Posted inଜାତୀୟ

ମଣିଷଖିଆ ବାଘକୁ ହତ୍ୟା କଲା ବନ ବିଭାଗ

ଡେରାଡୁନ, ୩୦।୯: ଉତ୍ତରାଖଣ୍ଡ ପିଥୋରଗଡ଼ ଜିଲାରେ ବୁଧବାର ସକାଳେ ବନ ବିଭାଗ ନିଯୁକ୍ତ ଜଣେ ଶିକାରୀ ଦ୍ୱାରା ଏକ ଚିତା ବାଘକୁ ଗୁଳି କରି ହତ୍ୟା କରାଯାଇଛି। ଏହି ବାଘର ଆକ୍ରମଣରେ ଜିଲାରେ ୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆଘାତ ପାଇ ଚିକିତ୍ସାଧୀନ ରହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୧ ବର୍ଷର ବାଳିକା ଏବଂ ଜଣେ ୪୦ ବର୍ଷର ବ୍ୟକ୍ତି ରହିଛନ୍ତି। ସେପ୍ଟେମ୍ବର ୨୪ରେ ବାଳିକା ଜଣଙ୍କ ଜଙ୍ଗଲକୁ ଚାରା ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ବାଘ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଏହି ବାଘକୁ ବନ ବିଭାଗ ପକ୍ଷରୁ ଶନିବାର ‘ମଣିଷଖିଆ’ ବୋଲି ଘୋଷଣା କରାଯାଇଥିଲା। ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫ୍‌ଓ) ବିନୟ ଭାର୍ଗବ କହିଛନ୍ତି, ‘ବୁଧବାର ସକାଳେ ସିଲ୍‌ସିଲା ଜଙ୍ଗଲ ଅଞ୍ଚଳରେ ୧୦ ବର୍ଷୀୟ ଏହି ବାଘଟିକୁ ବନ ବିଭାଗ ଦ୍ୱାରା ନିଯୁକ୍ତ ଶିକାରୀ ସୟଦ ଅଲିବିନ୍‌ ହାଦିଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଛି। ଚିତା ବାଘର ଶରୀରକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି।’ ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଉତ୍ତରାଖଣ୍ଡରେ ‘ମଣିଷଖିଆ’ ବାଘକୁ ଗୁଳି କରି ହତ୍ୟା କରାଯିବାରେ ଏହା ପ୍ରଥମ ଘଟଣା ନୁହେଁ। ଏଥିପୂର୍ବରୁ ସେପ୍ଟେମ୍ବର ୬ରେ ଗରଓ୍ବାଲ ଜିଲାରେ ମଧ୍ୟ ଏକ ବାଘକୁ ବନ ବିଭାଗ ପକ୍ଷରୁ ଗୁଳି କରି ହତ୍ୟା କରାଯାଇଥିଲା। ସେହି ବାଘଟି ମଧ୍ୟ ଜଣେ ୨୫ ବର୍ଷୀୟ ଯୁବକକୁ ମାରି ଦେଇଥିଲା।
ଉଲ୍ଲେଖଯୋଗ୍ୟ, ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୧ (୧) (କ) ଅନୁଯାୟୀ, ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡେନ ଯେକୌଣସି ବଣୁଆ ଜନ୍ତୁକୁ ମାନବ ଜୀବନ ପ୍ରତି ବିପଦ ବୋଲି ଘୋଷଣା କରିପାରନ୍ତି। ଏହି ଆଇନରେ ଦର୍ଶାଯାଇଛି ଯେ, ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡେନ ଯଦି ଅନୁଭବ କରନ୍ତି କୌଣସି ବନ୍ୟଜନ୍ତୁ ମଣିଷ ଜୀବନ ପାଇଁ ବିପଦଜନକ ହୋଇପଡ଼ିଛି ତେବେ ଯେକୌଣସି ବ୍ୟକ୍ତିଙ୍କୁ ଏହି ପଶୁକୁ ଶିକାର କରିବାକୁ ଅନୁମତି ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମେ’ରେ ଆସିବ ରାଫାଲ

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆସନ୍ତାବର୍ଷ ମେ’ରେ ପ୍ରଥମ ରାଫାଲ ଯୁଦ୍ଧବିମାନ ଭାରତୀୟ ଆକାଶରେ ଦେଖିବାକୁ ମିଳିବ। ମେ’ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ଡାସଲ୍ଟ ଆଭିଏଶନ କମ୍ପାନୀ ଭାରତକୁ...

୨୯୮ ବଗିରେ କୋଭିଡ୍‌ ଆଇସୋଲେଶନ ସେଣ୍ଟର…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଏପରିସ୍ଥଳେ ଭାରତୀୟ ରେଲଓ୍ବେ ପକ୍ଷରୁ ୨୯୮ ବଗିରେ ଆକ୍ରାନ୍ତଙ୍କ ପାଇଁ କୋଭିଡ୍‌...

ଛଟପଟ ହୋଇ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ: ମିଳିଲାନି ଅକ୍ସିଜେନ୍‌..

ନୂଆଦିଲ୍ଲୀ,୨୪।୪: କରୋନା ମହାମାରୀ ସଂକ୍ରମଣ ସମୟରେ ଅକ୍ସିଜେନ୍‌ ଅଭାବ ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଜୟପୁର ଗୋଲ୍ଡେନ୍‌...

ନିଜ ନୀତି ଆଦର୍ଶ ଭୁଲିଛନ୍ତି ସିନ୍ଧିଆ: ରାହୁଲ

ନୂଆଦିଲ୍ଲୀ,୧୩।୩(ପି.ଟି.): ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ ଥିବାରୁ ସେ ନିଜର ନୀତି ଆଦର୍ଶକୁ ଭୁଲିଯାଇଛନ୍ତି। ସେହି କାରଣରୁ ସେ ଭାଜପାରେ ସମ୍ମାନ ପାଇବେ...

ଲକ୍‌ଡାଉନ୍‌ ହୋଇ ନ ଥିଲେ ଦେଶରେ ୪ ଲକ୍ଷରୁ ଅଧିକ ହୋଇଥାନ୍ତେ କରୋନା ସଂକ୍ରମିତ: ୩୪ ହଜାର ଟପିଥାନ୍ତା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଯଦି ଲକ୍‌ଡାଉନ୍‌ ଘୋଷଣା ହୋଇ ନ ଥାନ୍ତା, ତେବେ ବର୍ତ୍ତମାନ ସୁଦ୍ଧା...

ରାହୁଲ ମୋର ପ୍ରକୃତ ବନ୍ଧୁ: ସଞ୍ଜୟ ରାଉତ…

ମୁମ୍ବାଇ,୨୧।୧୧ : ଜେଲରୁ ବାହାରିବା ପରେ ଉଦ୍ଧବ ଠାକରେଙ୍କ ଦଳର ନେତା ସଞ୍ଜୟ ରାଉତ ପୁଣି ଥରେ ରାଜନୀତିରେ ସକ୍ରିୟ ହେବାରେ ଲାଗିଛନ୍ତି। ସେ ପୁନର୍ବାର...

୨ ଦଳରୁ ଇସ୍ତଫା ଦେଲେ ୩ ବିଧାୟକ

ଶିଲ୍‌ଂ,୨୮।୧୧: ମେଘାଳୟରେ ଶାସନରେ ଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନ୍‌ପିପି)ର ୨ ଓ ଟିଏମ୍‌ସିର ଜଣେ ବିଧାୟକ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ୨ଦଳକୁ...

ଏନ୍‌ଡିଏରେ ରହୁନି ତାଳମେଳ: ବିବାଦ ସମାଧାନ ପାଇଁ କମିିଟି ଗଠନ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ,୧୭।୧୧: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ରରେ ଭାଜପା ଏବଂ ଶିବସେନା ମଧ୍ୟରେ ବିବାଦ...

Advertisement
Archives

Model This Week