Posted inଜାତୀୟ

କରୋନା ପରେ ଆସୁଛି କଙ୍ଗୋ ଜ୍ୱର: ସତର୍କ ସୂଚନା ଜାରି

ସମସ୍ତ ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଛି। ଏହାରି ମଧ୍ୟରେ ଆଉ ଏକ ରୋଗ ‘କଙ୍ଗୋ ଜ୍ୱର’ ବ୍ୟାପିବା ଆଶଙ୍କାରେ ସତର୍କ ସୂଚନା ଜାରି କରାଯାଇଛି। ଏ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
ଗୁଜୁରାଟର କିଛି ଅଞ୍ଚଳରେ ପଶୁ, ପକ୍ଷୀଙ୍କଠାରେ କଙ୍ଗୋ ଜ୍ୱର ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଫଳରେ ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। କଙ୍ଗୋ ଜ୍ୱରର ପୁରା ମାନ ହେଉଛି ରିମିୟନ୍‌ କଙ୍ଗୋ ହେମୋରେଜିକ୍‌ ଫିବର (ସିସିଏଫ୍‌ଏଫ୍‌) । ଏହି ଜ୍ୱର ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ। ତେଣୁ ଏଥିପ୍ରତି ସତର୍କ ରହିବା ପାଇଁ ସମସ୍ତ ମାଂଶ ଏବଂ କୁକୁଡା ବିକ୍ରେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ ପାଲଘର ଜିଲାପାଳ ଡ.ମାନେକ ଗୁରସାଲେ ଗୁଜୁରାଟ ସୀମା ଦେଇ ମହାରାଷ୍ଟ୍ରରୁ ଆସୁଥିବା ପଶୁ, ପକ୍ଷୀ ଆମଦାନୀ ଉପରେ ରୋକ ଲଗାଇଛନ୍ତି। ସ୍ବଚ୍ଛତା ଏବଂ ପରିସ୍କାର ପରିଚ୍ଛନ୍ନତା ପାଇଁ ସେ ସମସ୍ତ ମାଂସ ବିକ୍ରେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାଂସ ବିକ୍ରି ସମୟରେ ହାତଲେ ଗ୍ଲୋବ୍‌ସ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଗୁଜୁରାଟରୁ ମହାରାଷ୍ଟ୍ର ଆସିଥିବା ପଶୁମାନଙ୍କର ଯାଞ୍ଚ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହାକୁ ନେଇ ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତର ପି ଡି କାମ୍ବଲେ କହିଛନ୍ତି ଯେ, ଏହା ଠିକ୍‌ ସମୟରେ ଚିହ୍ନଟ କରାଯାଇ ଚିକିତ୍ସା କରା ନ ଗଲେ ପ୍ରାୟ ଏକ ତୃତୀୟାଂଶ ରୋଗୀଙ୍କର ମୃତ୍ୟୁ ଘଟିପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ରୋଗରେ ମୃତ୍ୟୁ ହାର ୧୦ରୁ ୪୦ ପ୍ରତିଶତ ରହିଛି। ଏହାର କୌଣସି ଟିକା ମଣିଷ ବା ପଶୁଙ୍କ ପାଇଁ ବାହାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ବିପକ୍ଷ ଦଳଙ୍କ ୧୯ ଏମ୍‌ପି ନିଲମ୍ବିତ…

ନୂଆଦିଲ୍ଲୀ, ୨୬।୭ : ସଂସଦର ମୌସୁମୀ ଅଧିବେଶନରେ ମଙ୍ଗଳବାର ପୁଣି ୧୯ ଜଣ ରାଜ୍ୟ ସଭା ଏମ୍‌ପିଙ୍କୁ ଓ୍ବେଲରେ ପ୍ରବେଶ କରିବା ଏବଂ ସ୍ଲୋଗାନ ଦେବା...

ରାସ୍ତା ଉପରେ ଶୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଗଲା ବସ୍‌: ୭ମୃତ

ବୁଲନ୍ଦସହର,୧୧।୧୦: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କ ମତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ମହିଳା...

ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୨୮୯ କୋଟିପତି ଲଢ଼ିବେ ନିର୍ବାଚନ…

ଲକ୍ଷ୍ନୌ, ୫।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୮୯ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଦାଖଲ ହୋଇ ଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି।...

ନୂଆ ସଂସଦ ଭବନର ଉଦ୍‌ଘାଟନକୁ ବର୍ଜନ କରିବା ପ୍ରସଙ୍ଗ: ରାହୁଲଙ୍କ ଉପରେ ବର୍ଷିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନର ଉଦ୍‌ଘାଟନ ନେଇ କେନ୍ଦ୍ର ଓ ବିରୋଧୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା...

କୁକୁର ନେଲା କରୋନା ଟିକା

ଗୋରଖପୁର,୧୩।୧: ଆଉ ମାତ୍ର ଦୁଇ ଦିନ ପରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। କିନ୍ତୁ ଏହାପୂର୍ବରୁ ଉତ୍ତର ପ୍ରଦେଶର ଗୋରଖପୁର ଜିଲାର ପ୍ରାଣୀ ଚିକିତ୍ସକମାନେ...

ପ୍ରତି ଘରେ ତ୍ରିରଙ୍ଗା ଗରିବଙ୍କ ଉପରେ ବୋଝ ନ ହେଉ, ବରୁଣ ଗାନ୍ଧୀଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୧୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନୀତି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବା ଭାଜପା ଏମ୍‌ପି ବରୁଣ ଗାନ୍ଧୀ ପୁଣି ଥରେ...

ଶିମଲା ଭୂସ୍ଖଳନ: ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର, ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ

ଶିମଲା,୧୫।୮: ସୋମବାର ରାଜଧାନୀ ଶିମଲାର ସମରାହିଲରେ ଘଟିଥିବା ଭୂସ୍ଖଳନ ହେତୁ ମାଟି ତଳେ ପୋତି ହୋଇଯାଇଥିବା ୮ଟି ମୃତଦେହକୁ ବାହାର କରାଯାଇଥିଲା। ତେବେ ମଙ୍ଗଳବାର ଏନଡିଆରଏଫ...

ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…

କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...

Advertisement
Archives

Model This Week