Posted inଜାତୀୟ

ସରକାରୀ ଅଧିକାରୀ ହୋଇପାରିବେନି ଏସ୍‌ଇସି

ନୂଆଦିଲ୍ଲୀ,୧୩।୩ (ପି.ଟି.): ସରକାରରେ ନିଯୁକ୍ତ କୌଣସି ଅଧିକାରୀ ରାଜ୍ୟ ନିର୍ବାଚନ କମିଶନର (ଏସ୍‌ଇସି) ଭାବେ କାର୍ଯ୍ୟ କରିପାରିବେ ନାହିଁ। ସୁପ୍ରିମକୋର୍ଟ ଶୁକ୍ରବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଗୋଆ ସରକାର ରାଜ୍ୟର ଆଇନ ସଚିବଙ୍କୁ ଏସ୍‌ଇସି ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିବାରୁ ସର୍ବୋଚ୍ଚ ଅଦାଲତ ଭର୍ତ୍ସନା କରିଥିଲେ। ନିର୍ବାଚନ କମିଶନ ଜଣେ ନିରପେକ୍ଷ ବ୍ୟକ୍ତିଙ୍କ ନେତୃତ୍ୱରେ କାର୍ଯ୍ୟ କରିବା ଆବଶ୍ୟକ, ଯିଏ ରାଜ୍ୟ ସରକାରଙ୍କ ଅଧୀନରେ କୌଣସି ପଦ ପଦବୀରେ ନ ଥିବେ। ଯଦି ସେମାନେ ଏଭଳି ପଦବୀରେ ଥାଆନ୍ତି ତେବେ ଏସ୍‌ଇସି ଭାବେ ଦାୟିତ୍ୱ ନେବା ପୂର୍ବରୁ ଉକ୍ତ ପଦବୀରୁ ଇସ୍ତଫା ଦେବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ନିର୍ବାଚନ କମିଶନର ନିରପେକ୍ଷ ବ୍ୟକ୍ତି ହେବା ଆବଶ୍ୟକ। ସରକାରରେ କୌଣସି ପଦବୀରେ ଥିତ୍ବା ବ୍ୟକ୍ତିଙ୍କୁ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିବା ସହ ଗୋଆର ରାଜ୍ୟ ନିର୍ବାଚନ କମିଶନଙ୍କୁ ୧୦ ଦିନ ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୩୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟଙ୍କ ରାୟ ବିରୋଧରେ ଗୋଆ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଗୋଆ ନିର୍ବାଚନ କମିଶନ ବିଭିନ୍ନ ଓ୍ବାର୍ଡ ପାଇଁ ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କରିଥିବା ସଂରକ୍ଷଣ ରାଜ୍ୟ ଆଇନ ଅନୁଯାୟୀ ହୋଇ ନ ଥିବାରୁ ବମ୍ବେ ହାଇକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ହାଇକୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଗୋଆ ସରକାର ତାଙ୍କ ପିଟିଶନରେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଭୁନି ଜୁଇ,ବଢିଚାଲିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୪।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ...

ପେନସନ୍‌ ପାଇଁ ଯାଇଥିବା ବରିଷ୍ଠ ନାଗରିକଙ୍କୁ ମିଳିଲା ଡେଥ୍‌ ସାର୍ଟିଫିକେଟ

ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶର ବଦାୟୁ ଜିଲା ଗ୍ରାମପଞ୍ଚାୟତ ସଚିବ ୭ ଜଣ ପେନସନଧାରୀଙ୍କୁ ମୃତ ଘୋଷିତ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭେରିଫିକେଶନ ସମୟରେ ଏଭଳି...

ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେଲେ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ,୮।୭: ଗୁଜରାଟରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି।...

ଶେଷରେ ଗିରଫ ହେଲେ ଅନିଲ ଦେଶମୁଖ

ମୁମ୍ବାଇ୨।୧୦: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା ବଢିବାରେ ଲାଗିଛି। ୧୦୦ କୋଟି ଏକ୍ସଟୋରସନ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ସୋମବାର ବିଳମ୍ବିତ ରାତିରେ...

କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ନୁହେଁ ଠିକ୍‌, ଟିପ୍ପଣୀ ଦେଲେ କୋର୍ଟ…

ପ୍ରୟାଗରାଜ,୩।୮: ଉତ୍ତରପ୍ରଦେଶରେ ଲଭ ଜିହାଦ ଘଟଣା ବଢ଼ିବାରେ ଲାଗିଛି। ସମ୍ପ୍ରତି ଏଭଳି ମାମଲାଗୁଡ଼ିକରେ ଐତିହାସିକ ଚିରିତ୍ର ଆକବର ଏବଂ ଯୋଧାବାଈଙ୍କ କାହାଣୀକୁ ଅନ୍ତର୍ଭୁକ୍ତ କରାଯାଇଛି। ଆହ୍ଲାବାଦ...

ଖୁବ୍‌ଶୀଘ୍ର ସ୍ପୁଟ୍‌ନିକ ଭି

ନୂଆଦିଲ୍ଲୀ, ୧୫।୪: ଭାରତରେ କୋଭିଡ୍‌ ଟିକାକରଣରେ ତୃତୀୟ ଟିକା ଭାବେ ସାମିଲ ହେବାକୁ ଯାଉଥିବା ସ୍ପୁଟ୍‌ନିକ ଭି ଖୁବ୍‌ଶୀଘ୍ର ଭାରତରେ ପହଞ୍ଚତ୍ବ। ଭାରତରେ ଏହାର ପାର୍ଟନର...

ଇପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମ ବଦଳିଲା: ୫ ବର୍ଷ ପୂର୍ବରୁ ଉଠାଇଲେ ଦେବାକୁ ପଡିବ ଟିକସ…

ନୂଆଦିଲ୍ଲୀ,୬।୨ : ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାର ନିୟମ ବଦଳି ଯାଇଛି। ଯଦ ୫ ବର୍ଷ ପୂର୍ବରୁ ଟଙ୍କା ଉଠାଯାଏ ତେବେ ଟିକସ ଦେବାକୁ ପଡିବ...

ତାତି ସହି ନ ପାରି କେରଳ ଏକ୍ସପ୍ରେସ୍‌ରେ ୪ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୧।୬: ଦିଲ୍ଲୀରୁ ଝାନ୍‌ସୀ ଯାଉଥିବା କେରଳ ଏକ୍ସପ୍ରେସ୍‌ରେ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ତାତି ସହି ନ ପାରି ଏଥିରେ ଯାତ୍ରା କରୁଥିବା ୪...

Advertisement
Archives

Model This Week