Posted inଜାତୀୟ

ଗୁଜରାଟ ନଗର ନିଗମ ନିର୍ବାଚନ: ଭାଜପା ଆଗରେ

ଅହମଦାବାଦ,୨୩ ।୨: ଗୁଜରାଟରେ ହୋଇଥିବା ୬ ନଗର ନିଗମ ନିର୍ବାଚନର ଫଳାଫଳ ମଙ୍ଗଳବାର ଘୋଷଣା କରାଯିବ । ଏହାର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସରିଥିବା ବେଳେ ଅଧିକାଂଶ ସ୍ଥାନରେ ଭାରତୀୟ ଜନତା ପାର୍ଟି(ଭାଜପା) ଆଗରେ ରହିଥିବା ସୂଚନା ମିଳିଛି । ବାଲାଟ ପେପରର ଭୋଟଗଣତି ସରିବା ପରେ ଇଭିଏମରେ ଭୋଟ ଗଣତି କରାଯିବ । ୬ ମହାନଗର ନିଗମ ପାଇଁ ୫୭୫ ଆସନ ଲାଗି ପାଖାପାଖି ୨୪ଶହ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରାଯିବ । ଗୋଟିଏ ପଟେ କଂଗ୍ରେସ କର୍ମୀ ଭୋଟ ଗଣନା କେନ୍ଦ୍ର ବାହାରେ ଥିବା ବେଳେ ଭାଜପା ଗୋଟିଏ ପରେ ଗୋଟିଏ ଆସନରେ ଆଗକୁ ବଢିବା ଦେଖାଯାଇଛି । ଦିନ ପ୍ରାୟ ୧ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଅହମଦାବାଦରେ ଭାଜପା ୭୬ ଓ କଂଗ୍ରେସ ୨୪ ଆସନରେ ଆଗୁଆ ରହିଛନ୍ତି । ସେହିପରି ସୁରଟରେ ଭାଜପା ୫୦ କଂଗ୍ରେସରେ ୧୦ ଓ ଅନ୍ୟ ୧୯ ଆସନରେ ଆଗୁଆ ଅଛନ୍ତି । ରାଜକୋଟରେ ଭାଜପା ୪୮ ଓ କଂଗ୍ରେସ ୦, ବଡୋଦରାରେ ଭାଜପା ୩୬ ଓ କଂଗ୍ରେସ ୯ ଆସନରେ ଆଗୁଆ ରହିଥିବା ଜଣାପଡିଛି । ସେହିପରି ଜାମନଗରରେ ଭାଜପା ୨୩ କଂଗ୍ରେସ ୫ ଓ ଅନ୍ୟ ୩ ଆସନରେ ଆଗୁଆ ଅଛନ୍ତି । ଭାବନଗରରେ ଭାଜପା ୩୦ ଓ ଓ କଂଗ୍ରେସ ୮ ଆସନରେ ଆଗୁଆ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ସୀମାରେ ସଂକ୍ରମଣ ବଢ଼ାଇପାରେ ପାକ୍‌

ନୂଆଦିଲ୍ଲୀ, ୧୬।୪: ଭାରତ-ନେପାଳରେ ସୀମାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର କରିପାରେ ବୋଲି ଭାଜପା ଏମ୍‌ପି ବିଜୟ ଦୁବେ ଆଶଙ୍କା ବ୍ୟକ୍ତ...

କେରଳ ରାଜ୍ୟପାଳ କରୋନା ପଜିଟିଭ

ଥିରୁଭାନନ୍ତପୁରମ,୭ ।୧୧: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି...

ସ୍ବାଧୀନତା ଦିବସରେ ନାଚିଲେ ଲଦାଖ ଏମ୍‌ପି

ଲଦାଖ,୧୫।୮: ସ୍ବାଧୀନତା ଦିବସ ଅବସରରେ ଲଦାଖ ଏମ୍‌ପି ଜାମ୍‌ୟାଙ୍ଗ ତେସରିଂ ନାମଗୟାଲ ନିଜ ସମର୍ଥକଙ୍କ ସହିତ ଖୁସି ମନରେ ନାଚିଛନ୍ତି। ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହେବା...

ଭାଜପା ନେତାଙ୍କ ବିବାଦୀୟ ବୟାନ: କରୋନା ସଂକ୍ରମିତ ହୋଇ ମମତାଙ୍କୁ କରିବେ ଆଲିଙ୍ଗନ

କୋଲକାତା,୨୮ ।୯: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ସେଠାରେ ବିଭିନ୍ନ ରାଜନୈତିକ ଦଳ ସଜବାଜ ହେବା ଦେଖାଗଲାଣି...

୧୮ବର୍ଷ ପରେ ଚପଲ ପିନ୍ଧିବେ ଦେବଦାସ

କିଶନଗଞ୍ଜ,୧୩।୧୧: ବିହାରର କିଶନଗଞ୍ଜର ଦେବଦାସ ଏବେ ୧୮ ବର୍ଷ ପରେ ଚପଲ ପିନ୍ଧିବେ। ରାମମନ୍ଦିର ନିର୍ମାଣ ନହେଲେ ସେ ଚପଲ ପିନ୍ଧିବେନି ବୋଲି ୨୦୦୧ରେ ଶପଥ...

୩ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୩୦।୧୦: ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ନେତା। ଦକ୍ଷିଣ କଶ୍ମୀରର କୁଲଗାମ ଜିଲା ଗୁରୁବାର ଆତଙ୍କବାଦୀମାନେ ୩ ଜଣ ସ୍ଥାନୀୟ ଭାଜପା କର୍ମୀଙ୍କୁ ହତ୍ୟା କରିଛନ୍ତି। ସେମାନେ...

କମିଲା ଭାଜପାର ବିଜୟ ବ୍ୟବଧାନ:ହରିୟାଣାରେ ଅଟକିଲା ବିଜୟ ରଥ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ସାଧାରଣ ନିର୍ବାଚନରେ ହରିୟାଣାର ସମସ୍ତ ୧୦ ଲୋକ ସଭା ଆସନ ଅକ୍ତିଆର କରିବାର ୫ ମାସ ପରେ ଭାଜପାକୁ ଲାଗିଛି ଝଟକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଘେରିଲା ଭାଜପା

ନୂଆଦିଲ୍ଲୀ,୭।୨: ଜିଏସଟି ମାମଲାରେ  ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ (ଓଏସଡି) ଗୋପାଳ...

Play 250+ Trending Games
Archives

Model This Week

Why Dharitri