ଜାତୀୟ

ମୁହଁ, ଗୋଡ଼ ବାନ୍ଧି ୯୦ କୁକୁରଙ୍କୁ ହତ୍ୟା

ମୁମ୍ବାଇ,୯।୯: ମହାରାଷ୍ଟ୍ରର ବୁଲଧାନା ଜିଲାରେ ପ୍ରାୟ ୯୦ କୁକୁରଙ୍କ ମୃତଦେହ ମିଳିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏମାନଙ୍କ ମୃତଦେହକୁ ଗିରଦା-ସଭାଲଦାବରା ଜଙ୍ଗଲିଆ ରାସ୍ତାର ବିଭିନ୍ନ ସ୍ଥାନରେ ପଡିଥିବା ଗୁରୁବାର ଦେଖିବାକୁ ମିଳିଥିଲା। ପ୍ରାୟ ୫ଟି ସ୍ଥାନରେ ପଡିଥିବା ଶହେ କୁକୁରଙ୍କ…

ସୁଇସାଇଡ୍‌ ନୋଟ୍‌ରେ ଚିଦାମ୍ବରମଙ୍କ ନାଁ ଲେଖି ଆତ୍ମହତ୍ୟା କଲେ ପୂର୍ବତନ ବାୟୁସେନା କର୍ମଚାରୀ

ପ୍ରୟାଗରାଜ,୯।୯: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ୫୫ ବର୍ଷୀୟ ପୂର୍ବତନ ବାୟୁସେନା କର୍ମଚାରୀ ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରୁଥିବା ବେଳେ ରବିବାର ଆତ୍ମହତ୍ୟା କରିଥିବା ଜଣାପଡିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୃତକ ବିଜନ ଦାସ ତାଙ୍କ ୪…

ଶହେ ବର୍ଷ ଇତିହାସରେ ପ୍ରଥମ ଘଟଣା: ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ୪ ହଜାର ପାଇଲଟଙ୍କ ଧର୍ମଘଟ, ୧୫ ଶହରୁ ଅଧିକ ଉଡ଼ାଣ ବାତିଲ୍‌

ନୂଆଦିଲ୍ଲୀ,୯।୯: ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ୪ ହଜାର ପାଇଲଟଙ୍କ ସୋମବାର ଧର୍ମଘଟ କରିଛନ୍ତି। ଫଳରେ ଭାରତରୁ ବ୍ରିଟେନ୍‌ ମଧ୍ୟରେ ବହୁ ଉଡ଼ାଣକୁ ବାତିଲ୍‌ କରାଯାଇଛି। ଯାତ୍ରୀଙ୍କୁ ବିମାନ ବନ୍ଦର ନ ଯିବା ପାଇଁ ବ୍ରିଟିଶ୍‌ ଏୟାରଓ୍ବେଜ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପାଇଲଟଙ୍କ ଧର୍ମଘଟ…

ଭାରତୀୟ ସେନା ଫରଓ୍ବାର୍ଡ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିିଛି ଲଶ୍କର

ଶ୍ରୀନଗର,୯।୯: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଥିବା ଭାରତୀୟ ସେନା ଫରଓ୍ବାର୍ଡ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।…

ଦିନ ଦ୍ୱିପ୍ରହରରେ ଭାଜପା ନେତାଙ୍କୁ ହତ୍ୟା

ହାପୁଡ,୯।୯: ଉତ୍ତର ପ୍ରଦେଶର କାନୁନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନବାଚୀ। କାରଣ ଏଠାରେ ଦିନ ଦ୍ୱିପ୍ରହରରେ ଜଣେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାକେଶ ଶର୍ମା ନାମକ ଏହି ଭାଜପା ନେତାଙ୍କୁ ଦୁର୍ବୁତ୍ତମାନେ ହାପୁଡଠାରେ ଥିବା…

ଖଟିଆରେ ବୁହାହୋଇ ଆସୁଥିବା ଗର୍ଭବତୀ ଅଧାବାଟରେ କଲେ ପ୍ରସବ; ଭିଡ଼ିଓ ଭାଇରାଲ

ଗୁଆହାଟୀ,୯।୯: ଆସାମରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। କେତେକ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଇବା ଅସମ୍ଭବ ହୋଇପଡୁଛି। ସମ୍ପ୍ରତି ସ୍ଥାନୀୟ ଉଦରଗୁରି ଗାଁରେ ଜଣେ ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ସଦସ୍ୟ ଦଉଡ଼ି ଖଟିଆରେ ବୋହି…

ଗଗନୟାନ ମିଶନ: ପ୍ରଥମ ପର୍ଯ୍ୟାୟରେ ୧୦ ପାଇଲଟ୍‌ଙ୍କୁ ଚୟନ କଲା ଭାରତୀୟ ବାୟୁସେନା

ଶ୍ରୀହରିକୋଟା,୯।୯: ଭାରତର ଗଗନୟାନ ମିଶନ ପାଇଁ ୧୦ ପାଇଲଟଙ୍କୁ ବାୟୁସେନା ଚୟନ କରିଛି। ଏହି ମିଶନ ଅନ୍ତର୍ଗତ ୩ ଜଣ ପାଇଲଟ ୭ ଦିନ ଧରି ମହାକାଶ ଯାତ୍ରା କରିବେ। ଚୟନ ହୋଇଥିବା ପାଇଲଟ ଆସନ୍ତା ନଭେମ୍ବର ପରେ ତାଲିମ୍‌ ପାଇଁ…

କେରନ୍‌ ସେକ୍ଟରରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ସୈନ୍ୟଙ୍କ ଭିଡ଼ିଓ ଜାରି

ଶ୍ରୀନଗର,୯।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପାକିସ୍ତାନ ସୈନ୍ୟ ବିଭାଗ ନିର୍ଦ୍ଦେଶରେ କିଛି ସୈନ୍ୟ ଆତଙ୍କବାଦୀଙ୍କ ସହିତ ଭାରତରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ତେବେ ଏହା…

ଓ୍ବାଶିଂଟନ ପୋଷ୍ଟ ବିରୋଧରେ କଶ୍ମୀରୀ ପଣ୍ଡିତଙ୍କ ବିକ୍ଷୋଭ

ଓ୍ବାଶିଂଟନ,୯ା୯(ପି.ଟି.): ଆମେରିକା ଗଣମାଧ୍ୟମ ଓ୍ବାଶିଂଟନ ପୋଷ୍ଟ ଜମ୍ମୁ-କଶ୍ମୀର ସମ୍ପର୍କରେ ଏକପାଖିଆ ଖବର ଛାପୁଥିବାରୁ ଏହାର ପ୍ରତିବାଦରେ କଶ୍ମୀରୀ ପଣ୍ଡିତମାନେ ଶନିବାର ଏହାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ଲୋବାଲ କଶ୍ମୀରୀ ପଣ୍ଡିତ ଡାଏସପୋରା ପକ୍ଷରୁ ଏହି ବିକ୍ଷୋଭର ଆୟୋଜନ କରାଯାଇଥିଲା।…

ଜେଏନ୍‌ୟୁ ଛାତ୍ରସଂସଦ ନିର୍ବାଚନ: ବାମ ସଂଗଠନ ପ୍ରାର୍ଥୀ ଆଗରେ

ନୂଆଦିଲ୍ଲୀ,୯ା୯(ଆଇଏଏନ୍‌ଏସ୍‌): ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ରସଂସଦ ନିର୍ବାଚନ ଭୋଟ ଗଣତି ଅଧାରୁ ଅଟକି ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୫୫ରୁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଛାତ୍ରୀଛାତ୍ର ଓ ବିଶ୍ୱବିଦ୍ୟାଳୟ ଅଭିଯୋଗ ସମାଧାନ ପ୍ରକୋଷ୍ଠ (ଜିଆର୍‌ସି) ମଧ୍ୟରେ ମତଭେଦ…

କେସିଆର୍‌ କ୍ୟାବିନେଟରେ ପୁଅ, ପୁତୁରା

ହାଇଦ୍ରାବାଦ,୯ା୯(ଆଇଏଏନ୍‌ଏସ୍‌): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ରବିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ନୂଆ ମନ୍ତ୍ରୀ ହୋଇଥିବା ୬ ଜଣଙ୍କ ମଧ୍ୟରେ କେସିଆର୍‌ଙ୍କ ପୁଅ କେ.ଟି. ରାମା ରାଓ ଏବଂ ପୁତୁରା ଟି. ହରିଶ ରାଓ ଅଛନ୍ତି। ନୂତନ…

ଉତ୍ତରପୂର୍ବାଞ୍ଚଳ ପରିଷଦ ଅଧିବେଶନରେ ସ୍ପଷ୍ଟ କଲେ ସ୍ବରାଷ୍ଟ୍ରମନ୍ତ୍ରୀ : ବଦଳିବନି ଅନୁଚ୍ଛେଦ ୩୭୧

ଗୁଆହାଟୀ,୯ା୯(ପି.ଟି./ଆଇଏଏନ୍‌ଏସ୍‌): ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୧ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରବିବାର ସ୍ପଷ୍ଟ କରିଛନ୍ତି। ଅନୁଚ୍ଛେଦ ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିବାବେଳେ ୩୭୧ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri