ଜାତୀୟ

ଏହି ରାଜ୍ୟରେ ଛାଡ ହେଲା ୨୫% ସ୍କୁଲ ଫି

ଅହମଦାବାଦ,୩୦।୯-ଏଣିକି ଗୁଜୁରାଟରେ ସ୍କୁଲ ଫି ବାବଦରେ ୨୫% ଛାଡ କରାଯିବ। ‘ସିବିଏସଇ’ ସ୍କୁଲ ସମେତ ଗୁଜରାଟର ସମସ୍ତ ସ୍କୁଲରେ ଏହା ଲାଗୁ ହେବ। ଏ ନେଇ ବୁଧବାର ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଦାସାମା କହିଛନ୍ତି, ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ…

ଏକ କୋଟି କରୋନା ଟେଷ୍ଟ କରାଇବାରେ ଭାରତର ପ୍ରଥମ ରାଜ୍ୟ ହେଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ, ୩୦।୯: ସାରା ଦେଶରେ କରୋନା ଏହାର କାୟା ମେଲାଇ ସାରିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୬୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇସାରିଛନ୍ତି। ଏଭଳି ଏକ ସମୟରେ କରୋନା ଟେଷ୍ଟକୁ ନେଇ ଉତ୍ତର ପ୍ରଦେଶରୁ ଏକ ବଡ଼…

ଦ୍ୱିତୀୟ ସ୍ତ୍ରୀଙ୍କୁ ଭେଟିବା ପାଇଁ ତୃତୀୟ ସ୍ତ୍ରୀଙ୍କ ଘରେ କଳାକନା ବୁଲାଇଲେ ସ୍ବାମୀ

ଭୋପାଳ,୩୦ା୯: ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଦ୍ୱିତୀୟ ସ୍ତ୍ରୀଙ୍କୁ ଭେଟିବା ପାଇଁ ତୃତୀୟ ସ୍ତ୍ରୀଙ୍କ ଘରେ କଳାକନା ବୁଲାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଚୋରି ମାମଲାର ଛାନଭିନ୍‌ କରିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଛି। ଏହା ପରେ…

ତଟରକ୍ଷୀ ବାହିନୀରେ ସାମିଲ୍‌ ହେଲା କନକଲତା ବରୁଆ

କୋଲକାତା, ୩୦।୯: ଭାରତୀୟ ତଟରକ୍ଷୀ ବାହିନୀରେ କନକଲତା ବରୁଆ ଜାହାଜ ସାମିଲ୍‌ ହୋଇଛି। ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋଲକାତାରେ ଏହାକୁ ସାମିଲ୍‌ କରାଯାଇଛି। ଏହାକୁ ଗାର୍ଡେନ୍‌ ରିଚ୍‌ ଶିପ୍‌ବିଲ୍ଡର ଆଣ୍ଡ ଇଞ୍ଜିନିୟରର୍ସ ଲିମିଟେଡ୍‌ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି।…

ପାକିସ୍ତାନରୁ ଭାରତକୁ ଆସୁଛି କୋଟି କୋଟି ଟଙ୍କାର ଡ୍ରଗ୍ସ୍‌

ନୂଆଦିଲ୍ଲୀ, ୩୦।୯: ଭାରତକୁ ପାକିସ୍ତାନ ସୀମା ଦେଇ କୋଟି କୋଟି ଟଙ୍କାର ଡ୍ରଗ୍ସ୍‌ ଆସୁଛି। ଏନେଇ ଏକ ସର୍ଭେ ରିପୋର୍ଟରେ ଉଲ୍ଲଖ କରାଯାଇଛି। ଗତ ୧୦ ବର୍ଷ ଧରି ଏଭଳି ଚେରା କାରବାର ଜାରି ରହିଥିବା ଇୟୁ-ରିପୋର୍ଟର ପକ୍ଷରୁ ତଥ୍ୟ ପ୍ରକାଶ…

ଯୁବତୀଙ୍କୁ ଗଣବଳାତ୍କାର ପରେ ଗାନ୍ଧିଜୀଙ୍କୁ ଏମିତି କହିଲେ ଏହି ଆଇଏଏସ୍‌ ଅଫିସର

ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶର ହାଥରସରେ ଦୁଇ ସପ୍ତାହ ତଳେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଗଣବଳାତ୍କାର ହୋଇଥିଲା। ଏହି ଯୁବତୀ ଜଣକ ଦିଲ୍ଲୀର ଏକ ହସ୍ପିଟାଲରେ ଆଖି ବୁଜିସାରିଛନ୍ତି। ଏହି ଘଟଣା ପରଠାରୁ ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ରାଜନେତା ସୋସିଆଲ ମିଡିଆରେ…

ହାଥରସ୍‌ ମାମଲା: ଦୋଷୀଙ୍କ ପ୍ରତି କଡ଼ା ଦଣ୍ଡବିଧାନ ପାଇଁ କହିଲେ ମୋଦି

ନୂଆଦିଲ୍ଲୀ, ୩୦।୯: ଉତ୍ତରପ୍ରଦେଶ ହାଥରସ୍‌ ଚନ୍ଦପାରେ ଘଟିଥିବା ଜଣେ ବାଳିକାଙ୍କ ଗଣ ବଳାତ୍କାର ମାମଲାରେ ଦୋଷୀଙ୍କ ପ୍ରତି କଡ଼ା ଦଣ୍ଡବିଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଆଲୋଚନା କରିଛନ୍ତି।…

ବିହାର ନିର୍ବାଚନ: ୬ ମେଣ୍ଟ ମଧ୍ୟରେ ଲଢ଼େଇ !

ପାଟନା, ୩୦।୯: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ରାଜ୍ୟରେ ନିର୍ବାଚନରେ ୬ଟି ମେଣ୍ଟ ମଧ୍ୟରେ ଲଢ଼େଇ ହେବ। ଏନ୍‌ଡିଏ ଏବଂ ଆର୍‌ଜେଡ଼ି ମେଣ୍ଟ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଏହି ଦୁଇ ମେଣ୍ଟରେ ସ୍ଥାନ ନ ପାଇ ଅନ୍ୟ…

ଶେଷ ଦିନରେ ଶେଷ ରାୟ ଦେଲେ ବିଚାରପତି ସୁରେନ୍ଦ୍ର: ହୋଇ ନ ଥିଲା ଷଡ଼ଯନ୍ତ୍ର, ସମସ୍ତ ଅଭିଯୁକ୍ତ ଖଲାସ

ନୂଆଦିଲ୍ଲୀ, ୩୦।୯: ଗତ ୨୮ ବର୍ଷ ତଳେ ଘଟିଥିବା ବାବ୍ରି ମସଜିଦ୍‌ ଭଙ୍ଗା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ମସଜିଦ୍‌ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ନା କରସେବକଙ୍କ ମଧ୍ୟରେ ଦୀର୍ଘଦିନ ଧରି ସୃଷ୍ଟି ହୋଇଥିବା କ୍ରୋଧ ଯୋଗୁ ଏଭଳି…

ଖରାପ ଗୋଳାବାରୁଦ ଯୋଗାଣ: ସ୍ଥଳସେନାର କ୍ଷତି ହୋଇଛି ୯୬୦ କୋଟି

ନୂଆଦିଲ୍ଲୀ, ୩୦।୯: ଏଲ୍‌ଓସି ଏବଂ ଏଲ୍‌ଏସିରେ ପାକିସ୍ତାନ-ଚାଇନା ସହିତ ଭାରତକୁ ସବୁବେଳେ ମୁହାଁମୁହିଁ ସ୍ଥିତିରେ ରହିବାକୁ ପଡୁଛି। ଏପରିସ୍ଥଳେ ଅର୍ଡିନାନ୍ସ୍‌ ଫ୍ୟାକ୍ଟ୍ରି ବୋର୍ଡ(ଓଏଫ୍‌ବି) ପକ୍ଷରୁ ସ୍ଥଳସେନାକୁ ଯୋଗାଇ ଦିଆଯାଇଥିବା ଖରାପ ଗୋଳାବାରୁଦ ଯୋଗୁ ୯୬୦ କୋଟି ଟଙ୍କାର କ୍ଷତି ହୋଇଛି। ଏନେଇ…

୧୯୫୯ର ଏଲ୍‌ଏସିକୁ ଗ୍ରହଣ କରାଯିବନି

ନୂଆଦିଲ୍ଲୀ,୩୦।୯: ଏଲ୍‌ଏସିକୁ ନେଇ ଭାରତ-ଚାଇନା ମଧ୍ୟରେ ବିବାଦ ଗୁରୁତର ରୂପ ଧାରଣ କରିଥିବାବେଳେ ୧୯୫୯ର ଏକପାଖିଆ ସୀମା ନିର୍ଦ୍ଧାରଣକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଭାରତ ମଙ୍ଗଳବାର ସ୍ପଷ୍ଟ କରିଛି। ପ୍ରକୃତ ସୀମାରେଖାକୁ ସମ୍ମାନ ଜଣାଇବା ଓ କୌଣସି ଦୁଃସାହସ…

ଚିନ୍ତା ବଢ଼ାଇଲା ଚାଇନାର ‘କ୍ୟାଟ୍‌ କ୍ୟୁ ଭାଇରସ୍‌’

ନୂଆଦିଲ୍ଲୀ,୩୦ା୯: ଚାଇନାରୁ ବିଶ୍ୱକୁ ବ୍ୟାପିଥିବା କରୋନା ଭୂତାଣୁଠାରୁ ତ୍ରାହି ମିଳୁନାହିଁ। ଏବେ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି ଏବଂ ପ୍ରାୟ ୩ କୋଟି ୩୬ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଏଭଳିସ୍ଥଳେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri