ହୃଦୟ ବିଦାରକ ଦୃଶ୍ୟ: ରାତିସାରା ବାପାଙ୍କ ମୃତଦେହକୁ କୁଣ୍ଢାଇ ଧରି ଶୋଇ ରହିଲେ କୁନିଝିଅ…

ପାଟନା,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା ହୃଦୟ ବିଦାରକ ହେବାରେ ଲାଗିଛି। ବିହାର ପାଟନାରେ ଜଣେ ୬ ବର୍ଷ ବୟସ୍କ କୁନିଝିଅ କରୋନାରେ ଆକ୍ରାନ୍ତ ବାପାଙ୍କ ମୃତଦେହକୁ କୁଣ୍ଢାଇ ରାତିସାରା ଶୋଇ ରହିବା ଭଳି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଲୋକଙ୍କୁ ଭାବୁକ କରିବା ସହିତ ଆଖିଲେ ଲୁହ ଆଣି ଦେଇଛି। ବାପାଙ୍କର ଯେ, ମୃତ୍ୟୁ ହୋଇ ସାରିଛି ତାହା କୁନିଝିଅକୁ ଅଜଣା। ସେ ସକାଳେ ଉଠି ଅନ୍ୟଦିନ ଭଳି ପାଖରେ ଥିବା ବିସ୍କୁଟ ଖାଇ ପାଣି ପିଇ ବାପାଙ୍କ ମୋବାଇଲରେ ଗେମ୍‌ ଖେଳିବା ଆରମ୍ଭ କରିଥିଲା। ମୃତକ ଜଣକ ହେଉଛନ୍ତି ପ୍ରଭାତ କୁମାର। ତାଙ୍କ ସାଙ୍ଗ ଭିଡ଼ିଓ କଲ୍‌ କରିବାରୁ କୁନିଝିଅ ବାପା ଶୋଇଥିବା କହିଥିଲେ। ସାଙ୍ଗ ପ୍ରଭାତଙ୍କ ଆଡ଼କୁ ମୋବାଇଲ ଦେଖାଇବାକୁ ଝିଅକୁ କହିଥିଲେ। ପ୍ରଭାତଙ୍କ ନିଶ୍ଚଳ ଶରୀର ଦେଖି ସାଙ୍ଗ ଜଣକ କୋଭିଡ୍‌ ହେଲ୍ପ୍‌ ଲାଇନ୍‌କୁ ଫୋନ୍‌ କରି ସୂଚନା ଦେଇଥିଲେ। ପରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ରାମକୃଷ୍ଣ ନଗର ଥାନା ଅଞ୍ଚଳର ବଧୁବନ କଲୋନୀରେ ପ୍ରଭାତ ବାସ କରୁଥିଲେ। ଘର କଳି ଯୋକୁ କିଛି ଦିନ ତଳେ ତାଙ୍କ ସ୍ତ୍ରୀ ରୁଷି ବାପ ଘରକୁ ଚାଲିଯାଇଥିଲେ। ପ୍ରଭାତଙ୍କ ଅନ୍ତିମ ସଂସ୍କାର କରାଯିବା ସହିତ ଛୋଟ ଝିଅକୁ ଘର ମାଲିକଙ୍କ ଜିମା ଦିଆଯାଇଛି। ତାଙ୍କର କରୋନା ପରୀକ୍ଷା କରାଯିବ। ମା’ ଆସିଲେ ତାଙ୍କୁ କୁନିଝିଅଙ୍କୁ ହସ୍ତାନ୍ତର କରାଯିବ ବୋଲି ଘଟଣାର ତଦନ୍ତ କରୁଥିବା ପୋଲିସ କହିଛନ୍ତି। ପ୍ରଭାତଙ୍କଠାରେ ୫ ଦିନ ତଳେ କରୋନା ଲକ୍ଷଣ ପ୍ରକାଶ ପାଇଥିବା ତାଙ୍କ ସାଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri