ଉଦ୍ଧବ ସରକାର ମହାବିନାଶକାରୀ : କଙ୍ଗନା
ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ବିରୋଧରେ ପୂର୍ବରୁ ସ୍ୱର ଉଠାଇଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ପୁଣିଥରେ ଠାକରେଙ୍କ ଉପରେ ଖପ୍ପା ହୋଇଛନ୍ତି । ଏକ ଟୁଇଟ୍ ମାଧ୍ୟମରେ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା । କଙ୍ଗନାଙ୍କୁ କୋର୍ଟରୁୁ…
ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲୀ
କୋଲକାତା,୨।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଜ ଘରେ ଜିମ୍ରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ହାତ, ଛାତି ଏବଂ ପିଠିରେ ଯନ୍ତ୍ରଣା…
ଅନ୍ନଦାତା କରିବେ ଟ୍ରାକ୍ଟର ରାଲି
ନୂଆଦିଲ୍ଲୀ,୨।୧: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ଇତିମଧ୍ୟରେ ୩୮ ଦିନରେ ପହଞ୍ଚିଛି। ଜାନୁୟାରୀ ୪ରେ ସରକାର ଏବଂ ଚାଷୀ ସଂଗଠନ ନେତାଙ୍କ ମଧ୍ୟରେ ୬ଷ୍ଠ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଅସଫଳ ହେଲେ ଜାନୁୟାରୀ ୨୬ରେ ଚାଷୀ…
ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼: ୮ ଆହତ
ଶ୍ରୀନଗର,୨।୧: ଜମ୍ମୁ-କଶ୍ମୀରର ପୁଲଓ୍ବାମାର ତ୍ରାଲ୍ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍ ମାଡ଼ କରିଛନ୍ତି। ଏଥିରେ ୮ ସାଧାରଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କଶ୍ମୀର…
ସରକାରଙ୍କ ବଡ଼ ଘୋଷଣା: ସମସ୍ତଙ୍କୁ ମାଗଣାରେ ଦିଆଯିବ କରୋନା ଟିକା
ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ନେଇ ପ୍ରସ୍ତୁତି ଜାରି ରହିଛି। ଶନିବାରଠାରୁ ଦେଶବ୍ୟାପୀ ଡ୍ରାଏ ରନ୍ ଆରମ୍ଭ ହୋଇଛି। ତେବେ ସରକାରଙ୍କ ପକ୍ଷରୁ କରୋନା ଟିକାଦାନ ନେଇ ବଡ଼ ଘୋଷଣା କରାଯାଇଛି। ଦେଶରେ ସମସ୍ତଙ୍କୁ ମାଗଣା କରୋନା ଟିକା ଦିଆଯିବ ବୋଲି…
ଫାଶୀ ଦେଲେ ଅନ୍ନଦାତା: ସୁଇସାଇଡ୍ ନୋଟ୍ ଜବତ
ନୂଆଦିଲ୍ଲୀ,୨।୧: ସିଙ୍ଘୁ ବର୍ଡରରେ ଅନ୍ନଦାତାଙ୍କ ଆନ୍ଦୋଳନ ୩୮ ଦିନରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଜଣେ ଆନ୍ଦୋଳନକାରୀଙ୍କର ହାର୍ଟ ଆଟାକ୍ରେ ମୃତ୍ୟୁ ଘଟିଥିଲା। ଶନିବାର ସକାଳେ ଗାଜିପୁର ବର୍ଡରରେ ଜଣେ ଆନ୍ଦୋଳନକାରୀ ଫାଶୀ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କ ପରଲୋକ
ନୂଆଦିଲ୍ଲୀ,୨ ।୧: ଦଳିତଙ୍କ ଦେବଦୂତ କୁହାଯାଉଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କର ଶନିବାର ପରଲୋକ ହୋଇଛି । ୮୬ ବର୍ଷୀୟ ସିଂ ବେଶ କିଛିଦିନ ହେବ ଅସୁସ୍ଥ ଥିଲେ । ପଞ୍ଜାବ ଜଳନ୍ଧର ଜିଲାର ମୁଜାଫରପୁର…
କୃଷକ ଆନ୍ଦୋଳନ: ତୋମାର କହିଲେ ମୁଁ ଜ୍ୟୋତିଷ ନୁହେଁ ୪ ଜାନୁୟାରୀରେ କ’ଣ ହେବ କହିପାରିବି
ନୂଆଦିଲ୍ଲୀ,୨ ।୧: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆଜକୁ ପ୍ରାୟ ୩୮ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଜାନୁୟାରୀ ୪ରେ ସରକାରଙ୍କ ସହ ଏମାନଙ୍କର ବୈଠକ ରହିଛି । ତେବେ ଏହାକୁ ନେଇ…
କରୋନା ଭ୍ୟାକ୍ସିନ ଆସିବା ପରେ ବି ବଦଳାନ୍ତୁ ନାହିଁ ନିଜର ବ୍ୟବହାର: ବିଶେଷଜ୍ଞ
ନୂଆଦିଲ୍ଲୀ,୨ ।୧: ଦେଶରେ କୋଭାସିଲ୍ଡକୁ ବିଶେଷଜ୍ଞ ସମିତି ପକ୍ଷରୁ ଅନୁମତି ମିଳିବା ପରେ ସମସ୍ତେ ଏକ ପ୍ରକାର ଖୁସି ଅଛନ୍ତି କହିଲେ ଚଳେ । ହେଲେ ଏହି ସମୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ଟିକା ଆସିବା ପରେ ଲୋକେ ଆଉ ଢିଲା…
ଅନ୍ନଦାତାଙ୍କ ଆନ୍ଦୋଳନ: ଖାଦ୍ୟ ପାଇଁ ପ୍ରସ୍ତୁତ ହେଉଛି ୧୦ ହଜାର ବେଡ୍ ପକୋଡ଼ା, ୧ ଟନ୍ ଚା’
ନୂଆଦିଲ୍ଲୀ,୨।୧: ସିଙ୍ଘୁ ବର୍ଡର ଏବେ ମିନି ପଞ୍ଜାବରେ ପରିଣତ ହୋଇଛି। ଏଠାରେ ଦିନକୁ ଦିନ ଅନ୍ନଦାତାଭ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ନଦାତାଙ୍କ ଖାଇବା ପାଇଁ ପ୍ରତିଦିନ ଏଠାରେ ୨୦୦ ଲିଟର ଡିଜେଲ ଜଳାଯାଇ ଖାଧ୍ୟ ପ୍ରସ୍ତୁତ ହେଉଛି। ପ୍ରତିଦିନ ଜଳଖିଆ ପାଇଁ…
୩୦କୋଟି ଲୋକଙ୍କୁ ମାଗଣା କରୋନା ଭ୍ୟାକ୍ସିନ ଦେବେ ମୋଦି ସରକାର!
ନୂଆଦିଲ୍ଲୀ,୨ ।୧: ସମଗ୍ର ଦେଶରେ ଶନିବାରଠାରୁ କୋଭିଡ ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଛି । ହେଲେ ଇତିମଧ୍ୟରେ ଜଣାପଡିଛି କି ମୋଦି ସରକାର କେବଳ ୩୦ କୋଟି ଲୋକଙ୍କୁ ମାଗଣା ଭ୍ୟାକ୍ସିନ ଯୋଗାଇ ଦେବେ । ତେବେ ସମଗ୍ର ଦେଶବାସୀଙ୍କୁ…
ଟିକାଦାନ ପୂର୍ବରୁ ଅଭ୍ୟାସ: ୧୧୬ ଜିଲାରେ ମକ୍ ଡ୍ରିଲ୍ ଆରମ୍ଭ
ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ପୂର୍ବରୁ ସମସ୍ତ ବ୍ୟବସ୍ଥାର ତଦାରଖ ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଶନିବାରଠାରୁ ଟିକାକରଣ ଅଭ୍ୟାସ (ମକ୍ ଡ୍ରିଲ୍) ଆରମ୍ଭ କରାଯାଇଛି। ପୂର୍ବରୁ ପଞ୍ଜାବ, ଆସାମ, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ ଆଦି ୪ ରାଜ୍ୟରେ ୪୮ ଘଣ୍ଟିଆ…
Archives


