Posted inଜାତୀୟ

ମୋବାଇଲ୍‌ ପାଇଁ ସ୍ତ୍ରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଲେ ସ୍ବାମୀ

ଚତରା,୫।୧୧:ଝାଡଖଣ୍ଡର ଚତରାରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ମୋବାଇଲ୍‌ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ମୋବାଇଲକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ଏହି ଘଟଣା ସଦର ପୋଲିସ ଷ୍ଟେଶନ ଅଞ୍ଚଳର ସୀମା ପଞ୍ଚାୟତ ଅନ୍ତର୍ଗତ ହାସବୋ ଗ୍ରାମରୁ ଆସିଛି। ଉମେଶ ଭୁୟାଁଙ୍କ ସ୍ତ୍ରୀ ଡଲି ଦେବୀଙ୍କ ମୃତ୍ୟୁ ପରେ ଏହି ଅଞ୍ଚଳରେ ଆତଙ୍କ ଖେଲି ଯାଇଛି। ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଏସଡିପିଓ ଅବିନାଶ କୁମାର ଏବଂ ପୋଲିସ ଅଧିକାରୀ ଲଭ କୁମାର ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛନ୍ତି। ସୂଚନାଯୋଗ୍ୟ, ଉମେଶ ଦୁଇ ଦିନ ପୂର୍ବରୁ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ଏହି ସମୟରେ ତାଙ୍କ ମୋବାଇଲ ହଜି ଯାଇଥିଲା। ପରେ ସେ ନିଜ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ଡଲିଙ୍କ ସହ ମୋବାଇଲ ହଜିବାକୁ ନେଇ ଝଗଡା ହୋଇଥିଲା। ପରିଜନଙ୍କ ଅନୁଯାୟୀ, ଶ୍ୱଶୁର ଘରେ କୋଉ ଝିଅକୁ ଫୋନ ଦେଇଥିବା କହି ସ୍ବାମୀଙ୍କ ସହ ଝଗଡା କରିଥିଲେ ଡଲି। ଏହାପରେ ଉଭୟ ଶୋଇବାକୁ ଯାଇଥିଲେ। ପରଦିନ ସକାରେ ଡଲିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେଠାରେ ଉମେଶ ଶୋଇ ରହିଥିଲେ। ଉଭୟ ମାତ୍ର ୬ ମାସ ହେବ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କ ବିଦାୟୀ ଭାଷଣ: କହିଲେ, ମୁଁ ମୋର ଦାୟିତ୍ୱକୁ ଯଥାସମ୍ଭବ କରିଛି ପୂରଣ

ନୂଆଦିଲ୍ଲୀ,୨୪।୭: ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରବିବାର ଦେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ପାଞ୍ଚ ବର୍ଷ...

ମିଶନ ବଙ୍ଗାଲ ପାଇଁ ପାଗ ଭିଡିଛନ୍ତି ଶାହା

ନୂଆଦିଲ୍ଲୀ,୧୧ ।୨: ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ସମସ୍ତ ଶକ୍ତି ଲାଗାଇବାରେ ବ୍ୟସ୍ତ । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଦ୍ୱିତୀୟ ଦିନରେ ଇଡିରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ,୧୪।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କୁ ମଙ୍ଗଳବାର ଦ୍ୱିତୀୟ...

କେବଳ ସୁଇସାଇଡ୍‌ ନୋଟ୍‌ରେ ନାମ ଥିଲେ ଅଭିଯୁକ୍ତଙ୍କ ଦୋଷ ସାବ୍ୟସ୍ତ ହେବ ନାହିଁ…

ଚଣ୍ଡିଗଡ଼,୨୭।୨ : ସୁଇସାଇଡ୍‌ ନୋଟ୍‌ରେ ନାମ ଉଲ୍ଲେଖ କରିବା ଦ୍ୱାରା ଅଭିଯୁକ୍ତଙ୍କର ଦୋଷ ପ୍ରମାଣିତ ହୁଏ ନାହିଁ। ଅଭିଯୁକ୍ତଙ୍କ ସହ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଏବଂ...

ଜେଲ ଗଲେ ପାଦ୍ରୀ

ଚେନ୍ନାଇ, ୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ହିନ୍ଦୁଧର୍ମ ଏବଂ ତାମିଲନାଡୁ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ଜଣେ ରୋମାନ କାଥୋଲିକ୍‌ ପାଦ୍ରୀଙ୍କ...

ନିର୍ମାଣ ହେବ ନୂଆ ସଂସଦ ଭବନ: ଦୌଡ଼ରେ ୭ କମ୍ପାନୀ

ନୂଆଦିଲ୍ଲୀ, ୧୫।୭: ଭାରତର ନୂଆ ସଂସଦ ଭବନ ନିର୍ମାଣ କରାଯିବ। ଏଥିପାଇଁ ଦୌଡ଼ରେ ୭ଟି କମ୍ପାନୀ ରହିଛନ୍ତି। ସେସବୁ କମ୍ପାନୀ ମଧ୍ୟରେ ଉତ୍ତରପ୍ରଦେଶ ସରକାରୀ ନିଗମ...

କରୋନା ଭାଙ୍ଗିଲା ରେକର୍ଡ: ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ଟପିଲା ୩ ଲକ୍ଷ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। କରୋନା ସଂକ୍ରମଣ ପୂର୍ବରୁ...

ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା କରୁଛି ଅପରେଶନ ଲୋଟସ: ସିସୋଡିଆ…

ନୂଆଦିଲ୍ଲୀ,୨୯।୧୦ : ଦିଲ୍ଲୀରେ ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା ପକ୍ଷରୁ ଅପରେଶନ ଲୋଟସ ଆରମ୍ଭ ହୋଇଛି। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଡିଆ ଶନିବାର...

Advertisement
Archives

Model This Week