Posted inଜାତୀୟ

ମୁକୁଳିଲେ ଭାରତୀୟ ଦୂତାବାସର ୨ ଅଧିକାରୀ

ନୂଆଦିଲ୍ଲୀ,୧୬ା୬: ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରୁ ୨ ଅଧିକାରୀ ସୋମବାର ସକାଳୁ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୭ ଘଣ୍ଟା ପରେ ପାକ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ମୁକ୍ତ କରିଦେଇଛନ୍ତି। ସେମାନେ ସକାଳ ସାଢ଼େ ୮ଟା ସମୟରେ କୌଣସି ଅଫିସ କାର୍ଯ୍ୟରେ ବାହାରକୁ ଯାଇ ଆଉ ଫେରି ନ ଥିଲେ। ଭାରତ ସରକାର ଏନେଇ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୁଇ ଭାରତୀୟ ଅଧିକାରୀ ଗାଡ଼ି ଧକ୍କା ଦେଇ ଗିରଫ ହୋଇଥଲେ ବୋଲି କୁହାଯାଉଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ପାକ୍‌ ରାଷ୍ଟ୍ରଦୂତଙ୍କୁ ସମନ କରି ଦୃଢ଼ ପ୍ରତିବାଦ ଜଣାଇବା ପରେ ଇସ୍‌ଲାମାବାଦ ସେମାନଙ୍କୁ ମୁକ୍ତ କରିଦେଇଛି। ସେମାନେ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟକୁ ଫେରିଥିବା ଜଣାପଡିଛି। ସେମାନେ ଦୁର୍ଘଟଣା ଘଟାଇ ପଳାଇଯାଉଥିବା ଅଭିଯୋଗରେ ଗିରଫ ହୋଇଥିବା ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।
ଗୁପ୍ତଚର ବୃତ୍ତି ଅଭିଯୋଗରେ ଭାରତ ସରକାର ଦୁଇଜଣ ପାକିସ୍ତାନୀ ଅଧିକାରୀଙ୍କୁ ବହିଷ୍କୃତ କରିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଏହା ପରେ ପାକିସ୍ତାନ ଅନୁରୂପ ପଦକ୍ଷେପ ନେଇପାରେ ବୋଲି ଆଶଙ୍କା କରାଯାଉଥିଲା। ଭାରତୀୟ କୂଟନୀତିଜ୍ଞ ଏବଂ ବାଣିଜି୍ୟକ ଦୂତାବାସର କର୍ମଚାରୀମାନଙ୍କ ଉପରେ ପାକ୍‌ କର୍ତ୍ତୃପକ୍ଷ ନିରନ୍ତର ନଜର ରଖୁଥିବାରୁ ସେମାନଙ୍କ ପାଇଁ କାମ କରିବା କଷ୍ଟକର ହୋଇପଡ଼ିଥିଲା। କିଛି ସପ୍ତାହ ପୂର୍ବରୁ ଭାରତ ବ୍ୟାପାର ଦାୟିତ୍ୱରେ ଥିବା ଗୌରଭ ଆଲୁଓ୍ବାଲିଆଙ୍କ କାରକୁ ପାକ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ସଦସ୍ୟ ପିଛା କରିଥିଲେ। ପାକିସ୍ତାନୀ ସଂସ୍ଥାଗୁଡ଼ିକ ଭାରତୀୟ ଅଧିକାରୀଙ୍କୁ କ୍ରମାଗତ ଭାବେ ହଇରାଣ କରୁଥିବା ନେଇ ଗତ ମାର୍ଚ୍ଚରେ ସେଠାରେ ଥିବା ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପାକ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିକଟରେ ପ୍ରତିବାଦ କରିଥିଲା। ମାର୍ଚ୍ଚରେ ଏଭଳି ୧୩ ଥର ହଇରାଣ କରାଯାଇଥିବା ନେଇ ଅଭିଯୋଗ ହେବା ସହ ଏହାର ତଦନ୍ତ କରିବାକୁ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପାକ୍‌ କର୍ତ୍ତୃପକ୍ଷଙ୍କୁ କହିଥିଲା। ପାକ୍‌ ସଂସ୍ଥାଗୁଡ଼ିକର ବ୍ୟବହାର ଭିଏନା କୂଟନୈତିକ ସମ୍ପର୍କ ଚୁକ୍ତିନାମା, ୧୯୬୧ ଏବଂ କୂଟନୈତିକ ସହାୟତା ପାଇଁ ୧୯୯୨ରେ ଦୁଇଦେଶ ମଧ୍ୟରେ ସ୍ବାକ୍ଷର ହୋଇଥିବା ଦ୍ୱିପାକ୍ଷିକ ଆଚାର ସଂହିତାର ଉଲ୍ଲଂଘନ ବୋଲି ଗତ ଶୁକ୍ରବାର ଭାରତ ଇସ୍‌ଲାମାବାଦକୁ ଜଣାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?