Posted inଜାତୀୟ

ନଭେମ୍ବର ୧୦ ପରେ ତେଜସ୍ୱୀଙ୍କ ଆଗରେ ମୁଣ୍ଡ ଟେକି ଚାଲିପାରିବେନି ନୀତୀଶ: ଚିରାଗ

ପାଟନା,୫ ।୧୧: ବିହାର ବିଧାନସଭା ନିର୍ବାଚନର ତୃ୍‌ତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଶନିବାର ଅର୍ଥାତ୍ ନଭେମ୍ବର ୭ରେ ଅନୁଷ୍ଠିତ ହେବ । ଏଥିପାଇଁ ଗୁରୁବାର ୧୫ ଜିଲାର ୭୮ ଆସନ ପାଇଁ ଶେଷ ପ୍ରଚାର ଦିବସ । ତେଣୁ ଏବେ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ସମସ୍ତ ବଳ ଖର୍ଚ୍ଚ କରୁଥିବା ଦେଖାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ କରାଯିବ । ଏହି କ୍ରମରେ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ର ଅଧ୍ୟକ୍ଷ ଚିରାଗ ପାଶୱନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ଚିରାଗ କହିଛନ୍ତି ନଭେମ୍ବର ୧୦ ତାରିଖ ପରେ ନୀତୀଶ ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ସାମ୍ନାରେ ମୁଣ୍ଡ ଟେକି ଚାଲି ପାରିବେ ନାହିଁ । ପୂର୍ବରୁ ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ନୀତୀଶ ଗାଳି କରି ଚାଲିଥିଲେ ଏବେ ସେହି ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ମଞ୍ଚ ୁପରେ ନତ ମସ୍ତକ ହୋଇ ଚାଲିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଆପଣଙ୍କ ଲୋଭ ଓ ପ୍ରେମ ସ୍ପଷ୍ଟ ବାରି ହୋଇ ପଡୁଛି । ନଭେମ୍ବର ୩ରେ ନୀତୀଶଙ୍କ ରାଲିରେ ଯେଉଁ ପିଆଜ ମାଡ ହୋଇଥିଲା ତାକୁ ନେଇ ଚିରାଗ କହିଛନ୍ତି, ରାଜ୍ୟବାସୀଙ୍କ ଦୁଃଖଦୁର୍ଦ୍ଦଶା ବୁଝିବା ପରିବେର୍ତ୍ତେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେଉଁଭଳି ଢଙ୍ଗରେ କହିଥିଲେ ଫୋପାଡ ଆହୁରି ଫୋପାଡ ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷୟିତ୍ରୀଙ୍କୁ ମିଳିଲା କନ୍ୟା ସଜାଇବା ଦାୟିତ୍ୱ

ସିଦ୍ଧାର୍ଥନଗର,୨୮।୧: ଉତ୍ତର ପ୍ରଦେଶରେ ଶିକ୍ଷକମାନଙ୍କୁ ଏପର୍ଯ୍ୟନ୍ତ ଜନଗଣନା ଓ ନିର୍ବାଚନ ଭଳି କାର୍ଯ୍ୟରେ ନିୟୋଜିତ କରାଯାଇଥିବା କଥା ଜଣାଥିଲା। ହେଲେ ଏବେ ଉତ୍ତର ପ୍ରଦେଶର କେତେଜଣ...

ପୋଲିସ, ବିକ୍ଷୋଭକାରୀ ସଂଘର୍ଷ

ଇମ୍ଫାଲ,୨୮ା୯: ଜାତିଆଣ ହିଂସା ପ୍ରଭାବିତ ମଣିପୁରରେ ମେଇତି ସମ୍ପ୍ରଦାୟର ନିଖୋଜ ଛାତ୍ରୀ ଲୁଓ୍ବାଙ୍ଗ୍‌ବି ହିଜାମ୍‌ ଏବଂ ଛାତ୍ର ଫିଜାମ୍‌ ହେମନ୍‌ଜିତଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା...

ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର: ୩୭୦ ଉଚ୍ଛେଦ ନିଷ୍ପତ୍ତି ଯଥାର୍ଥ

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ନିଷ୍ପତ୍ତି ଯଥାର୍ଥ ଥିଲା ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।...

୨ ସପ୍ତାହ ବିଳମ୍ବରେ ଅକ୍ଟୋବର ୮ରେ ଭାରତକୁ ମିଳିବ ରାଫାଲ୍‌

ନୂଆଦିଲ୍ଲୀ,୧୦।୯: ଫ୍ରାନ୍ସର ଯୁଦ୍ଧ ବିମାନ ରାଫାଲ୍‌ ଏବେ ୨ ସପ୍ତାହ ବିଳମ୍ବରେ ଭାରତକୁ ମିଳିବ। ଏହା ଅକ୍ଟୋବର ୮ରେ ଭାରତକୁ ମିଳିବ ବୋଲି ଫ୍ରାନ୍ସ୍‌ କହିଛି।...

ହିମାଚଳ ପ୍ରଦେଶରେ ଅମିତ ଶାହା କହିଲେ ମିଥ୍ୟା ପ୍ରତିଶ୍ରୁତି ଦିଏ କଂଗ୍ରେସ, ଏବେ ପ୍ରତିଥର ଫେରିବ ଭାଜପା

ଶିମଲା,୧୦ ।୧୧: ହିମାଚଳ ପ୍ରଧୋ ବିଧାନସଭା ବାଇଁ ଗୁରୁବାର ହେଉଛି ପ୍ରଚାର ପାଇଁ ଶେଷ ଦିନ । ଏହି କ୍ରମରେ ଗୁରୁବାର ସ୍ୱରାଷ୍ଟୟ ମନ୍ତ୍ରୀ ଅମିତ...

ପ୍ଲେ ଷ୍ଟୋରରୁ ୪୩ ମୋବାଇଲ ଆପ୍‌ ହଟାଇଲା ଗୁଗଲ୍‌

ନୂଆଦିଲ୍ଲୀ,୧୦।୮: ଗୁଗଲ ପ୍ଲେ ଷ୍ଟୋରରୁ ଭାଇରସ ଥିବା ୪୩ଟି ମୋବାଇଲ ଆପ ହଟାଇଛି। ଏହି ଆପଗୁଡିକ ଗୁଗଲ ପ୍ଲେ ଡେଭଲପର୍‌ ପଲିସି ଉଲ୍ଲଂଘନ କରିଥିବା ଅଭିଯୋଗ...

ଇପିଏଫ୍‌ ସୁଧ ହାର ୮.୬୫ ପ୍ରତିଶତ ହେବା ସମ୍ଭାବନା: ମାର୍ଚ୍ଚ ୫ରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୩: କର୍ମଚାରୀ ଭବିଷ୍ୟ ନିଧି ଜମା ଉପରେ ସୁଧ ହାର ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ୮.୬୫ ପ୍ରତିଶତ ରଖିବା ପାଇଁ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ...

ମାଲାଲାଙ୍କ ସ୍ବପ୍ନ ଭାରତ-ପାକ୍‌ ବନ୍ଧୁତା

ନୂଆଦିଲ୍ଲୀ, ୨ା୩: ସୀମା ଓ ବିଭାଜନର ପୁରୁଣା ଫିଲୋସୋଫି ଆଉ କାମ କରୁନାହିଁ। ଭାରତ ଏବଂ ପାକିସ୍ତାନର ଲୋକେ ଶାନ୍ତିରେ ବଞ୍ଚତ୍ବାକୁ ଚାହଁ।ନ୍ତି। ଏହି ଦୁଇ...

Advertisement
Archives

Model This Week