Posted inଜାତୀୟ

ହନୁମାନ ଚାଳିଶା ପାଠ ପାଇଁ ଅନୁମତି ଦେଇଥିବା ମୌଲାନାଙ୍କୁ ମସଜିଦରୁ କରାଗଲା ବହିଷ୍କାର

ଲକ୍ଷ୍ନୌ,୫।୧୧: ଉତ୍ତରପ୍ରଦେଶର ବାଗପତର ବିନୟପୁର ଗାଁର ମସଜିଦରେ ସୌହାର୍ଦ୍ଦ୍ୟ ତଥା ଭାଇଚାରା ନାମରେ ହନୁମାନ ଚାଳିସା ଏବଂ ଗାୟତ୍ରୀ ମନ୍ତ୍ର ପାଠ କରିବାକୁ ଅନୁମତି ଦେଇଥିବା ମୌଲାନାଙ୍କୁ ମସଜିଦରୁ ହଟାଇ ଦିଆଯାଇଛି। ମୁସଲିମ ସମ୍ପ୍ରଦାୟର ଲୋକଙ୍କ ସଭାରେ ଗୁପ୍ତ ଭାବେ ଏହି ନିଷ୍ପତ୍ତି ନିଆଯାଇଛି। ଏହାର ଫଳସ୍ବରୂପ ମୌଲାନା ନିଜର ଜିନିଷପତ୍ର ନେଇ ଗାଜିଆବାଦର ଲୋନି ପଳାଇଛନ୍ତି। ସେପଟେ ମୌଲବୀଙ୍କୁ ସମର୍ଥନ କରି ହିନ୍ଦୁ ସମାଜର ଲୋକମାନେ ଏକ ପଞ୍ଚାୟତ ବୈଠକ ଡାକିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖେକଡା ଅଞ୍ଚଳର ବିନୟପୁର ଗ୍ରାମରେ ଭାଜପା ନେତା ମନୁପାଲ ବଂଶଲ ଗତ ମଙ୍ଗଳବାର ମସଜିଦରେ ମୌଲାନା ଅଲି ହାସନଙ୍କ ଅନୁମତି ନେବା ପରେ ହନୁମାନ ଚାଳିସା, ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ। ଫେସବୁକରେ ହନୁମାନ ଚଲିସାଙ୍କ ପାଠର ମଧ୍ୟ ଲାଇଭ କରାଯାଇଥିଲା। ଏହି ବିଷୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବୁଧବାର ଏହି ଘଟଣାରେ ଏକ ନୂଆ ମୋଡ଼ ଆସିଥିଲା। ହନୁମାନ ଚାଳିଶା ପାଠକୁ ନେଇ ମୁସଲମାନ ସମାଜର ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରେ ଏକ ବୈଠକ ଡକାଇ ମୌଲାନାଙ୍କୁ ମସଜିଦରୁ ବହିଷ୍କାର କରାଯାଇଥିଲା। ଅନ୍ୟପକ୍ଷରେ ମନୁପାଲ କହିଛନ୍ତି ଯେ ଏହା ଭୁଲ ନିଷ୍ପତ୍ତି ଅଟେ। ମୌଲାନା ଭାଇଚାରାର ବାର୍ତ୍ତା ଦେଇଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଏଫ୍‌ଆଇ ଟାର୍ଗେଟରେ ଥିଲା ପ୍ରଧାନମନ୍ତ୍ରୀଙ୍କ ପାଟନା ରାଲି: ସାମ୍ନାକୁ ଆସିଲା ଏନ୍‌ଆଇଏର ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୨୪।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ପପୁଲାର୍‌ ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫ୍‌ଆଇ) ସମ୍ପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି। ଅଧିକାରୀମାନେ ଦାବି କରିଛନ୍ତି ଯେ, ଚଳିତ...

ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ

ଚଣ୍ଡିଗଡ଼,୧୫।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଡଙ୍ଗା ଜଳନ୍ଧରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯିବା ସମୟରେ ଓଲଟି ଯାଇଛି। ତାଙ୍କ ସହ ରାଜ୍ୟ ସଭା ସଦସ୍ୟ...

ଭାଜପାର କୁହୁଳୁଛି ଅସନ୍ତୋଷ, ୬ ମାସରେ ୩ ରାଜ୍ୟରେ ୪ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ନୂଆଦିଲ୍ଲୀ,୧୨।୯: ଭାଜପା ଶାସିତ ରାଜ୍ୟରେ ନେତାଙ୍କ ମଧ୍ୟରେ ଧୀରେଧୀରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହାର ଫଳସ୍ବରୂପ ଗତ ୬ ମାସ ମଧ୍ୟରେ ଦେଶର ୩ ରାଜ୍ୟ...

ସବୁଠାରୁ ଧନୀ ଗଣେଶ

ମୁମ୍ବାଇ,୨।୯: ସମଗ୍ର ଦେଶରେ ସୋମବାର ଗଣେଶ ପୂଜା ପାଳନ କରାଯାଇଛି। ଏନେଇ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ମୁମ୍ବାଇର ବଡ଼ ପର୍ବ ଭାବେ ଜଣାଶୁଣା...

ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହେଲେ ଶିବକୁମାର

ନୂଆଦିଲ୍ଲୀ,୧୪।୧୧: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ସୋମବାର ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।...

ଯୋଗୀଙ୍କୁ ଫେୟାରଓ୍ବେଲ ଦେଇସାରିଲାଣି ଭାଜପା

ଲକ୍ଷ୍ନୌ, ୧୬ା୧- ନିର୍ବାଚନ ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପସନ୍ଦର ଆସନ ଦେଉ ନାହାନ୍ତି କେନ୍ଦ୍ର ନେତୃତ୍ୱ। ଏହା ଦର୍ଶାଉଛି ଭାଜପାର ଡବଲ ଇଞ୍ଜିନ ସରକାର...

ବିନା ଅନୁମତିରେ ନିର୍ବାଚନୀ ଭିଡିଓରେ କଂଗ୍ରେସ ଏମ୍‌ପିଙ୍କ ସ୍ତ୍ରୀ ଫଟୋ ଲଗାଇଲା ଭାଜପା

ଚେନ୍ନାଇ,୩୧।୩: ତାମିଲନାଡୁ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ୨୩୪ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟ ଭୋଟ ହେବ। ଏଥିପାଇଁ ନିର୍ବାଚନ ପ୍ରଚାର ଚାଲିଛି। ଏଆଇଏଡିଏମକେ...

ଘୋଡା ଚଢି ବିଧାନସଭାରେ ପହଞ୍ଚିଲେ ବିଧାୟିକା

ରାଞ୍ଚି,୮।୩: ଆଜି ବିଶ୍ୱ ମହିଳା ଦିବସ। ପ୍ରତିବର୍ଷ ପରି, ଏଥର ମଧ୍ୟ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ କରାଯାଉଛି। ଏହି ଅବସରରେ ଝାଡଖଣ୍ଡ...

Advertisement
Archives

Model This Week