ଜାତୀୟ

ପିଏମ୍‌ କିଷାନ ଯୋଜନାରେ ୧୧୦ କୋଟି ହେରଫେର୍‌: ୮୦ କର୍ମଚାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ, ୯।୯: ଦେଶରେ ଚାଷୀଙ୍କ ବିକାଶ ପାଇଁ ପ୍ରଣୟନ ହୋଇଥିବା ‘ପିଏମ୍‌ କିଷାନ ଯୋଜନା’ରେ ୧୧୦ କୋଟିରୁ ଅଧିକ ଟଙ୍କା ହେରଫେର୍‌ ସମ୍ପର୍କରେ ଜଣାପଡ଼ିଛି। ଅନ୍‌ଲାଇନ୍‌ରେ ଟଙ୍କା ହିତାଧିକାରୀଙ୍କ ବଦଳରେ ଅନ୍ୟମାନଙ୍କ ଖାତାକୁ ଯାଇଥିବା କୁହାଯାଉଛି। ତାମିଲନାଡୁରେ ଏହାର ପର୍ଦ୍ଦାଫାଶ୍‌ ହୋଇଛି।…

ଭାରତ-ଚାଇନା ମଧ୍ୟରେ ମଧ୍ୟସ୍ଥତା କରିବାକୁ ମନା କଲା ରୁଷ

ମସ୍କୋ,୯।୯:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷର ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି। ବୈଦେଶିକ ମନ୍ତ୍ରୀ ଏଠାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ଏହି ବୈଠକ ବ୍ୟତୀତ ଜୟଶଙ୍କର ମଧ୍ୟ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ…

୨୧ରୁ ଖୋଲିବ ସ୍କୁଲ: ଜାରି ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ଥିବା ସ୍କୁଲ ସେପ୍ଟେମ୍ବର ୨୧ରୁ ଖୋଲିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ। ଏନେଇ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି।…

ଅଶୋକ ଲେଲାଣ୍ଡ୍‌ ଚେୟାରମ୍ୟାନ୍‌ଙ୍କ ପରଲୋକ

ଚେନ୍ନାଇ,୯।୯: ହିନ୍ଦୁଜା ଗ୍ରୁପର ପ୍ରମୁଖ କମ୍ପାନୀ ଅଶୋକ ଲେଲାଣ୍ଡର ଚେୟାରମ୍ୟାନ ଆରଜେ ଶାହାନୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଶାହାନୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଏହି କମ୍ପାନୀର ପ୍ରଥମ ଭାରତୀୟ ଏମଡି…

ମୃତ୍ୟୁ ହାର କମୁଛି, ବଢୁଛି ସୁସ୍ଥ ହେବା ସଂଖ୍ୟା: ୫ ରାଜ୍ୟରେ ସ୍ଥିତିରେ ଆସୁନି ସୁଧାର

ନୂଆଦିଲ୍ଲୀ, ୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର କମୁଥିବା ବେଳେ ସୁସ୍ଥ ହେବାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୃତ୍ୟୁ ହାର କମି ୧.୬୯ ପ୍ରତିଶତ ହୋଇଥିବାବେଳେ…

ଦୋଷ ଲୁଚାଇବାକୁ ଯାଇ ଅଭିଯୋଗ

ନୂଆଦିଲ୍ଲୀ, ୯ା୯: ଭାରତୀୟ ସେନା ବେଆଇନ ଭାବେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ପାଙ୍ଗୁଙ୍ଗଶୋକୁ ଅତିକ୍ରମ କରିଛି ବୋଲି ଚାଇନା ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭାରତ ମଙ୍ଗଳବାର ଖଣ୍ଡନ କରିଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଚାଇନାର ସରକାରୀ ଗଣମାଧ୍ୟମ…

ଏହି କାରଣ ଲାଗି ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କଲେ ୯୪ ବର୍ଷୀୟା ବୃଦ୍ଧା

ଗୁରୁଗ୍ରାମ, ୮।୯: ହରିୟାଣାର ଗୁରୁଗ୍ରାମରେ ଜଣେ ୯୪ ବର୍ଷୀୟା ବୃଦ୍ଧା ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ସିଆର୍‌ପିସି ଧାରା ୧୭୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ଅବସରରେ…

କୂଅରେ ପଡ଼ିଥିବା ବାଛୁରୀକୁ ବଞ୍ଚାଇବାକୁ ଯାଇ ୫ ଯୁବକ ମୃତ

ଲକ୍ଷ୍ନୌ, ୮।୯: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ିଥିବା ଏକ ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ୫ ଜଣ ଯୁବକ ମୃତ୍ୟୁବରଣ କରିଛନ୍ତି। ଜଣଙ୍କ ପରେ ଜଣେ ଯୁବକ କୂଅ ମଧ୍ୟକୁ ଯାଇଥିଲେ…

କରୋନା ମହାମାରୀକୁ ନେଇ ସଚେତନ କରାଇବେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: କରୋନା ସଂକ୍ରମଣ ଏବେ ସାଧାରଣ ଜୀବନ ଜୀବିକା ଉପରେ ଖୁବ୍‌ ପ୍ରଭାବ ପକାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦିଲ୍ଲୀବାସୀଙ୍କୁ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ସଚେତନା ସୃଷ୍ଟି କରିବେ ବୋଲି ଜଣାପଡିଛି। ବିଭିନ୍ନ ମାଧ୍ୟମରେ ଏବେ ୧କୋଟି…

ସ୍ମାର୍ଟଫୋନ୍‌ ନ ଥିବା ପିଲାଙ୍କୁ ପଢ଼ାଇବାକୁ ଆସୁଛନ୍ତି ‘ସ୍ପିକର ଟିଚର’

ମୁମ୍ବାଇ, ୮।୯: କରୋନା ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ କେତେକ ସ୍କୁଲ ପକ୍ଷରୁ ଅନ୍‌ ଲାଇନ୍‌ ପାଠପଢ଼ା ଜାରି ରହିଛି। ତେବେ ଯେଉଁ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ ସେମାନେ କିଭଳି ପାଠ ପଢ଼ିବେ। ଏହି ସମସ୍ୟାର…

୧୦୦ ବର୍ଷ ପୁରୁଣା ପାଣି ଟାଙ୍କିର ମରାମତି କାର୍ଯ୍ୟ ଆରମ୍ଭ: ଖର୍ଚ୍ଚ ହେବ ୧ କୋଟି ୮୦ଲକ୍ଷ ଟଙ୍କା

ଶିମଲା,୮।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାର ଐତିହାସିକ ରିଜ ମୈଦାନରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ଜଳ ସଂରକ୍ଷଣ ଟ୍ୟାଙ୍କର ମରାମତି କାମ ଆରମ୍ଭ ହୋଇଛି। ଟ୍ୟାଙ୍କରେ ଆସିଥିବା ଫାଟକୁ ପୂରଣ କରିବା ପାଇଁ ଟ୍ୟାଙ୍କକୁ ବ୍ୟାରିକେଡ କରିଛି। ସୁଇଜରଲ୍ୟାଣ୍ଡର ଏକ…

କଙ୍ଗନାଙ୍କ ନିଶା ସେବନର ଯାଞ୍ଚ କରିବ ପୋଲିସ!

ମୁମ୍ବାଇ,୮।୯: ତୁଟୁନି ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତଙ୍କ ବିବାଦ। ଏବେ ମହାରାଷ୍ଟ୍ର ସରକାରଙ୍କ ସହ ଚାଲିଥିବା ବିବାଦ ଖୁବ୍‌ ଚର୍ଚ୍ଚାରେ ରହିଛି। ବେଳକୁ ବେଳ ତାଙ୍କ ଅଡୁଆ ଯେମିତି ବଢିବାରେ ଲାଗିଛି। କଙ୍ଗନା ମୁମ୍ବାଇକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri