ଜାତୀୟ

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ : ମାନକୋଟ ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼, ୨୯ ଦିନରେ ୪୫ ଥର

ଶ୍ରୀନଗର, ୨୯।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ଭୋର୍‌ ୪ଟା ୩୦ରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ମାନକୋଟ ସେକ୍ଟରରେ…

ଏନ୍‌ଏଚ୍‌ରେ ୫ ହଜାରରୁ ଅଧିକ ମୃତ୍ୟୁଯନ୍ତା: ତାମିଲନାଡୁରେ ସର୍ବାଧିକ

ନୂଆଦିଲ୍ଲୀ, ୨୯।୯: ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ୫ ହଜାର ୪୮୯ ମୃତ୍ୟୁଯନ୍ତା ରହିଛି। ୨୦୧୫ରୁ ୨୦୧୯ ମଧ୍ୟରେ ଏସବୁ ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରାଯାଇଛି। ଜାତୀୟ ରାଜପଥର ପ୍ରତି ୫୦୦ ମିଟରରେ ମଧ୍ୟରେ ହାରାହାରି ୫ଟି ଦୁର୍ଘଟଣା ଗତ ୩ ବର୍ଷରେ ଘଟିଥିବା କେନ୍ଦ୍ର…

ଚାଇନା ସହ ନା ରହିଛି ଯୁଦ୍ଧର ସ୍ଥିତି ନା ରହିଛି ଶାନ୍ତିର ସ୍ଥିତିି: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୯ ।୯: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଉତ୍ତର ସୀମାରେ ଲାଗି ରହିଥିବା ଉତ୍ତେଜନା କମିବାର ନାଁ ନେଉନି । ଏହାକୁ ନେଇ ଭାରତୀୟ ବାୟୁସେନାର ମୁଖ୍ୟ ଆର୍‌କେଏସ୍ ଭଦୁରିଆ କହିଛନ୍ତି ଏବେ ପରିବେଶ ଓ ସାମ୍ପ୍ରତିକ…

କେତେ ଦିନ ଅଟକ ରହିବେ ମେହବୁବା: ସପ୍ତାହେ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୯।୯: ପିଡ଼ିପି ସଦସ୍ୟା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଆଉ କେତେ ଦିନ ଅଟକ ରଖାଯିବ। ଏନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ(ଏସ୍‌ସି)ଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏସମ୍ପର୍କରେ ଖଣ୍ଡପୀଠ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାକୁ ପଚରା ଯାଇଛି।…

ନମାମି ଗଙ୍ଗେ ପ୍ରକଳ୍ପ: ପ୍ରତିଦିନ ୧୫୧ ନିୟୁତ ଲିଟରରୁ ଅଧିକ ଜଳ ହେବ ଶୋଧନ, ଟଙ୍କାଏରେ ପାଣି ସଂଯୋଗ ସୁବିଧା

ହରିଦ୍ୱାର, ୨୯।୯: ନମାମି ଗଙ୍ଗେ ମିଶନ ପ୍ରକଳ୍ପ ଅର୍ନ୍ତଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରଖଣ୍ଡରେ ୬ ମେଗା ପରିଯୋଜନାର ଲୋକାର୍ପଣ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ଏହା ଦ୍ୱାରା ପ୍ରତିଦିନ ୧୫୧.୫ ନିୟୁତ ଲିଟର ଜଳ ଶୋଧନ କରାଯାଇପାରିବ। ସେଥିମଧ୍ୟରେ…

୨୧ ବର୍ଷ ପରେ ଦୋଷମୁକ୍ତ ହେଲେ ଏହି ବ୍ୟକ୍ତି, କୋର୍ଟ କହିଲେ ବଳାତ୍କାର ନୁହେଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା

ନୂଆଦିଲ୍ଲୀ,୨୯।୯: ଦୀର୍ଘ ୨୧ ବର୍ଷ ପରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ। ଜଣେ ମହିଳାଙ୍କ ଦ୍ୱାରା ବଳାତ୍କାର ଅଭିଯୋଗ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ବଳାତ୍କାର ନୁହେଁ ବରଂ ଉଭୟ ପରସ୍ପରକୁ ଗଭୀର ଭାବେ…

ବାବ୍ରି ଭଙ୍ଗା ମାମଲା: ଷଡ଼ଯନ୍ତ୍ର ନା କରସେବକଙ୍କ କ୍ରୋଧ କିଏ ଦାୟୀ, ବୁଧବାର ଫଇସଲା

ନୂଆଦିଲ୍ଲୀ, ୨୯।୯: ବାବ୍ରି ମସଜିଦ୍‌ ଭଙ୍ଗା ମାମଲାର ରାୟ ବୁଧବାର ଆସିବ। ମସଜିଦ୍‌ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ନା କରସେବକଙ୍କ ମଧ୍ୟରେ ଦୀର୍ଘଦିନ ଧରି ସୃଷ୍ଟି ହୋଇଥିବା କ୍ରୋଧ ଯୋଗୁ ଏଭଳି ହୋଇଥିଲା, ଏହାର ଫଇସଲା କୋର୍ଟ କରିବେ। ଏଠାରେ…

ଗର୍ଲଫ୍ରେଣ୍ଡ, ଶ୍ୱଶୁରଙ୍କୁ ଗୁଳି ମାରିଲେ ପୋଲିସ ସବ-ଇନ୍ସପେକ୍ଟର

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀ ପୋଲିସର ଜଣେ ସବ ଇନ୍ସପେକ୍ଟର ଏବେ ହତ୍ୟାକାରୀ ପାଲଟିଛି। ଅବୈଧ ସମ୍ପର୍କ ଜାଲରେ ପଡ଼ିଥିବା ସବ-ଇନ୍ସପେକ୍ଟର ସନ୍ଦୀପ ଦାହିଆ ପ୍ରଥମେ ତାଙ୍କ ପ୍ରେମିକାଙ୍କୁ ଦିଲ୍ଲୀରେ ଗୁଳି ମାରିଥିଲେ ଏବଂ ପରେ ବାପଘଷର ରହୁଥିବା ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ…

ମହାତ୍ମା ବି କୃଷି ଆଇନର କରିଥାନ୍ତେ ବିରୋଧ: ଅନ୍ନଦାତା

ନୂଆଦିଲ୍ଲୀ, ୨୯।୯: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଦେଶବ୍ୟାପି ବିରୋଧ ଜାରି ରହିଛି। କଂଗ୍ରେସ ପକ୍ଷରୁ ଏହାର ଜୋରଦାର ବିରୋଧ କରାଯିବା ସହିତ ସରକାରଙ୍କୁ ଘେରିବାର ଉଦ୍ୟମ କରାଯାଉଛି। ଏସମ୍ପର୍କରେ ରାହୁଲ ଗାନ୍ଧୀ ଦେଶର ବିଭିନ୍ନ ଅଞ୍ଚଳର କୃଷକଙ୍କ ସହିତ…

ଖୋଲିପାରେ ସିନେମା ହଲ୍‌

ନୂଆଦିଲ୍ଲୀ,୨୯।୯: ଦେଶବ୍ୟାପୀ ଅନ୍‌ଲକ୍‌ ୪.୦ ସେପ୍ଟେମ୍ବର ୩୦ରେ ଶେଷ ହେଉଛି। ଅକ୍ଟୋବର ୧ରୁ ଅନ୍‌ଲକ୍‌ ୫.୦ ଆରମ୍ଭ ହେବ। ଆର୍ଥିକ କାର୍ଯ୍ୟକଳାପକୁ ସ୍ବାଭାବିକ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଥିବାବେଳେ ଅନ୍‌ଲକ୍‌ ୫.୦ରେ ବଡ଼ ବଡ଼ ମଲ୍‌,…

‘ମାର୍ଚ୍ଚ ସୁଦ୍ଧା ଭାରତରେ କରୋନା ଟିକା’

ନୂଆଦିଲ୍ଲୀ,୨୯।୯: ମହାମାରୀ କରୋନାର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଭାରତରେ ପ୍ରଥମ କରୋନା ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର ପ୍ରକାଶ କରିଛନ୍ତି। ଏଥିଲାଗି…

ପି.ଡି. ବାଘେଲା ଟ୍ରାଇ ମୁଖ୍ୟ

ନୂଆଦିଲ୍ଲୀ,୨୯ା୯: ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ସୋମବାର ୧୯୮୬ ବ୍ୟାଚ୍‌ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ପି.ଡି. ବାଘେଲାଙ୍କୁ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ)ର ନୂଆ ମୁଖ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ୩ ବର୍ଷ କିମ୍ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri