ଜାତୀୟ

ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଯଶୋମତୀଙ୍କୁ ୩ ମାସ ଜେଲ ଦଣ୍ଡ

ମୁମ୍ବାଇ, ୧୫।୧୦: ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁରଙ୍କୁ ଅମରାବତୀ କୋର୍ଟ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିବା ମାମଲାରେ ଯଶୋମତୀଙ୍କୁ ୩ ମାସ ଜେଲ୍‌ ଓ ୧୫ ହଜାର…

ମଧ୍ୟପ୍ରଦେଶ : ବିଷାକ୍ତ ମଦ ପିଇ ଚାଲିଗଲା ୧୧ ଜଣଙ୍କ ଜୀବନ

ଭୋପାଳ, ୧୫।୧୦-ବିଷାକ୍ତ ମଦ ପିଇ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ମଧ୍ୟପ୍ରଦେଶର ଉଜ୍ଜୟୀନ ସହରରେ ଦେଖିବାକୁ ମିଳିଛି। ବୁଧବାର ରାତିରେ ୭ ଜଣ ପ୍ରାଣ ହରାଇଥିବାବେଳେ ଗୁରୁବାର ସକାଳେ ୪ ଜଣଙ୍କ ମୃତଦେହ ମିଳିଥିବା ଉଜ୍ଜୟୀନ ସହରର…

ଚଳନ୍ତା କାର୍‌ ବନେଟ୍‌ରେ ଟ୍ରାଫିକ୍‌ ପୋଲିସ କର୍ମଚାରୀଙ୍କୁ ଟାଣିନେଲେ ୪୦୦ ମିଟର

ନୂଆଦିଲ୍ଲୀ, ୧୫।୧୦: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଚକିତ କଲା ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଡ୍ୟୁଟିରେ ଠିଆ ହୋଇଥିବା ଜଣେ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ଗୋଟିଏ କାର୍‌ ବନେଟ୍‌ ଉପରେ ୪୦୦ ମିଟର ପର୍ଯ୍ୟନ୍ତ ନେଇଯାଇଥିଲା। ଏହି ଘଟଣାରେ…

ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର: ପ୍ରତିଦିନ ୨୫୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୫।୧୦-କେରଳର ସାବରିମାଲା ମନ୍ଦିର ଆସନ୍ତା ଅକ୍ଟୋବର ୧୬ରୁ ପାଞ୍ଚ ଦିନ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଏଥିପାଇଁ ଟ୍ରାଭାନକୋର ଦେବସୋମ ବୋର୍ଡ (ଟିବିଡି) ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, କେବଳ ୨୫୦ ଲୋକଙ୍କୁ ପ୍ରତିଦିନ ମନ୍ଦିର ଭିତରକୁ ପ୍ରବେଶ…

ଭାରତର ପ୍ରଥମ ଓସ୍କାର ବିଜେତାଙ୍କ ପରଲୋକ

ମୁମ୍ବାଇ, ୧୫।୧୦: କଷ୍ଟ୍ୟୁମ ଡିଜାଇନର୍‌ ତଥା ଭାରତର ପ୍ରଥମ ଓସ୍କାର ବିଜୟିନୀ ଭାନୁ ଅଥେୟାଙ୍କ ଗୁରୁବାର ପରଲୋକ ଘଟିଛି। ୯୧ ବର୍ଷୀୟ ଭାନୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୁମ୍ବାଇର କୋଲାବାସ୍ଥିତ ବାସଭବନରେ ସେ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ…

ବିବେକ ଓବରୟଙ୍କ ଘର ଉପରେ ଚଢାଉ

ମୁମ୍ବାଇ,୧୫ ।୧୦: ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଚଢାଉ କରାଯାଇଛି । ବେଙ୍ଗାଲୁରୁ ପୋଲିସର ୨ ଜଣ ଇନସ୍‌ପେକ୍ଟର ଗୁରୁବାର ଦିନ ପ୍ରାୟ ୧ଟା ବେଳେ ବିବେକଙ୍କ ଘର ଉପରେ ଚଢାଉ କରିଛନ୍ତି । ବିବେକଙ୍କ…

ବିହାରବାସୀଙ୍କ ସେବା କରିପାରିବେ କେବଳ ୫୬ ଇଞ୍ଚ ଛାତି ଥିବା ଲୋକ: ନଡ୍ଡା

ପାଟନା,୧୫ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଅକ୍ଟୋବର ୨୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ସେଥିପାଇଁ ପ୍ରଚାର ଜୋରସୋରରେ ଚାଲିଛି । ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ଆଡକୁ ଭୋଟରଙ୍କୁ ଆକର୍ଷିତ…

ମାତା ବୈଷ୍ଣୋଦେବୀ ଶ୍ରାଇନ୍‌ ବୋର୍ଡ ପକ୍ଷରୁ ନୂଆ ଆପ୍‌ର ଶୁଭାରମ୍ଭ: ଘରେ ବସି ଆରତି ଦେଖିବେ ଶ୍ରଦ୍ଧାଳୁ

ଜମ୍ମୁ, ୧୫।୧୦: ନବରାତ୍ରୀ ଅବସରରେ ମାତା ବୈଷ୍ଣୋଦେବୀ ଶ୍ରାଇନ୍‌ ବୋର୍ଡ ପକ୍ଷରୁ ଶ୍ରଦ୍ଧାଳୁ ଉପହାର ଦିଆଯାଇଛି। ଶ୍ରାଇନ୍‌ ପକ୍ଷରୁ ନୂଆ ମୋବାଇଲ୍‌ ଆପ୍‌ର ଶୁଭାରମ୍ଭ କରାଯାଇଛି। ଏହି ଆପ୍‌ ଡାଉନ୍‌ଲୋଡ୍‌ କରି ଶ୍ରଦ୍ଧାଳୁ ଘରେ ବସି ମାତାଙ୍କ ଲାଇଭ୍‌ ଆରତି ଦେଖିପାରିବେ।…

ଭାଜପାକୁ ଶିବସେନାର କଟାକ୍ଷ

ମୁମ୍ବାଇ, ୧୫।୧୦: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ପୂର୍ବରୁ ବାକ୍‌ଯୁଦ୍ଧ ଜାରି ରହିଥିବାବେଳେ ଏବେ ଚିଠି ଯୁଦ୍ଧ ଆରମ୍ଭ ହୋଇଛି। ଏହାକୁ ନେଇ…

ତେଜସ୍ବୀଙ୍କୁ ସୁଶିଲ ମୋଦିଙ୍କ ପ୍ରଶ୍ନ: ଚାକିରି ନ କରି ବି ୫ କୋଟିରୁ ଅଧିକ ସମ୍ପତ୍ତି

ପାଟନା, ୧୫।୧୦: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ଇତିମଧ୍ୟରେ ଆର୍‌ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ରାଘୋପୁର ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଜସ୍ବୀଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କର…

ନୀତୀଶଙ୍କ ସହ ନାହିଁ କୌଣସି ଶତ୍ରୁତା କେବଳ ନୀତିର ଲଢେଇ: ଚିରାଗ

ପାଟନା,୧୫ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଏନ୍‌ଡିଏଠାରୁ ଅଲଗା ହୋଇ ନିର୍ବାଚନ ଲଢୁଛି । ଏହା ପଛର କାରଣ ହେଉଛି ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶୱାନ ଓ ନୀତୀଶ କୁମାରଙ୍କ ମଧ୍ୟରେ କୁଆଡେ ସମ୍ପର୍କ ଖରାପ…

ସହରୀ ମାଓବାଦ-ଜେହାଦ୍‌ ସମ୍ପର୍କର ପର୍ଦ୍ଦାଫାଶ୍‌: ଏନ୍‌ଆଇଏ ଚାର୍ଜଶିଟ୍‌ରେ ଉଲ୍ଲେଖ

ନୂଆଦିଲ୍ଲୀ, ୧୫।୧୦: ସହରୀ ମାଓବାଦ ଏବଂ ଜେହାଦ୍‌ ମଧ୍ୟରେ ଥିବା ସମ୍ପର୍କର ପର୍ଦ୍ଦାଫାଶ୍‌ ହୋଇଛି। ଏନେଇ ଏନ୍‌ଆଇଏ ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି। ସହରୀ ମାଓବାଦକୁ ଜେହାଦୀ ସଂଗଠନ ପାଣ୍ଠି ସଂଗ୍ରହ କରି ଯୋଗାଉ ଥିବା ନେଇ ଏନ୍‌ଆଇଏ କହିଛି। ସହରୀ ମାଓବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?