Advertisement

ବିବେକ ଓବରୟଙ୍କ ଘର ଉପରେ ଚଢାଉ

ମୁମ୍ବାଇ,୧୫ ।୧୦: ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଚଢାଉ କରାଯାଇଛି । ବେଙ୍ଗାଲୁରୁ ପୋଲିସର ୨ ଜଣ ଇନସ୍‌ପେକ୍ଟର ଗୁରୁବାର ଦିନ ପ୍ରାୟ ୧ଟା ବେଳେ ବିବେକଙ୍କ ଘର ଉପରେ ଚଢାଉ କରିଛନ୍ତି । ବିବେକଙ୍କ ଶଳା ଆଦିତ୍ୟ ଅଲୱାଙ୍କ ମାମଲାରେ ଏହି ଚଢାଉ କରାଯାଇଛି । ସର୍ଚ୍ଚ ୱାରେଣ୍ଟ ନେଇ ପୋଲିସ ବିବେକଙ୍କ ଜୁହୁ ସ୍ଥିତ ଘରେ ପହଞ୍ଚିଥିଲେ । ପୋଲିସର ସୂଚନା ଅନୁଯାୟୀ, ବିବେକଙ୍କ ଶଳା ଆଦିତ୍ୟ ଏବେ ଫେରାର ଅଛନ୍ତି । ତେବେ ସେ ବିବେକଙ୍କ ଘରେ ଥିବା ଜଣାପଡିବା ପରେ ତାଙ୍କ ଘରେ ଚଢାଉ କରାଯାଇଛି । ଆଦିତ୍ୟଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ମଧ୍ୟ ଚଢାଉ କରାଯାଇଛି । ସୂଚନାଯୋଗ୍ୟ, ଆଦିତ୍ୟ କର୍ନାଟକର ପୂର୍ବତନ ମନ୍ତ୍ରୀ ଜିବରାଜ ଅଲୱାଙ୍କ ପୁଅ । ତାଙ୍କ ଉପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟକ ଓ କଳାକାରଙ୍କୁ ଡ୍ରଗ୍ସ ସପ୍ଲାଇ କରୁଥିବା ଅଭିଯୋଗ ରହିଛି । କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ୟାଣ୍ଡଲଉଡ ନାମରେ ମଧ୍ୟ ପରିଚିତ । ବଲିଉଡ୍ ଭଳି ଏଠାରେ ବି ଡ୍ରଗ୍ସ ମାମଲାକୁ ନେଇ କଥା ପଦାକୁ ଆସିଛି । ଏଥିରେ କେତେଜଣ ପେଡଲର୍ସ ବି ଗିରଫ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ରବ୍ୟୁହରେ ରିୟା: ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଏବେ କିଛି ବି କରିବ ବିହାର ପୋଲିସ୍‌

ପାଟଣା: ଦିନକୁ ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ନୂଆ ନୂଆ ମୋଡ଼ ନେଉଛି। ଏବେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଅଣ୍ଟା ଭିଡିଛି...

ତୁଟିଲା ଚାରି ବର୍ଷର ସମ୍ପର୍କ

ବମ୍ବେ: ଡେଟିଂର ଚାରି ବର୍ଷ ପରେ ବାଟ ଅଲଗା। ଟେଲିପରଦାର ଅନ୍ୟତମ ଲୋକପ୍ରିୟ ଯୋଡ଼ି ହର୍ଷଦ ଅରୋରା ଏବଂ ଅପର୍ନା କୁମାର ଦୀର୍ଘଦିନ ଧରି ପରସ୍ପରକୁ...

ଏନ୍‌ଜିଟିର ନଦୀ ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ, ୨୩।୧୧(ପି.ଟି.): ଦେଶର ନଦୀ, ହ୍ରଦ ଓ ଜଳାଶୟଗୁଡ଼ିକର ସୁରକ୍ଷା ଲାଗି ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏଗୁଡ଼ିକର ସୁରକ୍ଷା ଲାଗି ନୋଡାଲ ଏଜେନ୍ସି...

ଫସଲ ବୀମାରେ ମିଳିଛି ମାତ୍ର ୯୦ ଟଙ୍କା, ମହାରାଷ୍ଟ୍ର ଚାଷୀଙ୍କ ଦୁଃଖଭରା କାହାଣୀ…

ମୁମ୍ବାଇ,୨୭।୧୧ : ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁ ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ସେମାନେ ବହୁତ କମ କ୍ଷତିପୂରଣ ରାଶି ପାଇଛନ୍ତି ବୋଲି କୃଷକମାନେ...

ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ୍‌ !

ନୂଆଦିଲ୍ଲୀ,୨୯।୧୧: ବିମୁଦ୍ରିକରଣ ପରେ ବଜାରକୁ ଆସିଥିବା ୨ହଜାର ଟଙ୍କିଆକୁ ନେଇ ଏବେ ଲୋକଙ୍କ ମନରେ ପୁଣି ଛନକା ପଶିଲାଣି। କାରଣ ଶୁକ୍ରବାର ପୂର୍ବତନ ଅର୍ଥ ସଚିବ...

ଯୁକ୍ରେନ୍‌ ଫେରନ୍ତାଙ୍କୁ ଏନ୍‌ଏମ୍‌ସିର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୭ା୯: ଯୁକ୍ରେନ୍‌ରେ ମେଡିକାଲ ଶିକ୍ଷା ଲାଭ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି) ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ରୁଷିଆ-ଯୁକ୍ରେନ୍‌ ଯୁଦ୍ଧ ପାଇଁ...

ନଭେମ୍ବରରେ ରିଲିଜ ହେବ ଦୃଶ୍ୟମ ୨

ମୁମ୍ବାଇ: ଅଜୟ ଦେବଗନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଦୃଶ୍ୟମ ୨ ଖୁବଶୀଘ୍ର ସିନେମାହଲରେ ରିଲିଜ୍ ହେବାକୁ ଯାଉଛି । ହାଇଦ୍ରାବାଦରେ ଶୁଟିଂ ଶେଷ ହେବା ପରେ...

ସଂସଦରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଭଜ୍ଜି, ସଭାପତି କଲେ ପ୍ରଶଂସା

ନୂଆଦିଲ୍ଲୀ,୪।୮: ପ୍ରସିଦ୍ଧ କ୍ରିକେଟର ତଥା ଏଏପି ଏମ୍‌ପି ହରଭଜନ ସିଂ ରାଜ୍ୟ ସଭାରେ ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇଥିଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଆଫଗାନିସ୍ତାନର...

Advertisement
Archives

Model This Week