Posted inଜାତୀୟ

ପଶ୍ଚିମବଙ୍ଗରେ କୃଷକ ଆନ୍ଦୋଳନ: ନନ୍ଦିଗ୍ରାମରେ ମହାପଞ୍ଚାୟତ କରିବେ ଟିକାଏତ

କୋଲକାତା,୧୩ ।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜକୁ ପ୍ରାୟ ୧୦୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ସରକାର ଏମାନଙ୍କ କଥା ଗ୍ରହଣ ନ କରୁଥିବା ବେଳେ ଏମାନେ ବି ଜିଦ୍‌ରେ ଅଟଳ ରହିଛନ୍ତି । ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ପରେ ଏବେ ପଶ୍ଚିମବଙ୍ଗ ମୁହାଁ ହେଲେଣି କୃଷକ । କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଙ୍ଗଠନର ନେତା ପଶ୍ଚିମବଙ୍ଗ ପହଞ୍ଚି ଯାଇଥିବା ଜଣାପଡିଛି । ଏହାସହ ଆଗକୁ ସେଠାରେ ବିଧାନସଭା ନିର୍ବାଚନ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଭୋଟ ନ ଦେବାକୁ କୃଷକ ନେତା ସାଧାରଣ ଜନତାଙ୍କୁ ବୁଝାଉଥିବା ଦେଖାଯାଇଛି । ଏହି ଅବସରରେ କୃଷକ ନେତା ରାଜେଶ ଟିକାଏତ ପଶ୍ଚିମବଙ୍ଗ ପହଞ୍ଚି ନନ୍ଦିଗ୍ରାମରେ ଏକ ରାଲି କରିବେ । ଏହାସହ କୋଲକାତାରେ ଆୟୋଜିତ ମହାପଞ୍ଚାୟତରେ ବି ଟିକାଏତ ଭାଗନେବେ । ଏହାପରେ ସନ୍ଧ୍ୟାରେ ନନ୍ଦିଗ୍ରାମରେ କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ଭାଷଣ ଦେବେ । ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କୃଷକ ନେତାମାନେ ପଶ୍ଚିମବଙ୍ଗର କୃଷକଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଥିଲେ କି ପଶ୍ଚିମବଙ୍ଗରେ ଭାଜପାକୁ ଭୋଟ ଦିଅନ୍ତୁ ନାହିଁ, ଦଳକୁ ବହିଷ୍କାର କରନ୍ତୁ । ଏହାପରେ କୃଷକମାନେ ପୂରା ପଶ୍ଚିମବଙ୍ଗରେ ଟ୍ରାକ୍ଟର ରାଲି କରିବାର ଯୋଜନା ରଖିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ନିର୍ବାଚନ: ୧୦୦ରୁ ଊର୍ଦ୍ଧ୍ୱ ବୟସ୍କ ଭୋଟରଙ୍କ ସଂଖ୍ୟା ୧୩୨

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଗୁରୁବାର ଶେଷ ହୋଇଛି। ଆସନ୍ତା ୮ ତାରିଖରେ ଦିଲ୍ଲୀର ୭୦ଟି ଆସନ ପାଇଁ ମତଦାନ ଅନୁଷ୍ଠିତ...

ବିଧାୟକଙ୍କ କାର୍‌ରୁ ଦଳୀୟ ପତାକା ହଟାଇଲା ଏଏମ୍‌ୟୁ ପ୍ରଶାସନ

ଲକ୍ଷ୍ନୌ,୨୩।୧୦: ପୁଣି ବିବାଦରେ ଅଲିଗଡ଼ ମୁସଲିମ୍‌ ୟୁନିଭର୍ସିଟି(ଏଏମ୍‌ୟୁ)। ଉତ୍ତରପ୍ରଦେଶ ଭାଜପା ବିଧାୟକ ଦଲବୀର ସିଂହ ମଙ୍ଗଳବାର ଏଏମ୍‌ୟୁକୁ ଯାଇଥିଲେ। ବିଧାୟକଙ୍କ କାର୍‌ ଏଏମ୍‌ୟୁ ପରିସରକୁ ପ୍ରବେଶ...

ରାହୁଲଙ୍କ ପାଇଁ ସଙ୍କଟ: ଭାଜପା ସହିତ ନିଜ ସହ ମଧ୍ୟ ଲଢ଼ିବାକୁ ହେବ !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯେ ବଢ଼ିବାରେ ଲାଗିଛି ତାହା ଏବେ ଜଣାପଡ଼ିଛି। ଏହା ଦ୍ୱାରା ରାହୁଲ ଗାନ୍ଧୀଙ୍କ ରାଜନୈତିକ ପଥରେ ବାଧା ସୃଷ୍ଟି...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୯୪୩ ପ୍ରାର୍ଥୀ; ୨୧୦ଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୫ା୪(ଆଇଏଏନ୍‌ଏସ୍‌): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୫୮ ଜଣଙ୍କ ନାମରେ...

ଏହି ରାଜ୍ୟର ମହିଳାମାନେ କରୁଛନ୍ତି ‘କରୋନା ମାଇ’ ପୂଜା

ବାରାଣସୀ,୧୬।୫: କରୋନା ଭାଇରସ୍‌ ମହାମାରୀ ସାରା ଦେଶରେ ତାଣ୍ଡବ ରଚୁଛି। ସାରା ରାଜ୍ୟରେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ...

କରୋନାରୁ ଦୂରେଇ ରହିବା ଲାଗି ଲୋକେ ବୋଳି ହେଉଛନ୍ତି ଗୋବର-ଗୋମୂତ୍ର: ବିପଦ ଜନକ କହିଲେ ଡାକ୍ତର…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଲୋକ ସଂକ୍ରମରରୁ ଦୂରେଇ ରହିବା...

ପଞ୍ଜାବ ବିଧାନସଭାରେ ସିଏଏକୁ ବିରୋଧ ପ୍ରସ୍ତାବ

ଚଣ୍ଡିଗଡ଼,୧୭।୧: କେରଳ ପରେ ଏବେ ପଞ୍ଜାବ ବିଧାନସଭାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଏକ ପ୍ରସ୍ତାବ ପାସ୍‌ କରାଯାଇଥିବା ଜଣାପଡିଛି। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୨।୧୨: ପାକିସ୍ତାନ ଲଗାତାର ଦ୍ୱିତୀୟ ଦିନ ପାଇଁ ଗୁରୁବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ନିୟନ୍ତ୍ରଣ ରେଖାଠାରେ ଥିବା ପୁଞ୍ଚ ଜିଲାର ଶାହପୁର, କିରନି ଏବଂ...

Advertisement


Archives

Model This Week

Why Dharitri