Posted inଜାତୀୟ

ଭାରତର ପ୍ରଥମ ଓସ୍କାର ବିଜେତାଙ୍କ ପରଲୋକ

ମୁମ୍ବାଇ, ୧୫।୧୦: କଷ୍ଟ୍ୟୁମ ଡିଜାଇନର୍‌ ତଥା ଭାରତର ପ୍ରଥମ ଓସ୍କାର ବିଜୟିନୀ ଭାନୁ ଅଥେୟାଙ୍କ ଗୁରୁବାର ପରଲୋକ ଘଟିଛି। ୯୧ ବର୍ଷୀୟ ଭାନୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୁମ୍ବାଇର କୋଲାବାସ୍ଥିତ ବାସଭବନରେ ସେ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଭାରତର ପ୍ରଥମ ବ୍ୟକ୍ତି ଭାବେ ଭାନୁ ଅନ୍ତର୍ଜାତୀୟସ୍ତରରେ ପ୍ରଦାନ କରାଯାଉଥିବା ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଥିଲେ। ‘ଗାନ୍ଧୀ’ ଫିଲ୍ମ ପାଇଁ ପୋଷାକ ଡିଜାଇନ କରି ସେ ଜନ୍‌ ମୋଲାଙ୍କ ସହ ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର ଭାବେ ଓସ୍କାର ପୁରସ୍କାର ଲାଭ କରିଥିଲେ। ଏହି ଫିଲ୍ମକୁ ମୋଟ୍‌ ୮ଟି ଓସ୍କାର ପୁରସ୍କାର ମିଳିଥିଲା। ୧୯୮୨ ମସିହାରେ ରିଚାର୍ଡ ଏଣ୍ଟନବୋରାଙ୍କ ବିଶ୍ୱ ପ୍ରସିଦ୍ଧ ଫିଲ୍ମ ‘ଗାନ୍ଧୀ’ ରିଲିଜ କରିଥିଲା।
ଝିଅ ରାଧିକା ଗୁପ୍ତା ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ‘୨୦୧୨ରେ ମା’ଙ୍କୁ ମସ୍ତିଷ୍କ ଟ୍ୟୁମର ହୋଇଥିଲା। କିନ୍ତୁ ସେତେବେଳେ ସେ ଅସୁସ୍ଥତା ପାଇଁ ଅସ୍ତ୍ରୋପଚାର କରିବାକୁ ମନା କରିଦେଇଥିଲେ। ଫଳରେ ୨୦୧୫ରେ ପକ୍ଷାଘାତରେ ପୀଡ଼ିତ ହୋଇଥିଲେ। ଆଜି ସକାଳେ ଶୋଇଥିବା ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା।’ ଅପରାହ୍ନରେ ଚନ୍ଦନଓ୍ବାଡି ଶବଦାହ ଗୃହରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ଜଣାପଡ଼ିଛି। ଶେଷଥର ପାଇଁ ଭାନୁ ୨୦୦୧ରେ ରିଲିଜ ହୋଇଥିବା ‘ଲଗାନ’ ଓ ୨୦୦୪ରେ ‘ସ୍ବଦେଶ’ ଫିଲ୍ମ ପାଇଁ ପୋଷାକ ଡିଜାଇନ କରିଥିଲେ। ୧୯୫୬ରେ ମୁକ୍ତିଲାଭ କରିଥିବା ‘ସିଆଇଡି’ ଫିଲ୍ମରୁ ଭାନୁ ତାଙ୍କ ପୋଷାକ ଡିଜାଇନ କ୍ୟାରିୟର ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହନିମୁନ୍‌ରେ ଖୋଲିଲା ଡାକ୍ତର ସ୍ବାମୀଙ୍କ ରାଜ୍‌, ସ୍ତ୍ରୀ ଡାକିଲେ ପୋଲିସ

ଆଗ୍ରା,୨।୧୦:ଆଗ୍ରା ମହିଳା ଥାନାରେ ଜଣେ ଯୁବତୀ ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା, ମାରପିଟ୍‌ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ହେଉଛି ହନିମୁନ୍‌ ଯାଇଥିବାବେଳେ ସ୍ବାମୀ ନିଜକୁ...

ହରିୟାଣାରେ ଲାଗୁହେବ ଏନ୍‌ଆର୍‌ସି

ଚଣ୍ଡିଗଡ଼,୧୬ା୯(ପି.ଟି.): ଆସାମ ପରେ ହରିୟାଣାରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ରବିବାର ଘୋଷଣା କରିଛନ୍ତି। ଅକ୍ଟୋବରରେ...

ବିକ୍ଷୋଭ ବେଳେ ୧୮୫ ଛାତ୍ରୀଛାତ୍ର ଅଟକ

ନୂଆଦିଲ୍ଲୀ,୪ା୩(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଓ ଜାତୀୟ ରାଜଧାନୀରେ ସଦ୍ୟ ଘଟିଥିବା ସାମ୍ପ୍ରଦାୟିକ ହିଂସା ପ୍ରତିବାଦରେ ମଙ୍ଗଳବାର ଦିଲ୍ଲୀର ରାମଲୀଲା ମଇଦାନକୁ...

ଗୁଜରାଟ ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ଆରମ୍ଭ କରିବ ଏଏପି

ନୂଆଦିଲ୍ଲୀ,୨ ।୪: ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ...

ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ଦେଖିବା ପାଇଁ ଅନ୍‌ଲାଇନ୍‌ ପଞ୍ଜିକରଣ ଗୁରୁବାର ମଧ୍ୟରାତ୍ରଠାରୁ ଆରମ୍ଭ

ଶ୍ରୀହରିକୋଟା,୩।୭: ଚନ୍ଦ୍ରାୟନ-୨ ଜୁଲାଇ ୧୫ରେ ଉତ୍‌କ୍ଷେପଣ ହେବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏହା ଭାରତୀୟ ସମୟ ରାତ୍ର ୨ଟା ୫୧ରେ ଉତ୍‌କ୍ଷେପଣ...

ଆତଙ୍କବାଦୀ-ପୋଲିସ ଗୁଳିବିନିମୟ: ୧୦ ଦିନରେ ମଲେଣି ୧୧ ଆତଙ୍କବାଦୀ

ଶ୍ରୀନଗର,୫।୧୦: ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୪ ଜଣ...

‘ବିରୋଧୀଙ୍କୁ ବିସର୍ଜନ କରିଦିଅ’

ଲକ୍ଷ୍ନୌ,୨୨।୨: ଉତ୍ତର ପ୍ରଦେଶ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ବୁଧବାର ହେବ। ଏବେ ୧୭୨ଟି ଆସନ ପାଇଁ...

ଅଧରାତିରେ ମନ୍ଦିର କବାଟ ଖୋଲି ବିବାହ କଲେ ପ୍ରଶାସନିକ ଅଧିକାରୀ

ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶର କୁଶିନଗରରେ ଜଣେ ପ୍ରଶାସନିକ ଅଧିକାରୀ ଶୁକ୍ରବାର ବିଳମ୍ବିତ ରାତିରେ ମନ୍ଦିରରେ ବିବାହ କରିଥିବା ଜଣାପଡ଼ିଛି। ମନ୍ଦିର ରାତିରେ ବନ୍ଦ ଥିବା ବେଳେ ନିୟମ...

Advertisement
Archives

Model This Week