Posted inଜାତୀୟ

ମଝି ନଈରେ ଓଲଟିଲା ଡଙ୍ଗା

ପାଟନା,୫।୧୧: ବିହାରର ଭାଗଲପୁରରେ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝିନଈରେ ଓଲଟି ପଡ଼ିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କେତେକ ଲୋକ ନିଖୋଜ ଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନୌଗଛିଆର କରାରି ତିନଟଙ୍ଗା ଦିୟାରାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗଙ୍ଗାର ଉପଧାରାରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ସବାର ଥିଲେ। ଭଉଁରିରେ ପଡ଼ି ନିୟନ୍ତ୍ରଣ ହରାଇ ଡଙ୍ଗାଟି ଓଲଟି ପଡ଼ିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଉଦ୍ଧାର ହୋଇଥିବା ୧୫ ଜଣ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି। ଡଙ୍ଗାଟି ମହତୋ ବହିୟାର ଘାଟରୁ ଯାତ୍ରା ଆରମ୍ଭ କରିଥିଲା। ଦର୍ଶନିଆ ନଦୀ ସ୍ରୋତରେ ଡଙ୍ଗାଟି ଭଉଁରି ଆଡ଼କୁ ଟାଣି ହୋଇ ଯାଇଥିଲା। ନିକଟରେ କାମ କରୁଥିବା କେତେକ ଶ୍ରମିକ କିଛି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ନେଇ ପ୍ରଶ୍ନ: ଓୱାଇଇସି କହିଲେ ୧୮ ବର୍ଷରେ ଯଦି ଏମ୍‌ପି, ବିଧାୟକ ବାଛିପାରିବେ ଜୀବନ ସାଥି କାହିଁକି ନୁହେଁ

ନୂଆଦିଲ୍ଲୀ,୧୮ ।୧୨: ଝିଅଙ୍କ ବିବାହ ବୟସ ୧୮ରୁ ବୃଦ୍ଧି କରି ୨୧ କରିବା ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ମିଳିସାରିଛି । ଏବେ ଏହାକୁ ନେଇ...

ପୁଣି ଗ୍ରାହକଙ୍କୁ ଝଟ୍‌କା ଦେଲା ଏସ୍‌ବିଆଇ, ଋଣ ହେଲା ମହଙ୍ଗା…

ନୂଆଦିଲ୍ଲୀ,୧୪।୧: ଗ୍ରାହକଙ୍କୁ ଝଟ୍‌କା ଦେଇଛି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)। ବ୍ୟାଙ୍କ ଏହାର ଋଣ ହାର ଅର୍ଥାତ ଏମ୍‌ସିଏଲ୍‌ଆର୍‌କୁ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛି।...

ସଂଶୋଧିତ କୃଷି ଆଇନକୁ ଫେରାଇ ନିଆଯିବାର ସାମ୍ବିଧାନିକ ଉପାୟ…

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଏକ ବର୍ଷ ଧରି ବିବାଦ ଲାଗି ରହିଥିବା ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି। ଆନ୍ଦୋଳନ ଶେଷ...

ତୃଣମୂଳ କଂଗ୍ରେସ ଦୁର୍ନୀତିରେ ରେକର୍ଡ କରିଛି: ମୋଦି

ନୂଆଦିଲ୍ଲୀ,୨୧।୩: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ହାତେଇବା...

ପ୍ରଥମରେ ୧୫, ଦ୍ୱିତୀୟରେ ୨୬, ମୁମ୍ବାଇରେ ହେବାକୁ ଥିବା ତୃତୀୟ ବୈଠକରେ ବଢିବକି ବିରୋଧୀ ମେଣ୍ଟର ସଂଖ୍ୟା

ନୂଆଦିଲ୍ଲୀ,୨୭।୮: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଅଗାମୀ ବୈଠକ ମୁମ୍ବାଇରେ ହେବାକୁ ଯାଉଛି। ଅଗଷ୍ଟ ୩୧ରେ ଏହି ବୈଠକ ଅନୁଷ୍ଠିତ ହେବ। ଜୁନ ୨୩ରେ ପାଟନାରେ ‘ଇଣ୍ଡିଆ’ର...

ହିମାଳୟ ଅଞ୍ଚଳରେ ଯେ କୌଣସି ସମୟରେ ହୋଇପାରେ ବଡ଼ ଭୂକମ୍ପ…

ହାଇଦ୍ରାବାଦ,୨୨।୨ : ନ୍ୟାଶନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନଜିଆରଆଇ)ର ବୈଜ୍ଞାନିକ ଦାବି କରିଛନ୍ତି ଯେ ଖୁବ ଶୀଘ୍ର ହିମାଳୟ ଅଞ୍ଚଳରେ ଏକ ବଡ଼ ଭୂକମ୍ପ ହୋଇପାରେ।...

ମଧ୍ୟ ପ୍ରଦେଶର ୨୮ ଆସନରେ ଭାଜପା ଆଗରେ ୨୮ହଜାରରେ ସିନ୍ଧିଆ ପଛରେ

ଭୋପାଳ,୨୩।୫: ମଧ୍ୟପ୍ରଦେଶର ପ୍ରାୟ ୨୮ ଆସନରେ ଭାଜପା ଆଗରେ ଥିବା ବେଳେ ଏଠାକାର କଂଗ୍ରେସର ହେଭିଓ୍ବେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୮ ହଜାର ଭୋଟରେ ପଛରେ...

୫୦ ବର୍ଷ ଧରି ଗୋଟିଏ ଆସନରୁ ଲଗାତର ନିର୍ବାଚନ ଜିତିଆସୁଥିଲେ ଓମେନ ଚାଣ୍ଡି

ଥିରୁଭାନନ୍ତପୁରମ୍‌,୧୮ା୭: ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମେନ ଚାଣ୍ଡିଙ୍କ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ୭୮ ବର୍ଷ...

Advertisement
Archives

Model This Week