ଜାତୀୟ

ବାତ୍ୟା ‘ନିଭାର’ ପାଇଁ ଏହିସବୁ ଟ୍ରେନ୍‌ ବାତିଲ

ଚେନ୍ନାଇ,୨୫ା୧୧: ବାତ୍ୟା ‘ନିଭାର’ଯୋଗୁ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଳବାଇ ଅନେକ ଟ୍ରେନ ବାତିଲ କରିଥିବାବେଳେ କିଛି ଟ୍ରେନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ସାମୁଦ୍ରିକ ଝଡ଼ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଦେଇ ବୁଧବାର ରାତିରେ ଅତିକ୍ରମ କରିପାରେ।…

ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ସାହସ ଅଛି ତ ଗିରଫ କରାଉ ଭାଜପା

କୋଲକାତା,୨୫।୧୧: ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ସ୍ଥିତିରେ ଶାସକ ଦଳ ଟିଏମ୍‌ସି ଓ ବିରୋଧୀ ଦଳ ରାଜ୍ୟରେ ନିର୍ବାଚନ ପ୍ରଚାର ଜୋରଦାର ଚଳାଇଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବାଙ୍କୁଡାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି।…

ଡିସେମ୍ବର ପାଇଁ ଆସିଲା ଗାଇଡ୍‌ଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ: ଡିସେମ୍ବର ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ ଜାରି କରାଯାଇଛି। କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡ୍‌ଲାଇନରେ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ ଗାଇଡ୍‌ଲାଇନକୁ କଡ଼ାକଡ଼ି ମାନିବାକୁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍‌ରେ କେବଳ ଅତି ଜରୁରୀ କାର୍ଯ୍ୟକୁ…

ସରକାର ଭାଙ୍ଗିବା ପାଇଁ ଲାଲୁଙ୍କ ସହ ହୋଇଥିଲା କଥାବାର୍ତ୍ତା: ଲଲନ ପାଶଓ୍ବାନ

ପାଟନା,୨୫।୧୧: ବିହାର ବିଧାନସଭା ବାଚସ୍ପତି ଭାବେ ଏନ୍‌ଡିଏର ବିଜୟ ସିହ୍ନା ନିର୍ବାଚିତ ହୋଇଛନ୍ତି। ବୁଧବାର ବାଚସ୍ପତି ନିର୍ବାଚନ ପୂର୍ବରୁ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ଲାଲୁ ଏନଡିଏର ‘ପାଶୱାନ’ ନାମକ…

ପଞ୍ଜାବରେ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଚଣ୍ଡିଗଡ଼,୨୫।୧୧: ଦିଲ୍ଲୀ-ଏନ୍‌ସିଆରରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସମସ୍ତ ସହରଗୁଡ଼ିକରେ ପୁଣି ଥରେ ରାତ୍ରିକାଳୀନ କର୍ଫ୍ୟୁ ଜାରି…

ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ସାମିଲ କରୁଛନ୍ତି ଓଓ୍ବାସି-କେସିଆର୍‌: ସ୍ମୃତି ଇରାନୀ

ହାଇଦ୍ରାବାଦ୍‌,୨୫।୧୧: ଭାଜପା ସଦସ୍ୟ ସ୍ମୃତି ଇରାନୀ ତେଲଙ୍ଗାନାର ଗ୍ରେଟର ହାଇଦ୍ରାବାଦ୍‌ରେ ଡିସେମ୍ବର ୧ରେ ହେବାକୁଥିବା ନଗରନିଗମ ନିର୍ବାଚନ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ସେ ଅସଦୁଦ୍ଦିନ୍‌ ଓଓ୍ବାସି ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।…

୩୦ କୋଟି ଲୋକଙ୍କୁ ପ୍ରଥମେ ଦିଆଯିବ ଟିକା: ପୋଲିଂ ବୁଥ୍‌ ଭଳି ସ୍ଥାପନ ହେବ ଟିକା ବୁଥ୍‌

ନୂଆଦିଲ୍ଲୀ,୨୫।୧୧: ବର୍ତ୍ତମାନ ସୁଦ୍ଧା ଭାରତରେ କୌଣସି କରୋନା ଟିକାକୁ ଦିଆଯିବା ଲାଗି ସ୍ବୀକୃତି ମିଳି ନାହିଁ। ତେବେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ଲାଗି ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏସବୁ ଲୋକଙ୍କୁ ପ୍ରାଥମିକତା ଆଧାରରେ…

୧୭ ବର୍ଷରେ ଅସ୍ତ୍ରବିରତି: ପ୍ରତିଦିନ ୨ ଥର ଉଲ୍ଲଂଘନ କରୁଛି ପାକିସ୍ତାନ

ଶ୍ରୀନଗର,୨୫।୧୧: ଭାରତ ପାକିସ୍ତାନ ମଧ୍ୟରେ ୨୦୦୩ ନଭେମ୍ବର ୨୬ ମଧ୍ୟରାତ୍ରଠାରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଅସ୍ତ୍ରବିରତିକୁ ୧୭ ବର୍ଷ ବିତିଛି। ତେବେ ଏହି ସମୟରେ ମଧ୍ୟରେ ପାକିସ୍ତାନ ୧୨ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଅର୍ଥାତ୍‌ ପାକିସ୍ତାନ…

ବିଜୟ ସିହ୍ନା ବିହାର ବିଧାନସଭା ବାଚସ୍ପତି ନିର୍ବାଚିତ

ପାଟନା,୨୫।୧୧: ପ୍ରବଳ ହଟ୍ଟଗୋଳ ମଧ୍ୟରେ ବୁଧବାର ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ଶେଷ ହୋଇଛି। ଗତ ୫୦ ବର୍ଷ ମଧ୍ୟରେ ବିହାର ବିଧାନସଭାରେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଛି। ଏନ୍‌ଡିଏର ବିଜୟ ସିହ୍ନାଙ୍କୁ ନୂଆ ବାଚସ୍ପତି…

ଜେଲ୍‌ରେ ଥାଇ ମନ୍ଦ ରାଜନୀତି କରୁଛନ୍ତି ଲାଲୁ: ସୁଶୀଲ ମୋଦି

ପାଟନା,୨୫।୧୧: ବିହାର ବିଧାନସଭା ବାଚସ୍ପତି ପଦ ପାଇଁ ବୁଧବାର ନିର୍ବାଚନ ଚାଲିଛି। ଏହା ପୂର୍ବରୁ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ଲାଲୁ ଏନଡିଏର ‘ପାଶୱାନ’ ନାମକ ଜଣେ ବିଧାୟକଙ୍କୁ ଫୋନ…

ଭାଜପା ସରକାରକୁ ଆସିଲେ ଜୋତା ଚାଟିବ ପୋଲିସ

କୋଲକତା,୨୫।୧୧: ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ଶାସକ ଦଳ ତୃଣମୂଳ କଂଗ୍ରେସ ମଧ୍ୟରେ ଆରୋପପ୍ରତ୍ୟାରୋପ ଲାଗି ରହିଛି। ପଶ୍ଚିମବଙ୍ଗର ଭାଜପା ଉପାଧ୍ୟକ୍ଷ ରାଜୁ ବାନାର୍ଜୀ ପଶ୍ଚିମବଙ୍ଗ ସରକାର ଏବଂ ପୋଲିସକୁ…

ଗାଙ୍ଗୁଲି ହୋଇପାରନ୍ତି ଭାଜପାର ନୂଆ ଚେହେରା: ଗରିବଙ୍କ କଥା ବୁଝିପାରିବେ ନାହିଁ ଦାଦା

କୋଲକତା, ୨୫।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ଯେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri