ଇଞ୍ଜେକଶନ ଲାଗି ସିଏମ୍‌ଓଙ୍କ ଗୋଡ଼ ଧରିଲେ ମହିଳା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଲକ୍ଷ୍ନୌ,୨୯।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ଅକ୍ସିଜେନ୍‌ ଏବଂ ଇଞ୍ଜେକଶନ ସହିତ ଅନ୍ୟ ଔଷଧ ଠିକ ସମୟରେ ନ ମିଳିବାରୁ କେତେକ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି। ଜଣେ ମହିଳା କରୋନା ଆକ୍ରାନ୍ତ ତାଙ୍କ ପୁଅ ପାଇଁ ରେମଡେସିଭିର ଇଞ୍ଜେକଶନ୍‌ ଲାଗି ସିଏମ୍‌ଓ ଗୋଡ଼ ଧରିଛନ୍ତି। ତେବେ ବି ତାଙ୍କ ୨୪ ବର୍ଷ ବୟସ୍କ ପୁଅଙ୍କ ପାଇଁ ଇଞ୍ଜେକଶନ୍‌ ଯୋଗାଡ଼ ହୋଇ ନ ପାରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏବେ ଏହି ଘଟଣାର ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନୋଏଡ଼ାର ସେକ୍ଟର-୫୧ସ୍ଥିତ ହସ୍ପିଟାଲରେ ରିଙ୍କି ଦେବୀଙ୍କ ପୁଅଙ୍କର ଚିକିତ୍ସା ଜାରି ରହିଥିଲା। ତାଙ୍କ ଲାଗି ରେମଡେସିଭିର ଇଞ୍ଜେକଶନ୍‌ ଆବଶ୍ୟକ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ତେବେ ଏହା ସିଏମ୍‌ଓଙ୍କ ଅଫିସରେ ମିଳିବ ବୋଲି ରିଙ୍କି ଦେବୀଙ୍କୁ କୁହାଯାଇଥିଲା। ରିଙ୍କି ଦେବୀ ସିଏମ୍‌ଓଙ୍କ ଅଫିସରେ ପହଞ୍ଚି କାକୁତି ମିନତି ହେଲେ ବି କେହି ଶୁଣି ନ ଥିଲେ। ଶେଷରେ ସେ ସିଏମ୍‌ଓ ଡ. ଦୀପକ ଓହରିଙ୍କୁ ଭେଟିଥିଲେ। ସିଏମ୍‌ଓ ରେମଡେସିଭିର ଇଞ୍ଜେକଶନ୍‌ ଷ୍ଟକ୍‌ ନ ଥିବା କହିଥିଲେ। ଫଳରେ ରିଙ୍କି ଦେବୀଙ୍କ ପୁଅଙ୍କର ଇଞ୍ଜେକଶନ୍‌ ଯୋଗୁ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮, ଖୋର୍ଦ୍ଧାରୁ ୩୪୮ ଜଣ

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ଏହି ସଂଖ୍ୟା ୨ହଜାର ଅତିକ୍ରମ କରିଛି। ଗତ ୨୪...

ଆମେରିକା: କରୋନା ସଂକ୍ରମଣରେ ୬୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଓ୍ବାଶିଂଟନ,୧।୫: କରୋନା କବଳରେ ଆମେରିକା। ସେଠାରେ ପ୍ରତି ୨୪ ଘଣ୍ଟାରେ ଏବେବି ୨ ହଜାରରୁ ଊଦ୍ଧ୍ୱର୍ର୍ ଲୋକଙ୍କ ମୃତ୍ୟୁ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି। ଗୁରୁବାର...

ଗୁଜରାଟ ବ୍ୟବସାୟୀଙ୍କ ସ୍ବାର୍ଥରେ ଭାଜପା

ଗୁଆହାଟୀ,୧୫ା୨: ଗୁଜରାଟର ବ୍ୟବସାୟୀମାନଙ୍କ ସ୍ବାର୍ଥ ପାଇଁ ଭାଜପା କାମ କରୁଛି। ଆସାମର ସମ୍ପତ୍ତିକୁ ଗୁଜରାଟ ବ୍ୟବସାୟୀ ଯେପରି ଚୋରି କରିପାରିବେ ସେଥିଲାଗି ରାଜ୍ୟରେ ବିଭାଜନ ଉଦ୍ୟମ...

ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ, ଚାକର ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୨୬।୮:ଦିଲ୍ଲୀର ନଜଫ୍‌ଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ଚାକର। ସେ ମାଲିକଙ୍କ ହତ୍ୟା କରି...

ଆଉ ୩୦ ବିଏସ୍‌ଏଫ୍‌ ଯବାନ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୮।୫: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଯବାନମାନେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଆଉ ୩୦ ଯବାନ ଶୁକ୍ରବାର କରୋନାରେ...

ଭକ୍ତଙ୍କୁ ଦର୍ଶନ ଦେବା ସହିତ ହାତ ସାନିଟାଇଜ୍‌ କରିବେ ପ୍ରଭୁ ଗଣେଶ

ମୁମ୍ବାଇ, ୧୯।୮: ଆଗକୁ ଗଣେଶ ପୂଜା ଆସୁଛି। ଏନେଇ ମୁମ୍ବାଇରେ ଏକ ନିଆରା ଗଣେଶ ମୂର୍ତ୍ତି ନିମାର୍ଣ କରାଯାଇଛି। ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ସହିତ...

ରବର୍ଟ ଭଦ୍ରାଙ୍କୁ ମିଳିଲା ବିଦେଶ ଯିବା ଅନୁମତି: ଯାଇପାରିବେ ଆମେରିକା-ନେଦରଲାଣ୍ଡ; ଇଂଲଣ୍ଡ ମନା

ନୂଆଦିଲ୍ଲୀ,୩।୬: ମନି ଲାଉଣ୍ଡରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ଏକ କୋର୍ଟ ସୋମବାର ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ...

ଗୋଟିଏ ମାସରେ ତୃତୀୟ ଥର ପାଇଁ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ସଂକ୍ରମଣ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦିଲ୍ଲୀରେ ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି।...

Advertisement


Archives

Model This Week