ଜାତୀୟ

କରୋନା ଲଢେଇରେ ଜିତିଲେ ୮ ଦିନର ଶିଶୁ

ଗାଜିଆବାଦ,୨୯।୪:କଥାରେ ଅଛି ଯିଏ ଜିତେ, ସେ ସିକନ୍ଦର। ଏହି ଉକ୍ତିର ପ୍ରମାଣ କରି ଦେଖାଇଛନ୍ତି ଜଣେ ଆଠ ଦିନର ନିରୀହ ଶିଶୁ। କରୋନା ମହାମାରୀ ସହ ଲଢେଇ କରି ସେ ଜିତିଛନ୍ତି। ଏହି ମାମଲା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ଦେଶର ବିଭିନ୍ନ…

‘ହାସ୍‌ ରିଜାଇନ୍‌ ମୋଦି’କୁ ବ୍ଲକ୍‌ କଲା ଫେସବୁକ୍‌…

ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ହସ୍ପିଟାଲରେ ଅକ୍ସିଜେନ ଅଭାବ, ବେଡ୍‌ ନ ମିଳିବା ଭଳି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସୋସିଆଲ୍‌ ମିଡ଼ିଆରେ ସମାଲୋଚନା କରାଯାଉଛି।…

କନ୍ୟାଙ୍କ ଇଚ୍ଛା ପୂରଣ କରିବାକୁ ଏମିତି କଲେ ବର, ଖର୍ଚ୍ଚ ହେଲା…

ଜୟପୁର,୨୯।୪: ରାଜସ୍ଥାନର ଭରତପୁରରୁ ଭିନ୍ନ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି କନ୍ୟାଙ୍କ ସ୍ବପ୍ନ ପୂରା କରିବାକୁ ହେଲିକପ୍ଟରରେ ଶ୍ୱଶୁର ଘରେ ପହଞ୍ଚିଲେ ବର। ବିବାହ ସମ୍ପନ୍ନ ପରେ ବରକନ୍ୟା ହେଲିକପ୍ଟରରେ ଫେରି ଯାଇଛନ୍ତି। ଏହି ନିଆରା ବିବାହ ଦେଖିବାକୁ ଲୋକଙ୍କ…

ହୃଦୟ ବିଦାରକ ଦୃଶ୍ୟ: ରାତିସାରା ବାପାଙ୍କ ମୃତଦେହକୁ କୁଣ୍ଢାଇ ଧରି ଶୋଇ ରହିଲେ କୁନିଝିଅ…

ପାଟନା,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା ହୃଦୟ ବିଦାରକ ହେବାରେ ଲାଗିଛି। ବିହାର ପାଟନାରେ ଜଣେ ୬ ବର୍ଷ ବୟସ୍କ କୁନିଝିଅ କରୋନାରେ ଆକ୍ରାନ୍ତ ବାପାଙ୍କ ମୃତଦେହକୁ…

୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରୁଛି ରିଲାଏନ୍ସ: ମାଗଣାରେ ମିଳିବ ଚିକିତ୍ସା

ମୁମ୍ବାଇ,୨୯।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଏହି କଠିନ ସମୟରେ ଭାରତକୁ ସହାୟତା କରିବାକୁ ଅନେକ ବିଶ୍ୱ ଆଗେଇ ଆସିଛନ୍ତି। ଅମ୍ଳଜାନର ଅଭାବ ଏବଂ ଡାକ୍ତରଖାନାରେ ଶଯ୍ୟା ଅଭାବକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ଜାମନଗରରେ ୧୦୦୦…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌…

ଜୟପୁର,୨୯।୪: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏସମ୍ପର୍କରେ ସେ ନିଜ ଟୁଇଟର୍‌ ହ୍ୟାଣ୍ଡେଲରୁ ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜ ନିଜର ନମୁନା ପରୀକ୍ଷା କରାଇ ନେବାକୁ…

ଇଞ୍ଜେକଶନ ଲାଗି ସିଏମ୍‌ଓଙ୍କ ଗୋଡ଼ ଧରିଲେ ମହିଳା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଲକ୍ଷ୍ନୌ,୨୯।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ଅକ୍ସିଜେନ୍‌ ଏବଂ ଇଞ୍ଜେକଶନ ସହିତ ଅନ୍ୟ ଔଷଧ ଠିକ ସମୟରେ ନ ମିଳିବାରୁ କେତେକ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏଭଳି ଏକ…

ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ: ସ୍କ୍ରିନିଂ ପରେ ମତଦାନ…

କୋଲକାତା,୨୯।୪: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଅଷ୍ଟମ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଭୋଟରମାନେ ମାସ୍କ୍‌ ପିନ୍ଧି ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ସ୍କ୍ରିନିଂ ପରେ ଭୋଟରଙ୍କୁ ବୁଥ୍‌ରେ ପ୍ରବେଶ କରିବାକୁ ଅନୁମତି…

କରୋନାରେ ପିଆଇବି ଉପନିର୍ଦ୍ଦେଶକଙ୍କ ପରଲୋକ

ନୂଆଦିଲ୍ଲୀ, ୨୯ା୪: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପ୍ରେସ୍‌ ଇନ୍‌ଫରମେଶନ ବ୍ୟୁରୋ(ପିଆଇବି) ଉପନିର୍ଦ୍ଦେଶକ ସଞ୍ଜୟ କୁମାର ଶ୍ରୀବାସ୍ତବ( ୫୬)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ସୂଚନା…

ସାହିସ୍ନାନ ପରେ କର୍ଫ୍ୟୁ

ହରିଦ୍ୱାର, ୨୯ା୪: ଉତ୍ତରାଖଣ୍ଡର ହରିଦ୍ୱାରଠାରେ କୁମ୍ଭମେଳା ଉପଲକ୍ଷେ ମଙ୍ଗଳବାର ସାହିସ୍ନାନ ଶେଷ ହେବା ପରେ ବୁଧବାର ସେଠାରେ କର୍ଫ୍ୟୁ ଜାରି ହୋଇଛି। ମେ ୩ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ହରିଦ୍ୱାର ପୌର ନିଗମ ସମେତ ମ୍ୟୁନିସିପାଲିଟି ଏବଂ କେତେକ ଗ୍ରାମାଞ୍ଚଳରେ…

ଅକ୍ସିଜେନ ପାଇଁ ୧,୩୦୦ କି.ମି.

ରାଞ୍ଚତ୍, ୨୯।୪: ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ତାଙ୍କର କରୋନା ସଂକ୍ରମିତ ବନ୍ଧୁଙ୍କ ପାଇଁ ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଡ଼ କରିବାକୁ ୨୪ ଘଣ୍ଟା ମଧ୍ୟରେ ୧,୩୦୦ କିଲୋମିଟର ଯାତ୍ରା କରିଛନ୍ତି। ତାଙ୍କୁ ଝାଡ଼ଖଣ୍ଡର ରାଞ୍ଚତ୍ରୁ ଉତ୍ତରପ୍ରଦେଶର ଗାଜିଆବାଦ ଯିବାକୁ ପଡ଼ିଥିଲା। ଖବର ଅନୁଯାୟୀ…

ଦିଲ୍ଲୀରେ ଏଲ୍‌ଜି ଶାସନ

ନୂଆଦିଲ୍ଲୀ,୨୯ା୪: କେନ୍ଦ୍ର ସରକାରଙ୍କ ନୂଆ ଆଇନ ଅନୁସାରେ ଏଣିକି ଦିଲ୍ଲୀରେ ଉପରାଜ୍ୟପାଳ (ଏଲ୍‌ଜି) ସର୍ବେସର୍ବା। ଏଲ୍‌ଜି ଅନିଲ ବୈଜାଲଙ୍କ ନିୟନ୍ତ୍ରଣରେ ୮୦ ବିଭାଗ ରହିବ ଏବଂ ସେ ବିଧାନସଭାରେ ଗୃହୀତ କୌଣସି ବିଲ୍‌କୁ ସ୍ଥଗିତ ରଖିପାରିବେ। ଫଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?