Posted inଜାତୀୟ

‘କୃଷି ଆଇନ ଚାଷୀଙ୍କୁ ବରବାଦ କରିଦେବ’

ଥିରୁଭାନନ୍ତପୁରମ୍‌, ୨୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ କେରଳର ଓ୍ବାୟନାଡ୍‌ରେ ଟ୍ରାକ୍ଟର ରାଲି କହିଛନ୍ତି। ଏଥିରେ ଶହେରୁ ଊର୍ଦ୍ଧ୍ୱ ଟ୍ରାକ୍ଟର ସହ ଚାଷୀ, ଶ୍ରମିକ ଓ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। କଂଗ୍ରେସ ବିଧାୟକ ଆଇ. ସି. ବାଲକ୍ରିଷ୍ଣନ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ରାଲିରେ ଉପସ୍ଥିତ ଥିଲେ। ଏହି ଅବସରରେ ରାହୁଲ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ, ପୂରା ବିଶ୍ୱ ଭାରତୀୟ ଚାଷୀଙ୍କ ସମସ୍ୟା ଦେଖିପାରୁଛି, କିନ୍ତୁ ଦିଲ୍ଲୀରେ ବସିଥିବା ସରକାରଙ୍କୁ ଏହା ଦେଖାଯାଉନାହିଁ। ଏହି ‘କୃଷକ ବିରୋଧୀ ଆଇନ’ ଚାଷୀଙ୍କୁ ସମ୍ପୂର୍ଣ୍ଣ ଭାବେ ବରବାଦ କରିଦେବ। ଦେଶର ୪୦ ପ୍ରତିଶତରୁ ଅଧିକ ଲୋକ ଏହା ଦ୍ୱାରା ପ୍ରଭାବିତ ହେବେ। ତେଣୁ ଏହି ଆଇନ ହଟା ନ ଯିବା ପର୍ଯ୍ୟନ୍ତ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ରାହୁଲ କହିଥିଲେ। ଏଥିସହ ୱାୟନାଡ୍‌ ନିର୍ବାଚନମଣ୍ଡଳୀକୁ ବଫର ଜୋନରୁ ହଟାଇବା ପାଇଁ କେନ୍ଦ୍ରକୁ କେରଳ ସରକାର ଚିଠି ଲେଖନ୍ତୁ ବୋଲି ସେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ପୁଞ୍ଚ.୧୧।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ପୁଣି ଥରେ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। ସୂଚନାଯୋଗ୍ୟ,...

ପୁଣି ଅଟକିଲା ଫାଶୀ

ନୂଆଦିଲ୍ଲୀ, ୩ା୩(ପି.ଟି./ଆଇଏଏନ୍‌ଏସ୍‌): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଦୋଷୀଙ୍କୁ ମଙ୍ଗଳବାର ଫାଶୀ ଦିଆଯିବ ନାହିଁ। ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ...

ସତ୍ୟପାଠ ଦାଖଲ କଲେ ଯୋଗୀ ସରକାର…

ନୂଆଦିଲ୍ଲୀ, ୨୯।୩ : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ସୁପ୍ରିମକୋର୍ଟରେ ମଙ୍ଗଳବାର ଲଖମୀପୁର ଖେରୀ ମାମଲାରେ ସତ୍ୟପାଠ ଦାଖଲ କରିଛନ୍ତି । ସରକାର କହିଛନ୍ତି...

ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି: ଦୂରଦର୍ଶନରେ ପୁଣି ପ୍ରସାରିତ ହେବ ରାମାୟଣ-ମହାଭାରତ

ନୂଆଦିଲ୍ଲୀ,୨୬।୩: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି।...

ଅସାଲ୍ଟ ରାଇଫଲ ଚୁକ୍ତି ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବ…

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ବ୍ଳାଡ଼ିମୀର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ପ୍ରତିପକ୍ଷ ଜେନେରାଲ ସେର୍ଜେଇ ଶୋଇଗୁଙ୍କୁ ଭେଟିଛନ୍ତି।...

ଆୟୁର୍ବେଦ ମାଧ୍ୟମରେ ହେବ କରୋନାର ଚିକିତ୍ସା !

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଦିନକୁ ଦିନ ଏହା କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଏବେ...

ପାଣି ନଷ୍ଟ କଲେ ଏଣିକି ୫ ବର୍ଷ ଜେଲ ସହ ଦେବାକୁ ପଡିବ ଏକ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୪ ।୧୦: ପାଣି ନଷ୍ଟ କରିବା ଲୋକେ ଏବେ ସାବଧାନ । କାରଣ କୌଣସି ବ୍ୟକ୍ତି ଅଥବା ସରକାରୀ ସଂସ୍ଥା ଯଦି ଭୂତଳରୁ ମିଳୁଥିବା ଜଳ...

ଦେଶ ପାଇଁ ୫ ଅଗଷ୍ଟ ଶୁଭଦିନ: ଭାଜପା

ନୂଆଦିଲ୍ଲୀ,୫ ।୮: ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ପଦକ ଜିତି ଦେଶର ଗୌରବ ବୃଦ୍ଧି କରିଛନ୍ତି । ଦୀର୍ଘ ୪୧ ବର୍ଷ...

Advertisement
Archives

Model This Week