ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୬।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଓ ଜ୍ୱର ଯୋଗୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୈନ ଟୁଇଟ କରି କହିଛନ୍ତି...
ଶୋପିଆନ୍ରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ୩ ଆତଙ୍କବାଦୀ ନିହତ, ଅସ୍ତ୍ରଶସ୍ତ୍ର ଜବତ
ଶ୍ରୀନଗର, ୧୬।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଶୋପିଆନ୍ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।...
୨୪ ଘଣ୍ଟାରେ ସୁସ୍ଥ ହେଲେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ, ୧୬।୬: କରୋନା ମହାମାରୀ ଯୋଗୁ ଭାରତରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୯୧ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯ ହଜାର ୯୦୦ ଛୁଇଁଛି। ଇତିମଧ୍ୟରେ ଲକ୍ଷେ...
ଶତାବ୍ଦୀ ଶେଷ ସୁଦ୍ଧା ଭାରତ ହେବ ୪.୪ ଡିଗ୍ରୀ ଅଧିକ ଉତ୍ତପ୍ତ
ନୂଆଦିଲ୍ଲୀ,୧୬ା୬(ପି.ଟି.): ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଭାରତର ତାପମାତ୍ରା ୪.୪ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ହୋଇପାରେ। ସେହିପରି ଉଷ୍ମ ପ୍ରବାହର ତୀବ୍ରତା ୩-୪ ଗୁଣ ବଢ଼ିପାରେ ବୋଲି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଭୂବିଜ୍ଞାନ...
ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ପୁଣି ପିଟିଶନ
ଭୁବନେଶ୍ୱର, ୧୬।୬(ବ୍ୟୁରୋ)/ ନୂଆଦିଲ୍ଲୀ(ସ୍ବ.ପ୍ର.): ପୁରୀ ରଥଯାତ୍ରା ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍ ପିଟିଶନ ଦାଖଲ କରାଯାଇଛି। ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ରଥଯାତ୍ରା ନିଷ୍ପତ୍ତି ନ୍ୟସ୍ତ କରିଥିବାବେଳେ ଭାରତୀୟ ବିକାଶ...
ପ୍ରତିରୋଧ କ୍ଷମତାକୁ ନେଇ ଭାରତ ଦୃଢ଼
ନୂଆଦିଲ୍ଲୀ, ୧୬ା୬: ଭାରତ ଅପେକ୍ଷା ପାକିସ୍ତାନରେ ରହିଛି ଅଧିକ ଅଣୁଅସ୍ତ୍ର। ଚାଇନା ପାଖରେ ପାକିସ୍ତାନ ଅପେକ୍ଷା ଦୁଇଗୁଣା ଅଧିକ ଅଣୁଅସ୍ତ୍ର ରହିଛି। ହେଲେ ଭାରତର ପ୍ରତିରୋଧ କ୍ଷମତା ବେଶ୍ ସଦୃଢ଼। ଷ୍ଟକ୍ହୋମ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ପ୍ରତିଷ୍ଠାନ ରିପୋର୍ଟରେ ଦର୍ଶାଯାଇଛି...
୬୫% ବୟସ୍କଙ୍କ ଜୀବିକା ପ୍ରଭାବିତ
ନୂଆଦିଲ୍ଲୀ,୧୬ା୬(ପି.ଟି.): କରୋନାଜନିତ ଲକ୍ଡାଉନ ଯୋଗୁ ୬୫ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କ ଜୀବିକା ପ୍ରଭାବିତ ହୋଇଛି। ଏହି ସମୟରେ ସେମାନେ କାମଧନ୍ଦା ହରାଇଛନ୍ତି କିମ୍ବା ସେମାନଙ୍କୁ ମିଳୁଥିବା ବେତନ ଯଥେଷ୍ଟ ହ୍ରାସ ଘଟିଛି। ହେଲ୍ପଏଜ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ...
ନେପାଳ ସୀମା ବିବାଦ ପଛରେ ଚାଇନା
ନୂଆଦିଲ୍ଲୀ,୧୬ା୬: ଭାରତ ସହ ଦୀର୍ଘ ଦଶନ୍ଧି ଧରି ଉତ୍ତମ ସମ୍ପର୍କ ରଖିଆସିଥିବା ପଡ଼ୋଶୀ ଦେଶ ନେପାଳ ହଠାତ୍ ସୀମା ବିବାଦ ସୃଷ୍ଟି କରିବା ପଛରେ ସେଠାର ଘରୋଇ ରାଜନୈତିକ ହଟଚମଟ, ବର୍ଦ୍ଧିତ ଉଚ୍ଚାକାଂକ୍ଷା ରହିଛି। ଚାଇନାର ଆର୍ଥତ୍କ ସହାୟତା ଏହାକୁ...
ଚାରି ମହଲାରୁ ୨ପିଲାଙ୍କୁ ଫିଙ୍ଗିଦେଲେ: ଜଣେ ମୃତ
କୋଲକାତା,୧୬ା୬(ଆଇଏଏନ୍ଏସ୍): କୋଲକାତାର ବୁରାବଜାର ଅଞ୍ଚଳରେ ଏକ ବୀଭତ୍ସ ତଥା ହୃଦୟ ବିଦାରକ ଘଟଣା ଘଟିଛି। ପୂର୍ବ ଶତ୍ରୁତା କାରଣରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତି ରବିବାର ରାତିରେ ପଡୋଶୀଙ୍କ ଦୁଇ ଶିଶୁଙ୍କୁ ୪ ମହଲା ବିଲ୍ଡିଂରୁ ତଳକୁ ଫିଙ୍ଗିଦେଇଥିଲେ। ସେମାନଙ୍କ...
ମୁକୁଳିଲେ ଭାରତୀୟ ଦୂତାବାସର ୨ ଅଧିକାରୀ
ନୂଆଦିଲ୍ଲୀ,୧୬ା୬: ପାକିସ୍ତାନ ରାଜଧାନୀ ଇସ୍ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରୁ ୨ ଅଧିକାରୀ ସୋମବାର ସକାଳୁ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୭ ଘଣ୍ଟା ପରେ ପାକ୍ କର୍ତ୍ତୃପକ୍ଷ ସେମାନଙ୍କୁ ମୁକ୍ତ କରିଦେଇଛନ୍ତି। ସେମାନେ ସକାଳ ସାଢ଼େ ୮ଟା ସମୟରେ କୌଣସି ଅଫିସ...
କରୋନା ସଂକ୍ରମଣରୁୁ ନିଜ ଶିଶୁକୁ ବଞ୍ଚାଇବାକୁ ଯଶୋଦା ପାଲଟିଲେ ୨ମା’
ଗାଙ୍ଗଟକ୍,୧୫।୬: ଭଗବାନ କୃଷ୍ଣଙ୍କୁ ମା’ ଦେବକୀ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କୁ ମାତୃତ୍ୱର ସ୍ନେହ ଯଶୋଦାଙ୍କଠାରୁ ମିଳିଥିଲା। ତେବେ ବିଶ୍ୱ ମହାମାରୀରେ କିଛି ଏଭଳି କାହାଣୀ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା ସଂକ୍ରମଣରୁ ନିଜ ଶିଶୁକୁ ବଞ୍ଚାଇବା ପାଇଁ ୨...
ମାସ୍କ ନ ପିନ୍ଧି ବିବାହ ଉତ୍ସବରେ ଯୋଗଦେଲେ ସ୍ବାସ୍ଥ୍ୟମନ୍ତ୍ରୀ
ଦେବନାଗିରି,୧୫।୬: କର୍ନାଟକର ସ୍ବାସ୍ଥମନ୍ତ୍ରୀ ବି. ଶ୍ରୀରାମମୁଲୁ ଏକ ବିବାହ ଉତ୍ସବରେ ମାସ୍କ ନ ପିନ୍ଧି ଯୋଗଦେଇଥିବା ଦେଖିବାକୁ ମିଳିଛି। ପୂର୍ବତନ ମନ୍ତ୍ରୀ ପରମେଶ୍ୱର ନାଏକଙ୍କ ପୁଅ ବାହାଘରରେ ଯୋଗଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ। ଦେଶରେ କରୋନା ଭାଇରସ୍ ସଂକ୍ରମଣକୁ ନେଇ ସଚେତନତା ସୃଷ୍ଟି...
Archives


