ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍‌

ନୂଆଦିଲ୍ଲୀ,୧।୧୦: ଅନ୍‌ଲକ୍‌ ୫.୦ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଅକ୍ଟୋବର ୧୫ରୁ ସର୍ତ୍ତମୂଳକ ଭାବେ ସିନେମା ହଲ୍‌ ଓ ଥିଏଟର ଖୋଲିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ଅଧା ଦର୍ଶକଙ୍କୁ ନେଇ ସିନେମା, ଥିଏଟର ଚଲାଇବାକୁ କୁହାଯାଇଛି। ଏଥିଲାଗି ସ୍ବତନ୍ତ୍ର ଗାଇଡ଼୍‌ଲାଇନ୍‌ ଜାରି କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାସହ ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଇ- ଏଜୁକେଶନ ଅନୁଷ୍ଠାନ ଖୋଲିବା ଲାଗି ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। କରୋନା ଲାଗି ଗତ ମାର୍ଚ୍ଚରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେବେ ଅକ୍ଟୋବର ୧୫ ପରେ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ପରିସ୍ଥିତିକୁ ଦେଖି ବିଚାର କରିପାରିବେ ବୋଲି କୁହାଯାଇଛି। ପିଲା ସ୍କୁଲକୁ ଆସିବା ଲାଗି ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ କରାଯାଇଛି। ଉପସ୍ଥାନକୁ ଅଗ୍ରାଧିକାର ନ ଦେବା ଲାଗି କୁହାଯାଇଛି। ଏଥିସହ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ପ୍ରମୋଦ ଉଦ୍ୟାନ ଖୋଲିବା ଲାଗି ମଧ୍ୟ ଅନୁମତି ମିଳିଛି।
ସାଂସ୍କୃତିକ, ସାମାଜିକ, କ୍ରୀଡ଼ା, ଧାର୍ମିକ ଓ ରାଜନୈତିକ ସମାବେଶ ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। କଣ୍ଟେନ୍‌ମେଣ୍ଟ ବାହାରେ ୧୦୦ ଲୋକଙ୍କୁ ନେଇ ଏସବୁ କାର୍ଯ୍ୟକ୍ରମ ଏଣିକି ସର୍ତ୍ତମୂଳକ ଭାବେ କରାଯାଇପାରିବ। କ୍ରୀଡ଼ାବିତ୍‌ଙ୍କ ପ୍ରଶିକ୍ଷଣ ଲାଗି ସୁଇମିଂ ପୁଲ୍‌ ଖୋଲିବା ନେଇ ସରକାର ଅନୁମତି ପ୍ରଦାନ କରିଥିବାବେଳେ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏସ୍‌ଓପି ଜାରି କରାଯିବ ବୋଲି କୁହାଯାଇଛି।
ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଅକ୍ଟୋବର ୩୧ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ଦର୍ଶାଯାଇଛି। ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ଉପରେ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ମହାମାରୀ କରୋନା ଯୋଗୁ ଜାରି ହୋଇଥିବା କଟକଣାକୁ ସରକାର ଆସ୍ତେ ଆସ୍ତେ କୋହଳ କରି ସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛନ୍ତି। ଆର୍ଥିକ କାରବାର ବୃଦ୍ଧି ଓ ସାମାଜିକ ଚଳଣିରେ ପରିବର୍ତ୍ତନ ଆଣିବା ଲାଗି ପ୍ରୟାସ କରାଯାଇଛି। ରାଜ୍ୟ ଭିତରେ କିମ୍ବା ରାଜ୍ୟ-ରାଜ୍ୟ ମଧ୍ୟରେ ସାମଗ୍ରୀ ଓ ଯାତ୍ରୀ ପରିବହନ କଟକଣାକୁ ଉଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ କମିଟି ପୁନର୍ଗଠିତ

ନୂଆଦିଲ୍ଲୀ,୧୪ା୭: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ୬ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ କମିଟିଗୁଡ଼ିକୁ ପୁନର୍ଗଠନ କରିଛନ୍ତି। ମଙ୍ଗଳବାର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି...

ଜୁଲାଇ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁବ ୨୧ ଲକ୍ଷ !

ଓ୍ବାଶିଂଟନ,୨୫।୫: ଭାରତ ଏବେ କରୋନା ଭାଇରସ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟି ଯାଇଛି। ଗତ କିଛିଦିନ ହେବ ଏଠାରେ ୨୪ ଘଣ୍ଟାରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ...

ଝାଡୁ ଯୋଗୁ ବ୍ୟାପିପାରେ କରୋନା!

ନୂଆଦିଲ୍ଲୀ,୨୨।୯: ଦେଶରେ କରୋନା ଭୂତାଣୁ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏସବୁ ଭିତରେ କରୋନା ବିଷୟରେ ବିଶ୍ୱବ୍ୟାପୀ ଅନୁସନ୍ଧାନ ଚାଲିଛି। ନିକଟରେ ଏହା ସହ ଜଡିତ...

ଅଯୋଧ୍ୟା ମାମଲା: ବିବାଦୀୟ ସ୍ଥଳରେ ପୂର୍ବରୁ ଥିଲା ରାମମନ୍ଦିର

ନୂଆଦିଲ୍ଲୀ,୨୦।୮: ଅଯୋଧ୍ୟା ମାମଲାର ଶୁଣାଣି ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ପୁଣି ଆରମ୍ଭ ହୋଇଛି। ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ସି.ଏସ୍‌. ବୈଦନାଥନ୍‌ କହିଥିଲେ ଯେ, ବିବାଦୀୟ ସ୍ଥଳରେ ପୂର୍ବରୁ...

ଉତ୍ତରପ୍ରଦେଶ-କେରଳକୁ ମିଳିବ ଅଧିକ କରୋନା ଟିକା

ନୂଆଦିଲ୍ଲୀ,୧୪।୧୨: ଭାରତରେ ଖୁବ୍‌ ଶୀଘ୍ର କରୋନା ପ୍ରତିଷେଧକ ଟିକାଦାନ ସାର୍ବଜନୀକ ଭାବେ ଆରମ୍ଭ କରାଯିବ। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତରପ୍ରଦେଶ ଏବଂ କେରଳକୁ ଅଧିକ...

ଶେରଗଡ଼ରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୭୭; ସୁସ୍ଥ ହେଲେଣି ୨୫୪, ୨ ମୃତ

ଶେରଗଡ଼, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଶେରଗଡ଼ ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା...

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି

ନୂଆଦିଲ୍ଲୀ,୨୧।୯: ବଦଳିବେ ୧୭ ବିଚାରପତି। ବିଭିନ୍ନ ହାଇକୋର୍ଟର ୧୭ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ...

୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ନାହିଁ ଡିଜିଟାଲ ଦକ୍ଷତା…

ନୂଆଦିଲ୍ଲୀ,୧୪।୧୨ : ଏକ ସର୍ଭେ ଅନୁଯାୟୀ, ଦେଶରେ କରୋନା ମହାମାରୀ ପରେ ଚାକିରିରେ ପରିବର୍ତ୍ତନ ଯୋଗୁ ୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ଡିଜିଟାଲ ଦକ୍ଷତା ଶିଖିବାର...

Advertisement
Archives

Model This Week