁଡ଼ିକର ଶୁଣାଣି କରାଯିବ ବୋଲି ସ୍ଥିର କଲେ।
୨୦୧୯ ଜାନୁୟାରୀ ୪: ସୁପ୍ରିମକୋର୍ଟରେ ଗଠନ କରାଯାଇଥିବା ଏକ ଉପଯୁକ୍ତ ଖଣ୍ଡପୀଠରେ ଜାନୁୟାରୀ ୧୦ରେ ଜମି ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ସ୍ଥିର ପାଇଁ ରାୟ ଶୁଣାଇବାକୁ ଧାର୍ଯ୍ୟ କରାଗଲା।
ଜାନୁୟାରୀ ୮: ସୁପ୍ରିମକୋର୍ଟ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ କଲେ। ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଏନ୍‌.ଭି. ରମନ୍ନା, ୟୁ.ୟୁ. ଲଳିତ ଏବଂ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଉକ୍ତ ପୀଠରେ ରହିଲେ।
ଜାନୁୟାରୀ ୧୦: ଜଷ୍ଟିସ୍‌ ଲଳିତ ଉକ୍ତ ଶୁଣାଣିରୁ ଓହରିଯିବା ପରେ ନୂଆ ପୀଠରେ ଜାନୁୟାରୀ ୨୯ ତାରିଖରେ ବିଚାର ପାଇଁ ସ୍ଥିର କରାଗଲା।
ଜାନୁୟାରୀ ୨୫: ସିଜେଆଇ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିରଙ୍କୁ ନେଇ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ଗଠନ କରାଗଲା।
ଜାନୁୟାରୀ ୨୯: ବିବାଦୀୟ ସ୍ଥଳ ଚତୁଃପାର୍ଶ୍ୱରେ ଥିବା ୬୭ ଏକର ଅଧିଗୃହୀତ ଜମିକୁ ମୂଳ ମାଲିକମାନଙ୍କୁ ଫେରସ୍ତ କରିବା ଲାଗି ଅନୁମତି ପ୍ରଦାନ ସକାଶେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେନ୍ଦ୍ର ସରକାର।
ଫେବୃୟାରୀ ୨୬: ସୁପ୍ରିମକୋର୍ଟ ମଧ୍ୟସ୍ଥତା ପାଇଁ ପରାମର୍ଶ ଦେଲେ। ଏହାସହ କୋର୍ଟ-ନିଯୁକ୍ତ ମଧ୍ୟସ୍ଥଙ୍କ ଜରିଆରେ ସମାଧାନ ପାଇଁ ମାର୍ଚ୍ଚ ୫ରେ ନିଷ୍ପତ୍ତି ନେବାକୁ ଧାର୍ଯ୍ୟ କଲେ।
ମାର୍ଚ୍ଚ ୮: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଫ୍‌. ଏମ୍‌. କାଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ମଧ୍ୟସ୍ଥ କମିଟି ଜରିଆରେ ଜମି ବିବାଦର ସମାଧାନ ପାଇଁ ସ୍ଥିର କରାଗଲା।
ଏପ୍ରିଲ ୯: ବିବାଦୀୟ ସ୍ଥଳର ଚାରିପଟେ ଅଧିଗୃହୀତ ଜମିକୁ ମୂଳ ମାଲିକଙ୍କୁ ଫେରାଇବା ପାଇଁ କେନ୍ଦ୍ରର ପ୍ରସ୍ତାବକୁ ନିର୍ମୋହୀ ଆଖଡ଼ା ବିରୋଧ କଲା।
ମେ ୯: ତିନି ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥ କମିଟି ସୁପ୍ରିମକୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କଲା।
ମେ ୧୦: ମଧ୍ୟସ୍ଥତା ପ୍ରକ୍ରିୟା ଅଗଷ୍ଟ ୧୫ ମଧ୍ୟରେ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସମୟ ସୀମା ବଢ଼ାଇଲେ।
ମେ ୧୧: ମଧ୍ୟସ୍ଥତାର ଅଗ୍ରଗତି ନେଇ ରିପୋର୍ଟ ମାଗିଲେ ସର୍ବୋଚ୍ଚ ଅଦାଲତ।
ଜୁଲାଇ ୧୮: ମଧ୍ୟସ୍ଥତା ପ୍ରକ୍ରିୟା ଜାରି ରଖିବା ପାଇଁ ଅନୁମତି ପ୍ରଦାନ ସହ ଅଗଷ୍ଟ ୧ ସୁଦ୍ଧା ରିପୋର୍ଟ ଦେବାକୁ କହିଲେ।
ଅଗଷ୍ଟ ୧: ବନ୍ଦ ଲଫାପାରେ ସୁପ୍ରିମକୋର୍ଟରେ ମଧ୍ୟସ୍ଥତା ରିପୋର୍ଟ ଦାଖଲ।
ଅଗଷ୍ଟ ୨: ମଧ୍ୟସ୍ଥତା ବିଫଳ ହେବା ପରେ ଅଗଷ୍ଟ ୬ରୁ ଦୈନନ୍ଦିନ ଶୁଣାଣି ପାଇଁ ସୁପ୍ରିମକୋର୍ଟ ସ୍ଥିର କଲେ।
ଅଗଷ୍ଟ ୬: ଜମି ବିବାଦ ମାମଲାର ଦୈନନ୍ଦିନ ଶୁଣାଣି ଆରମ୍ଭ।
ଅକ୍ଟୋବର ୪: ଅକ୍ଟୋବର ୧୭ରେ ଶୁଣାଣି ଶେଷକରି ନଭେମ୍ବର ୧୭ ସୁଦ୍ଧା ରାୟ ଦେବାକୁ ଅଦାଲତ ଧାର୍ଯ୍ୟ କଲେ।
ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡ ଅଧ୍ୟକ୍ଷଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ।
ଅକ୍ଟୋବର ୧୬: ସୁପ୍ରିମକୋର୍ଟ ସାମ୍ବିଧାନିକ ପୀଠ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ।
୨୦୧୯ ନଭେମ୍ବର: ଅଯୋଧ୍ୟାର ସମସ୍ତ ବିବାଦୀୟ ଜମି ରାମ ଲାଲାଙ୍କୁ ପ୍ରଦାନ କଲେ ସୁପ୍ରିମକୋର୍ଟ।
୨୦୨୦ ଅଗଷ୍ଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଭୂମି ପୂଜାକରିବା ସହ ରାମମନ୍ଦିର ନିର୍ମାଣ କkାର୍ଯ୍ୟ ଆରମ୍ଭ ହେଲା।
୨୦୨୦ ସେପ୍ଟେମ୍ବର ୩୦: ସ୍ବତନ୍ତ୍ର ବିଚାରପତି ଏସ୍‌.କେ. ଯାଦବ ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ରାୟ ଶୁଣାଇ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?