ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ଶହୀଦ
ରାଜୌରି,୧୧।୬: ଜମ୍ମୁ-କଶ୍ମୀରର ରାଜୌରି ସେକ୍ଟଟରରେ ପାକିସ୍ତାନ ପଟରୁ ଅସ୍ତ୍ର ବିରତି ଉଲ୍ଲଂଘନ ଫଳରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ ପଟରୁ ବୁଧବାର ମାଞ୍ଜାକୋଟେ, କେରି, ବାଲାକୋଟ ଓ କରୋଲ ମୈଟ୍ରାନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା।…
‘କୋଟିଏ ନିଅ-ଇସ୍ତଫା ଦିଅ’ ଅଭିଯୋଗ: ବିଧାୟକଙ୍କୁ ହୋଟେଲରେ ରଖିଲା କଂଗ୍ରେସ
ଜୟପୁର, ୧୧।୬: ରାଜସ୍ଥାନରେ ରାଜ୍ୟ ସଭା ନିର୍ବାଚନ ରାଜନୀତି ବେଶ୍ ରୋଚକ ମୋଡ଼ ନେବାରେ ଲାଗିଛି। କଂଗ୍ରେସକ୍ଷରୁ ଭାଜପା ବିରୋଧରେ ‘କୋଟିଏ ନିଅ-ଇସ୍ତଫା ଦିଅ’ ଅଭିଯୋଗ ଆଣିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେବାପରେ କଂଗ୍ରେସ ସମେତ…
୨ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁବା ଆଶଙ୍କା
ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଗୁରୁବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୧୫୫ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୮ ହଜାର ୧୦୭ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୪୦ ହଜାର ୯୭୯…
୨ ଆଗ୍ନିକ ମୃତ, ବହୁ ଘର ଧ୍ୱଂସ
ଗୁଆହାଟୀ,୧୧ା୬(ଆଇଏଏନ୍ଏସ୍): ଆସାମର ତିନସୁକିଆ ଜିଲାରେ ଥିବା ଏକ ତୈଳକୂପରେ ବୁଧବାର ନିଆଁ ଲାଗିଯିବାରୁ ଅଏଲ୍ ଇଣ୍ଡିଆ ଲିଃ (ଓଆଇଏଲ୍)ର ୨ ଆଗ୍ନିକଙ୍କ ମୃତ୍ୟୁ ଘଟିଛି। ନିକଟରେ ଥିବା ବହୁ ଘର ଧ୍ୱଂସ ହୋଇଯାଇଛି। ହଜାର ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର…
ଆଦିବାସୀ ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ
ନୂଆଦିଲ୍ଲୀ,୧୧ା୬:ସୁପ୍ରିମକୋର୍ଟ ବୁଧବାର ଏକ ହତ୍ୟା ମାମଲାର ଶୁଣାଣି କରି ଓଡ଼ିଶାର ଗଜପତି ଜିଲାର ଆଦିବାସୀ ମହିଳାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅପରାଧ ସମୟରେ ଅଭିଯୁକ୍ତା ଜନନୀ ମଣ୍ଡଳ ନାବାଳିକା ଥିଲେ ଓ ତାଙ୍କର ବର୍ଷକର ସନ୍ତାନ ଥିବା କଥାକୁ ବିଚାରକୁ ନେଇ…
ହସ୍ପିଟାଲରେ ଓସ୍କାର ଫର୍ନାଣ୍ଡିଜ୍
ବେଙ୍ଗାଲୁରୁ, ୧୧ା୬: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ନାଣ୍ଡିଜ୍ ବୁଧବାର ମାଙ୍ଗାଲୋର୍ର କୋଡିଆଲ୍ବେଲସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଚିକିତ୍ସା ଲାଗି ସେଠାରେ ଭର୍ତ୍ତି କରାଯାଇଛି। କିଡ୍ନୀ…
ନୀରବ ମୋଦି, ମେହୁଲ ଚୋକ୍ସିଙ୍କ ୧୩୫୦ କୋଟିର ଗହଣା ଜବତ
ନୂଆଦିଲ୍ଲୀ,୧୧।୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୀରବ ମୋଦି ଏବଂ ମେହୁଲ ଚୋକ୍ସିଙ୍କ ୧୩୫୦ କୋଟି ଟଙ୍କାର ଗହଣାକୁ ଜବତ କରିଥିବା ଜଣାପଡ଼ିଛି। ୨୩୦୦ କିଲୋ ଗ୍ରାମର ପଲିସ ହୋଇଥିବା ହୀରା ଏବଂ ପର୍ଲସକୁ ହଂକଂରୁ ଅଣାଯାଇଥିବା ଜଣାପଡ଼ିଛି। ଏହାର ଦାମ୍ ପ୍ରାୟ ୧୩୫୦…
ଆରୋଗ୍ୟ ସେତୁ ଆପ୍ ଉପରେ ପାକିସ୍ତାନ ହ୍ୟାକରର ନଜର
ମୁମ୍ବାଇ,୧୦।୬: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ସଙ୍କଟ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଏହାକୁ ରୋକିବାକୁ ବିଭିନ୍ନ ଦେଶ ନିଜ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ତେବେ କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ନିଜ କୁକର୍ମରୁ ଓ ଭାରତ ବିରୋଧରେ ଷଡ଼ଯନ୍ତ୍ର…
ଲୋକଙ୍କ ଭିଡ଼କୁ ଦେଖି ଚିନ୍ତା ପ୍ରକଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୧୦।୬: ଦେଶରେ କରୋନା ଭାଇରସ୍ର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାରରୁ ଊର୍ଦ୍ଧ୍ୱ ଟପିଥିବା ବେଳେ ୩ହଜାର ଊର୍ଦ୍ଧ୍ୱ ମୃତ୍ୟୁ…
ଦିଲ୍ଲୀରେ ବିଏସ୍ଏଫ୍ ଯବାନଙ୍କ କରୋନାରେ ମୃତ୍ୟୁ
ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍ଡାଉନ ଜାରି ରହିଥିଲେ ମଧ୍ୟ ସଂକ୍ରମଣ ଥମିବାର ନାଁ ନେଉନି। ଏହା କବଳରୁ ଆଗଧାଡ଼ିର ଥିବା ଯୋଦ୍ଧାମାନେ ମଧ୍ୟ ବର୍ତ୍ତିପାରୁନାହାନ୍ତି।…
ବାଗଜାନ ଗ୍ୟାସ କୂଅ ଅଗ୍ନିକାଣ୍ଡ ଘଟଣାରେ ୨ଅଗ୍ନିଶମ କର୍ମଚାରୀ ମୃତ
ଗୁଆହାଟି,୧୦।୬: ଆସାମ ତିନିସୁକିଆ ଜିଲାର ବାଗଜାନ ସ୍ଥିତ ତୈଳ କୂଅରେ ଘଟିଥିବା ଅଗ୍ନିକାଣ୍ଡ ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଅଏଲ୍ ଇଣ୍ଡିଆ କମ୍ପାନୀର ବାଗଜାନ ଗ୍ୟାସ କୂଅରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୪ ସପ୍ତାହରୁ ଊର୍ଦ୍ଧ୍ୱ…
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଟଳିପଡ଼ିଲେ ୫ଆତଙ୍କବାଦୀ
ଶ୍ରୀନଗର,୧୦।୬: ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ ବୁଧବାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଉ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍ ଜାରି ରହିଛି। ସୂଚନାଯୋଗ୍ୟ,…
Archives


