ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କଙ୍ଗନା ରାଣାଓ୍ବତ୍
ନୂଆଦିଲ୍ଲୀ,୧୩।୧୨-ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ରବିବାର ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ଭେଟିଛନ୍ତି। ନିଜର ଆଗାମୀ ଫିଲ୍ମ ତେଜସରେ କଙ୍ଗନା ଭାରତୀୟ ବାୟୁସେନାର ପାଇଲଟ ଭୂମିକାରେ ନଜର ଆସିବେ। ଏଥିପାଇଁ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କଠାରୁ ଆର୍ଶୀବାଦ ଲୋଡିଛନ୍ତି। କଙ୍ଗନାଙ୍କ…
ପୁଞ୍ଚ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଶ୍ରୀନଗର, ୧୩।୧୨- ଭାରତୀୟ ସୁରକ୍ଷାକର୍ମୀଙ୍କୁ ରବିବାର ମିଳିଛି ଏକ ବଡ଼ ସଫଳତା। ସୁରକ୍ଷାକର୍ମୀ ଓ ପୋଲିସର ମିଳିତ ଏନକାଉଣ୍ଟରରେ ନିହତ ହୋଇଛନ୍ତି ୩ ଆତଙ୍କବାଦୀ। ଏହି ଆତଙ୍କବାଦୀମାନେ ପଞ୍ଚାଲ ଅଞ୍ଚଳ ଦେଇ ପୁଞ୍ଚ ସେକ୍ଟରରେ ପ୍ରବେଶ କରିଥିଲେ। ଘଟଣା ସ୍ଥଳରୁ ଜଣଙ୍କୁ…
ସମୁଦ୍ର କୂଳରେ ମିଳିଲା ସୂନା, ଏବେ ଲୁକାୟତ ଧନ ଖୋଜିବାରେ ବ୍ୟସ୍ତ ପୂରା ଗାଁ
ଭେନେଜୁଏଲା, ୧୩।୧୨- ଦକ୍ଷିଣ ଆମେରିକାର ଭେନେଜୁଏଲା ସହରର ସମୁଦ୍ର କୂଳରେ ମିଳିଥିବା ସ୍ବର୍ଣ୍ଣ ପଦକ ଜଣେ ମାଛ ଧରାଳୀଙ୍କ ଭାଗ୍ୟ ବଦଳି ଦେଇଛି। ୟୋଲମେନ ଲରେସ ନାମକ ଜଣେ ମାଛ ଧରାଳୀ ସକାଳେ ସମୁଦ୍ର କୂଳରେ ବୁଲୁଥିଲେ। ସୂର୍ଯ୍ୟ କିରଣରେ କିଛି…
ମା’ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଝିଅ
ଜୟପୁର,୧୩।୧୨: ରାଜସ୍ଥାନର ବାଡମେର୍ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଝିଅ ନିଜ ମା’ଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଛନ୍ତି। ଦୁଇ ବର୍ଷ ହେଲା ତାଙ୍କୁ ଦେହବେପାର କରିବାକୁ ତାଙ୍କ ମା’ ବାଧ୍ୟ କରୁଥିବା ସେ କହିଛନ୍ତି। ୨ ମାସ…
ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ,୧୩।୧୨: ଭାରତୀୟ ଜନତା ପାର୍ଟି (ଭଜପା)ର ଅଧ୍ୟକ୍ଷ ଜେପି ନଡ୍ଡା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ଟୁଇଟ୍ କରି ସେ କହିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇବା ପରେ ସେ ପରୀକ୍ଷା…
ଗୋଟିଏ ଦିନ ଉପବାସ ରଖନ୍ତୁ ଦେଶବାସୀ: କେଜ୍ରିଓ୍ବାଲ୍
ଦୂଆଦିଲ୍ଲୀ,୧୩।୧୨: କୃଷକଙ୍କ ସମର୍ଥନରେ ଆସନ୍ତାକାଲି ଅର୍ଥାତ୍ ସୋମବାର ଦେଶବାସୀ ଗୋଟିଏ ଦିନ ଉପବାସ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତେ ନିଜ ଘରେ ଗୋଟିଏ ଦିନ ଉପବାସ ରଖିବା ଏବଂ ଚାଷୀଙ୍କ ଦାବିକୁ…
ରିପବ୍ଲିକ ଟିଭିର ସିଇଓ ଗିରଫ
ମୁମ୍ବାଇ,୧୩।୧୨: ରିପବ୍ଲିକ ମିଡିଆ ନେଟୱର୍କର ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଗିରଫର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁି। ନିକଟରେ ପୁଲିସ ରିପବ୍ଲିକ ଟିଭିର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୋଲିସ ଟିଆରପି ମାମଲାରେ ଗିରଫ କରିଥିଲା। ରିପବ୍ଲିକ…
ମୋଦିଙ୍କୁ କମଲ ହାସନଙ୍କ ପ୍ରଶ୍ନ: ଅଧା ଜନସଂଖ୍ୟା ଭୋକିଲା ଥିବାବେଳେ ନୂଆ ସଂସଦ ଭବନ ପାଇଁ ଖର୍ଚ୍ଚ କରାଯିବା କେତେ ଦୂର ଯୁକ୍ତିଯୁକ୍ତ
ଚେନ୍ନାଇ,୧୩।୧୨: ନୂଆ ସଂସଦ ଭବନ ନିର୍ମାଣ ନେଇ ଦକ୍ଷିଣ ଫିଲ୍ମ ଅଭିନେତା କମଲ ହାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କରୋନା ମହାମାରୀ ସଙ୍କଟ ସମୟରେ ଦେଶର ଅଧା ଜନସଂଖ୍ୟା ଭୋକିଲା ଥିବାବେଳେ ନୂଆ ସଂସଦ…
ପଶ୍ଚିମବଙ୍ଗ ବିଜୟ ଲକ୍ଷ୍ୟ: ରାଜନୈତିକ ଦଳ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି
କୋଲକାତା,୧୩।୧୨: ପଶ୍ଚିମବଙ୍ଗ ରାଜନୀତିରେ ଗତ ୫୦ ବର୍ଷ ଧରି ରାଜନୈତିକ ହିଂସା ଜଡ଼ିତ ହୋଇ ରହିଛି। ଏହି ଧାରା ଏବେ ମଧ୍ୟ ଜାରି ରହିଛି। ଏହାଦ୍ୱାରା ରାଜ୍ୟର ସାଧାରଣ ଲୋକଙ୍କର ଅଧିକ କ୍ଷତି ହେଉଛି। ଗତ ଗୁରୁବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ…
ମୁମ୍ବାଇର ଏହି ଛୋଟ ନଦୀରେ ଖେଳୁଛନ୍ତି ଡଲ୍ଫିନ୍
ଡଲଫିନ ଦେଖିବାକୁ ଏତେ ଆକର୍ଷଣୀୟ ଯେ, ଲୋକେ ଏହାକୁ ଦେଖିବା ପାଇଁ ସମୁଦ୍ର କୂଳରେ ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କିଛି ଅଜବ ଘଟଣା ଦେଖିବାକୁ ମିଳିଛି। ସେଠାକାର ଭାସି ଭଳି ଛୋଟିଆ ନଦୀରେ ଶୁକ୍ରବାର ଡଲଫିନ…
ଅନ୍ନଦାତାଙ୍କୁ ସମର୍ଥନ: ଇସ୍ତଫା ଦେଲେ ଡିଆଇଜି
ଚଣ୍ଡିଗଡ଼,୧୩।୧୨: କୃଷି ଆଇନ ନେଇ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରି ପଞ୍ଜାବର ଜେଲ ଡିଆଇଜି ଲଖଓ୍ବିନ୍ଦର ସିଂ ଝାଖଡ ରବିବାର ଇସ୍ତଫା ଦେଇଛନ୍ତି। ରାଜ୍ୟର ପ୍ରମୁଖ୍ୟ ଗୃହ ସଚିବଙ୍କ ପାଖକୁ ସେ ଇସ୍ତଫା ପତ୍ର ପଠାଇ ଦେଇଥିବା କହିଛନ୍ତି।…
ରାଜସ୍ଥାନ ଅନ୍ନଦାତା ଦିଲ୍ଲୀ ମୁହାଁ: ମୁକାବିଲା ପାଇଁ ହରିୟାଣା ସୀମାରେ ବଜ୍ର ବାହନ-୩ କମ୍ପାନୀ ଫୋର୍ସ
ନୂଆଦିଲ୍ଲୀ,୧୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ଇତିମଧ୍ୟରେ ରାଜସ୍ଥାନର ଚାଷୀ ସଂଗଠନ ଜୟପୁରରୁ ଦିଲ୍ଲୀ ହୋଇଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ ହରିୟାଣା ସୀମାରେ ବଜ୍ର ବାହନ ସହିତ ୩ କମ୍ପାନୀ ଫୋର୍ସଙ୍କୁ ମୁତୟନ କରାଯାଇଛି। ଦେଶର…
Archives


