ଜାତୀୟ

ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ ପ୍ରଦର୍ଶନବେଳେ ୪ ମୃତ

ଢାକା,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାଂଲାଦେଶ ଗସ୍ତ କରିଛନ୍ତି। ଏହା ବିରୋଧରେ ଚିଟ୍ଟାଗଙ୍ଗଠାରେ ଆନ୍ଦୋଳନବେଳେ ପୋଲିସର ରବର ବୁଲେଟ ମାଡ଼ରେ ପ୍ରାଣ ହରାଇଛନ୍ତି ୪ ଆନ୍ଦୋଳନକାରୀ। ସେମାନଙ୍କୁ ଘଉଡ଼ାଇବା ପାଇଁ ଆମେ ଲୁହ ବୁହା ଗ୍ୟାସ ଓ ରବର…

ଶିଳ୍ପ ନୁହେଁ, ଦାଢ଼ି ବଢ଼ାଉଛନ୍ତି ମୋଦି

କୋଲକାତା,୨୬।୩ : ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଜପା ନିକଟରେ ଦୁଇଟି ସିଣ୍ଡିକେଟ୍ସ ଅଛି। ଗୋଟିଏ ହେଲା ଦଙ୍ଗକାରୀ। ଏମାନେ ଦିଲ୍ଲୀ, ଗୁଜରାଟ ଓ ଉତ୍ତର…

ସିଆର୍‌ପିଏଫ ଯବାନଙ୍କ ଗାଡି ଉପରେ ଆକ୍ରମଣ: ଲଶ୍କର-ଇ-ତୋଇବାର ୨ ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୬।୩: ଶ୍ରୀନଗର ଲାଓପୋରାଠାରେ ଆତଙ୍କବାଦୀମାନେ ସିଆର୍‌ପିଏଫ ଯବାନଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ। ଏହି ମାମଲାରେ ଶୁକ୍ରବାର ୨ଜଣ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ଦ୍ୱୟ ଲଶ୍କର-ଇ-ତୋଇବାର ସଙ୍ଗଠନର ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେମାନେ…

ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…

ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ ପୋଡ଼ି ଦେଉଥିବା ଦେଖାଯାଇଛି। ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାଜସ୍ଥାନରେ ଦୁର୍ନୀତି ନିବାରଣ…

ରାଷ୍ଟ୍ରପତି ଅସୁସ୍ଥ: ଛାତିରେ ଯନ୍ତ୍ରଣା ଯୋଗୁ ଆର୍ମି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୬।୩: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶୁକ୍ରବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ରୁଟିନ୍‌ ଯାଞ୍ଚ କରାଯିବା ସହ ସ୍ବାସ୍ଥ୍ୟ ଉପରେ ନଜର…

ଏହି ରାଜନେତାଙ୍କ ଉପରେ ରାଗିଲେ ସୋନା ମହାପାତ୍ର

ଚେନ୍ନାଇ,୨୬।୩: କଣ୍ଠଶିଳ୍ପୀ ସୋନା ମହାପାତ୍ର ଡିଏମ୍‌କେ ନେତା ଡିଣ୍ଡିଗୁଲ ଲିୟୋନିଙ୍କ ବିବାଦୀୟ ବୟାନ ଉପରେ ପ୍ରବଳ ରାଗିଛନ୍ତି। ଲିୟୋନି ତାମିଲନାଡୁରୁ ପ୍ରାର୍ଥୀ ହୋଇଛନ୍ତି। ଏକ ନିର୍ବାଚନ ପ୍ରଚାରରେ ସେ ମହିଳାମାନଙ୍କ ଶରୀରକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଦେଶର…

ନିର୍ବାଚନୀ ବଣ୍ଡ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୩: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ନିର୍ବାଚନୀ ବଣ୍ଡ ବିକ୍ରୟ ଉପରେ ରୋକ ଲଗାଇବା ପାଇଁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଆସନ୍ତା ଏପ୍ରିଲ ୧ରୁ ୧୦ ତାରିଖ…

ସାଇରସ୍‌ ମିସ୍ତ୍ରୀଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ୨୬।୩: ଟାଟା ସନ୍ସ ଲିମିଟେଡ୍‌ ଏବଂ ଶାପୁରଜୀ ପଲୋନଜୀ ଗ୍ରୁପ୍‌ର ସାଇରସ୍‌ ମିସ୍ତ୍ରୀ ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଟାଟା ଗ୍ରୁପ ପକ୍ଷରୁ ସାଇରସ ମିସ୍ତ୍ରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଠିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସୁପ୍ରିମକୋର୍ଟ ଟାଟା…

ପଞ୍ଚାୟତ ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ନିର୍ବାଚନ ଆୟୋଗ ଶୁକ୍ରବର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ୭୫ଟି ଜିଲାରେ ଚାରିଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୫ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୯ରେ,…

ଦିଲ୍ଲୀର ସବୁଠୁ ବଡ଼ ଜମ୍ବୋ ମୋମୋ: ବଢ଼ୁଛି ଲୋକଙ୍କ ଚାହିଦା

ଦିଲ୍ଲୀର ଅଧିକାଂଶ ଲୋକଙ୍କ ପ୍ରିୟ ଚାଇନିଜ୍‌ ଖାଦ୍ୟ ହେଉଛି ମୋମୋ। ତେଣୁ ସେଠାରେ ମଲ୍‌ ହେଉ କି ପାର୍କ ପ୍ରାୟ ସବୁସ୍ଥାନରେ ମୋମୋ ଷ୍ଟଲ୍‌ ଦେଖିବାକୁ ମିଳିଥାଏ। କିନ୍ତୁ ଦିଲ୍ଲୀର ଏକ ଭିନ୍ନ ପ୍ରକାର ମୋମୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର…

କୋଭିଡ ହସ୍ପିଟାଲରେ ନିଆଁ: ଚାଲିଗଲା ୯ ଜୀବନ, ୭୦ ଉଦ୍ଧାର

ମୁମ୍ବାଇ,୨୬।୩: ମୁମ୍ବାଇର ଏକ ମଲ୍‌ରେ ଥିବା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୭୦ ରୋଗୀଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଗୁରୁବାର ମଧ୍ୟରାତ୍ରୀରେ କିଛି…

ଆସନ୍ତା ୩ ବର୍ଷ ମଧ୍ୟରେ ୟୁରୋପୀୟ ଦେଶ ଭଳି ଭାରତର ରାସ୍ତା ହେବ ଚକାଚକ୍‌

ନୂଆଦିଲ୍ଲୀ,୨୬।୩: ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ସବୁ ରାସ୍ତା ୟୁରୋପୀୟ ଦେଶ ଭଳି ଚକାଚକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀରେ ସିଆଇଆଇ ଦ୍ୱାରା ଆୟୋଜିତ ଇଣ୍ଡିଆ ଇକୋନୋମିକ କନକ୍ଲେଭ ୨୦୨୧ରେ ଗଡକରୀ କହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri