ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ପୁଣି ପିଟିଶନ

ଭୁବନେଶ୍ୱର, ୧୬।୬(ବ୍ୟୁରୋ)/ ନୂଆଦିଲ୍ଲୀ(ସ୍ବ.ପ୍ର.): ପୁରୀ ରଥଯାତ୍ରା ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କରାଯାଇଛି। ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ରଥଯାତ୍ରା ନିଷ୍ପତ୍ତି ନ୍ୟସ୍ତ କରିଥିବାବେଳେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହାକୁ ବିରୋଧ କରାଯାଇ ଏହି ପିଟିଶନ କରାଯାଇଛି। ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବା ସମ୍ଭବ ନୁହେଁ। ହାତୀ, ସେବାୟତ କିମ୍ବା ମେଶିନ ଦ୍ୱାରା ରଥ ଟଣାଗଲେ ବି ସାମାଜିକ ଦୂରତା ରକ୍ଷା କରିବା ଅସମ୍ଭବ ହୋଇପଡିବ। ତେଣୁ ହାଇକୋର୍ଟଙ୍କ ରାୟ ଆଇନସମ୍ମତ ନୁହେଁ ବୋଲି ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି। ସେହିଭଳି ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୨୧ ଅନୁଯାୟୀ ହାତୀଙ୍କ ଦ୍ୱାରା ରଥ ଟାଣିବା ବନ୍ୟଜନ୍ତୁ ସୁରକ୍ଷା ଆଇନ ଓ ଜଗନ୍ନାଥ ସଂସ୍କୃତି ବିରୋଧୀ। ମାଦଳାପାଞ୍ଜି ଅନୁଯାୟୀ ପୂର୍ବରୁ ମଧ୍ୟ ରଥଯାତ୍ରା ବନ୍ଦ ରହିଥିଲା ଓ ସେତେବେଳେ ରଥର ଛୋଟ ଛୋଟ ପ୍ରତିକୃତି ନିର୍ମାଣ କରାଯାଇ ଶ୍ରୀମନ୍ଦିର ପରିସର ମଧ୍ୟରେ ରଥଯାତ୍ରା କରାଯାଇଥିଲା। ତେଣୁ ଚଳିତବର୍ଷ ମଧ୍ୟ ସେହିଭଳିଭାବେ ରଥଯାତ୍ରା କରିବାକୁ ସେ ପ୍ରାର୍ଥନା କରିଛନ୍ତି।
ପୂର୍ବରୁ ବିକାଶ ପରିଷଦ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ଏକ ମାମଲା କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବା ସମ୍ଭବ ନୁହେଁ ଦର୍ଶାଇ ସୁପ୍ରିମକୋର୍ଟ ଏ ଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ଅପିଲ କରାଯାଇଥିଲା। ସୋମବାର ପୁଣିଥରେ ପରିଷଦ ପକ୍ଷରୁ ପିଟିଶନ ଦାଖଲ କରାଯାଇଛି। ସେହିଭଳି ହାଇକୋର୍ଟରେ ମଧ୍ୟ ମାମଲା କରାଯାଇଥିଲା। ମାମଲାର ଶୁଣାଣି କରି ହାଇକୋର୍ଟ ଓଡିଶା ସରକାର ରଥଯାତ୍ରା ନିଷ୍ପତ୍ତି ନେବେ ବୋଲି କହିଥିଲେ। ମେଶିନ କିମ୍ବା ହାତୀ ଦ୍ୱାରା ରଥ ଟାଣିବା କଥା ସରକାର ବିଚାର କରିବେ ବୋଲି ରାୟରେ କୁହାଯାଇଥିଲା। ହାଇକୋର୍ଟଙ୍କ ଏହି ରାୟ ପରେ ଏବେ ସୁପ୍ରିମକୋର୍ଟଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ଜୁନ୍‌ ୨୩ରେ ରଥଯାତ୍ରା ଥିବାବେଳେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କ ୫ ରଣନୀତି: BJPକୁ ୨୦୨୯ ପର୍ଯ୍ୟନ୍ତ ଚାପରେ ରଖିବାକୁ ରଚୁଛନ୍ତି ଚକ୍ରବ୍ୟୂହ! ପରଦା ପଛରେ ଚାଲିଛି…

ନୂଆଦିଲ୍ଲୀ, ୨୭॥୭: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ NEET ପ୍ରଶ୍ନପତ୍ର ଲିକ୍‌-୨୦୨୬ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କୁ ରାଜନୈତିକ ଭାବେ ଘେରିବାକୁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି।…

ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ରାଜନୀତି କ୍ଷେତ୍ରରେ…

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଭାନ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

ହସ୍ପିଟାଲରୁ ସିଧା ରାଜଘାଟ ପହଞ୍ଚିଲେ ୱାଙ୍ଗଚୁକ, ବାପୁଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଅନୁଷ୍ଠିତ ପ୍ରତିବାଦରେ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କିଛି ଦିନ ଧରି ଅନଶନରେ…

ତୀରନ୍ଦାଜ ପ୍ରତିଯୋଗିତା: କଳାହାଣ୍ଡର ୩ ପ୍ରତିଯୋଗୀ ଜାତୀୟସ୍ତରକୁ ମନୋନୀତ

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ତୀରନ୍ଦାଜ ପ୍ରତିଯୋଗୀମାନେ ସିବିଏସଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତାରେ ୩ଟି ସ୍ବର୍ଣ୍ଣ…

ରାସ୍ତାରେ ଶହ ଶହ ଖାଲ ଢିପ ଯୋଗୁ ଯାତାୟାତରେ ସମସ୍ୟା, ଚେତାବନୀ ଦେଲେ ସହରବାସୀ, ମରାମତି ନ ହେଲେ ଆଗାମୀ ଦିନରେ…

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗୀର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

କଟକ ଜିଲାପାଳଙ୍କ ଜନଶୁଣାଣୀ ବେଳେ ଅଭାବନୀୟ ଘଟଣା, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ….

କଟକ ସଦର,୨୭।୭(ସୁଶାନ୍ତ କୁମାର ଜେନା): କିଶନ ନଗର ତହସିଲ କାର୍ଯ୍ୟାଳୟରେ ସୋମବାର କଟକ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଚାଲିଥିଲା । ଏହି ସମୟରେ ଏକ ଅଭାବନୀୟ ଘଟଣା…

ନୂଆ ସ୍ବପ୍ନ, ନୂଆ ଲକ୍ଷ୍ୟ: ମହାବିଦ୍ୟାଳୟରେ ପାଦ ଥାପିଥିବା ନବାଗତ ଛାତ୍ରୀଛାତ୍ରଙ୍କୁ ପରାମର୍ଶ, ଉପସ୍ଥାନ କମ୍‌ ରହିଲେ…

ଭଞ୍ଜନଗର, ୨୭।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସୋମବାର ଯୁକ୍ତ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri