Posted inଜାତୀୟ

ରୁତୋଗରେ ଶିବିର ନିର୍ମାଣ କରୁଛି ଚାଇନା

ଲଦାଖ,୨୩।୨: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖରେ ଜାରି ରହିଥିବା ସୀମା ବିବାଦ ନେଇ ଆଲୋଚନା ପରେ ଦୁଇପକ୍ଷ ପଛକୁ ହଟିବାକୁ ନିଷ୍ପତ୍ତି ହୋଇଥିଲା। ଭାରତ ଏହାକୁ ପାଳନ କରିଥିବାବେଳେ ଚାଇନା ବିବାଦୀୟ ଅଞ୍ଚଳରୁ ହଟି ଏବେ ରୁତୋଗଠାରେ ସୈନ୍ୟ ଶିବିର ନିର୍ମାଣ କରୁଛି। ଉପଗ୍ରହ ଦ୍ୱାରା ଉତ୍ତୋଳିତ କରାଯାଇଥିବା ଚିତ୍ରରୁ ଏହା ଜଣାପଡ଼ିଛି। ଗୋଟିଏ ପଟେ ଶାନ୍ତିର କଥା କହୁଥିବା ଚାଇନାର ଏଭଳି କାର୍ଯ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚାଇନା ପୈଙ୍ଗାଙ୍ଗ୍‌ ହ୍ରଦଠାରୁ ସୈନ୍ୟଙ୍କୁ ହଟାଇ ନେଇ ଏବେ ଏହାର ପୂର୍ବରେ ରଖିବାର ଉଦ୍ୟମ କରୁଛି। ପୈଙ୍ଗାଙ୍ଗ୍‌ ହ୍ରଦଠାରୁ ଏହି ଶିବିର ପ୍ରାୟ ୧୦୦ କିଲୋମିଟର ଦୂରରେ ରହିଛି। ୨୦୧୯ଠାରୁ ଏହି ଅଞ୍ଚଳରେ ଚାଇନାର ସୈନ୍ୟ ଗତିବିଧି ବୃଦ୍ଧି ପାଇଛି। ଏଠାରେ ଚାଇନା ରାଡ଼ାର, କ୍ଷେପଣାସ୍ତ୍ର, ହେଲିପ୍ୟାଡ୍‌, ଟ୍ୟାଙ୍କ୍‌ ଆଦି ମହଜୁଦ୍‌ ରଖିଛି। ଏଠାରେ ଛୋଟ ଛୋଟ କୁଡ଼ିଆ ଘର ତିଆରି କରାଯାଇ ପୈଙ୍ଗାଙ୍ଗ୍‌ରୁ ଫେରିଥିବା ସୈନ୍ୟଙ୍କୁ ଅଟକାଇ ରଖାଯାଇଛି। ୨୦୨୦ ମେ’ରେ ଅକ୍ସାଇ ଅଞ୍ଚଳରେ ଚାଇନା କେତେକ ନିର୍ମାଣ କାର୍ଯ୍ୟ କରିଥିଲା। ଏଭଳି ନିର୍ମାଣ ଦ୍ୱାରା ଭବିଷ୍ୟତରେ ଏଲ୍‌ଏସି ଅଞ୍ଚଳରେ ସାମରିକ କାର୍ଯ୍ୟ ସହଜ ହେବ ବୋଲି ଚାଇନା ଚିନ୍ତା କରୁଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri