Posted inଜାତୀୟ

୨୦ ବର୍ଷ ଜେଲରେ ରହିବା ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବଳାତ୍କାର ଅଭିଯୁକ୍ତ

ଲଳିତପୁର,୨୩।୨: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ ବୟସରେ ୨୦୦୦ରେ ବିଷ୍ଣୁ ନାମକ ଅଭିଯୁକ୍ତଙ୍କୁ ଶେଶନ କୋର୍ଟ ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ। ତେବେ ସେତେବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପ୍ରମାଣ ନ ଥିଲା। ଅପରପକ୍ଷରେ ଆଜୀବନ କାରାଦଣ୍ଡାଦେଶ ଅବଧି ୧୪ ବର୍ଷ ଥିବାବେଳେ ଅଭଯୁକ୍ତଙ୍କୁ ଅଧିକ ୬ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏହି ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଜେଲକୁ ଭର୍ସନା କରିଛନ୍ତିି। ଅଭିଯୁକ୍ତଙ୍କ ବିରୋଧରେ ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗ ଅଣାଯାଇଥିଲା। ସମ୍ପୃକ୍ତ ମହିଳା ଏସ୍‌ସି ହୋଇଥିବାରୁ ଏସ୍‌ସି-ଏସ୍‌ଟି ଆକ୍ଟ ଅନୁସାରେ ଶେଶନ କୋର୍ଟ ଏଭଳି ରାୟ ଦେଇଥିଲେ। ପରେ ଅଭିଯୁକ୍ତ ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ବିଚାରପତି ଡ. କେ.ଜେ. ଠାକ୍‌ରେ ଏବଂ ଗୌତମ ଚୌଧୁରୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ନ ଥିବା ଦର୍ଶାଇ ତାଙ୍କ୍‌ୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏବେ ବିଷ୍ଣୁଙ୍କୁ ୩୬ ବର୍ଷ। ବିନା ଦୋଷରେ ଜେଲରେ ୨୦ ବର୍ଷ ବିତାଇ ଥିବାରୁ ଏବଂ ଆଜୀବନ କାରାଦଣ୍ଡ ସମୟ ସୀମା ଶେଷ ପରେ ବି କାହିଁକି ଆଇନର ପାଳନ କରାଗଲା ନାହିଁ ବୋଲି ହାଇକୋର୍ଟ ଭର୍ସନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମାଜନ ଦେବ ୨୦୦ କୋଟି ଫାଇନ୍‌

ନୂଆଦିଲ୍ଲୀ,୧୩।୬: ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନ୍‌ସିଏଲଏଟି) ସୋମବାର ଆମେରିକାର ଇ-କମର୍ସ କମ୍ପାନୀ ଆମାଜନକୁ ବଡ ଝଟକା ଦେଇଛି । ଟ୍ରିବ୍ୟୁନାଲ ଆମାଜନ-ଫ୍ୟୁଚର ଗ୍ରୁପକୁ ନେଇ...

ବିରୋଧ ପ୍ରଦର୍ଶନ ଯୋଗୁ ଫସି ରହିଥିବା ରେଳ ଯାତ୍ରୀଙ୍କୁ ମିଳିବ ଖାଦ୍ୟ-ପାନୀୟ: ଅଶ୍ୱିନି ବୈଷ୍ଣବ

ନୂଆଦିଲ୍ଲୀ,୧୯ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ବିରୋଧ କରି ସାରା ଦେଶରେ ପ୍ରଦର୍ଶନ ଜାରି ରହିଛି । ଫଳରେ ଏହାର ପ୍ରଭାବ ଟ୍ରେନ ଚଳାଚଳ...

ଆଇଏସ୍‌ଆଇର ନୂଆ ଯୋଜନା: ନେପାଳ ସୀମାରେ ଲଶ୍କର ମଡ୍ୟୁଲରେ ତିଆରି ହେଉଛନ୍ତି ସ୍ଲିପର ସେଲ୍‌

ନୂଆଦିଲ୍ଲୀ/କାଠମାଣ୍ଡୁ, ୧୩।୬: ଆତଙ୍କବାଦ ବିରୋଧରେ ଭାରତ ସ୍ବତନ୍ତ୍ର ଯୋଜନା ଉପରେ କାର୍ଯ୍ୟଧାରା ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବେ...

ଏଲ୍‌ଏସିରେ ସ୍ଥିତାବସ୍ଥା ପରିବର୍ତ୍ତନ ଉଦ୍ୟମ

ନୂଆଦିଲ୍ଲୀ,୨ା୯: ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦରେ ସ୍ଥିତାବସ୍ଥା ବଦଳାଇବା ପାଇଁ ସାମରିକ ଉତ୍ତେଜନା ସୃଷ୍ଟିକାରୀ ଉଦ୍ୟମ କରିଥିଲା। ଚାଇନାର ଏପରି କାର୍ଯ୍ୟ ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ...

କୁମ୍ଭ ମେଳା ବନ୍ଦ ଘୋଷଣା କଲା ଜୁନା ଆଖଡ଼ା

ହରିଦ୍ୱାର, ୧୭।୪: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ହରିଦ୍ୱାର କୁମ୍ଭମେଳାକୁ କେବଳ ପ୍ରତୀକାତ୍ମକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ।...

ଟ୍ରେନ୍‌ ଦୁର୍ଘଟଣା: ବାଲେଶ୍ୱର ଡାକ୍ତରଖାନାରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ବାଲେଶ୍ୱର ଅଫିସ,୩ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ବାଲେଶ୍ବର ଜିଲା ମୁଖ୍ୟ ଡାକ୍ତରଖାନାରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଛନ୍ତି।...

ଗୁଜରାଟ ମହାରାଷ୍ଟ୍ରର ଛୋଟଭାଇ: ମୋଦି

ନାସିକ୍‌,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ନାସିକ୍‌ଠାରେ ଏକ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ଯେ, ଗୁଜରାଟ ହେଉଛି ମହାରାଷ୍ଟ୍ରର ଛୋଟ...

୪୬ଘଣ୍ଟା ପରେ ଶେଷ ହେଲା ରେସକ୍ୟୁ ଅପରେଶନ୍‌

ଦେଓଘର,୧୨।୪: ଝାଡଖଣ୍ଡ ଦେଓଘରର ତ୍ରିକୁଟ ପାହାଡ଼ର ରୋପଓ୍ବେ ଦୁର୍ଘଟଣାର ପ୍ରାୟ ୪୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେସକ୍ୟୁ ଅପରେଶନ୍‌ ଶେଷ ହୋଇଛି। ମଙ୍ଗଳବାର ରୋପଓ୍ବେରେ ଫସିରହିଥିବା...

Advertisement
Archives

Model This Week