ଜାତୀୟ

ପଞ୍ଜାବରେ ମ୍ୟୁନିସିପାଲିଟି ନିର୍ବାଚନ: କଂଗ୍ରେସ ଆଗରେ, ଭାଜପା ସବୁଠୁ ପଛରେ

ଚଣ୍ଡିଗଡ,୧୭।୨: ପଞ୍ଜାବ ମ୍ୟୁନିସିପାଲିଟି ନିର୍ବାଚନ ମତଗଣନା ଆରମ୍ଭ ହୋଇଛି। ପଞ୍ଜାବରେ ଏପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକ ନମ୍ବରରେ, ଅକାଳି ଦଳ ଦ୍ୱିତୀୟ ସ୍ଥାନରେ, ଆମ ଆଦମୀ ପାର୍ଟି ତୃତୀୟ ସ୍ଥାନରେ ଏବଂ ଭାଜପା ଚତୁର୍ଥ ସ୍ଥାନରେ ରହିଛି।…

କଶ୍ମୀର ଗସ୍ତରେ ୨୪ ଦେଶର ପ୍ରତିନିଧି

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଚତୁର୍ଥ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ ଏଠାରେ ପହଞ୍ଚିଛନ୍ତି। ଦଳରେ ୨୪ଟି ଦେଶର ପ୍ରତିନିଧି ଅଛନ୍ତି। ଏଥିରେ ଆଫ୍ରିକା, ମଧ୍ୟ-ପୂର୍ବ ଏବଂ ୟୁରୋପୀୟ ଦେଶର ପ୍ରତିନିଧିଙ୍କୁ ସାମିଲ…

ପ୍ରଥମ ଥର ପାଇଁ ମହିଳାଙ୍କୁ ଦିଆଯିବ ଫାଶୀ

ଲକ୍ଷ୍ନୌ,୧୭।୨: ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏନେଇ ଉତ୍ତରପ୍ରଦେଶର ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ୭ ଜଣ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶବନମ୍‌ଙ୍କୁ…

ବଡ଼ ଧରଣର ବିସ୍ଫୋରଣ ଷଡ଼ଯନ୍ତ୍ର ପଣ୍ଡ: ୨ ପିଏଫ୍‌ଆଇ ସଦସ୍ୟ ଗିରଫ

ଲକ୍ଷ୍ନୌ,୧୭।୨: ଦେଶରେ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଟିମ୍‌ ପକ୍ଷରୁ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ୨ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗିରଫ ସଦସ୍ୟଙ୍କୁ ଅନସାଦ୍‌ ବଦରୁଦ୍ଦିନ୍‌ ଏବଂ…

ରାମ ମନ୍ଦିର ନିର୍ମାଣ ପାଇଁ ରୁପା ଇଟା ଦାନ ମନା

ଲକ୍ଷ୍ନୌ,୧୭।୨: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାଳୁମାନେ ଦାନ ଦେଉଛନ୍ତି। ତେବେ ଦାନରେ ରୁପା ଇଟା ଅବା ଅଳଙ୍କାର ନ ଦେବାକୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ମନା କରାଯାଇଛି। ଏନେଇ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ…

ବଢ଼ିପାରେ ମୋବାଇଲ ଟାରିଫ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୭।୨: ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷଠାରୁ ମୋବାଇଲ ଟାରିଫ୍‌ ପ୍ଲାନ୍‌ ବଢ଼ିବାର ସମ୍ଭବାନା ରହିଛି। ୨୦୨୧ ଏପ୍ରିଲ୍‌ଠାରୁ ଏଭଳି ହୋଇପାରେ ବୋଲି ଇନଭେଷ୍ଟମେଣ୍ଟ୍‌ ଇନଫରମେଶନ୍‌ ଆଣ୍ଡ୍‌ କ୍ରେଡିଟ୍‌ ରେଟିଂ ଏଜେନ୍ସି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ମୋବାଇଲ…

ଲାଲ୍‌ କିଲ୍ଲାରେ ଖଣ୍ଡା ବୁଲାଇଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୭।୨: ଜାନୁୟାରୀ ୨୬ରେ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ସମୟରେ ଲାଲ୍‌ କିଲ୍ଲାରେ ଘଟିଥିବା ହିଂସାର ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ ଟିମ୍‌ ଅଭିଯୁକ୍ତ ମନିନ୍ଦର ସିଂ ଓରଫ ମନିଙ୍କୁ ଗିରଫ କରିଥିବା…

ଓଟିଟି ଉପରେ ଅଙ୍କୁଶ ଲାଗିବ

ନୂଆଦିଲ୍ଲୀ,୧୭ା୨(ପି.ଟି.): ନେଟ୍‌ଫ୍ଲିକ୍ସ ଓ ଆମାଜନ୍‌ ପ୍ରାଇମ୍‌ ଭଳି ଓଭର ଦି ଟପ୍‌(ଓଟିଟି) ପ୍ଲାଟଫର୍ମ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ସୁପ୍ରିମକୋର୍ଟକୁ କହିଛନ୍ତି କେନ୍ଦ୍ର ସରକାର। ଓଟିଟି ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ଏକ ପିଟିସନର…

ଶାନ୍ତନୁଙ୍କୁ ହାଇକୋର୍ଟ ଜାମିନ

ମୁମ୍ବାଇ,୧୭ା୨: ସ୍ବିଡେନର କୁନି କ୍ଲାଇମେଟ୍‌ ଚେଞ୍ଜ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ‘ଟୁଲ୍‌କିଟ୍‌’ ମାମଲାରେ ମଙ୍ଗଳବାର ପୁଣେର ଯୁବ ଇଞ୍ଜିନିୟର ଶାନ୍ତନୁ ମୁଲୁକ୍‌ଙ୍କୁ ବମ୍ବେ ହାଇକୋର୍ଟ ଟ୍ରାଞ୍ଜିଟ୍‌ ବେଲ୍‌ ଦେଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସ ଖୋଜୁଥିବା ମୁମ୍ବାଇର ଆଇନଜୀବୀ ନିକିତା ଜାକୋବଙ୍କ…

୧୯ ବର୍ଷ ପରେ ଗୋଧ୍ରା ଦଙ୍ଗା ମୁଖ୍ୟ ଅଭିଯୁକ୍ତ ଗିରଫ

ବଡ଼ୋଦରା, ୧୭ା୨: ଗୁଜରାଟର ପଞ୍ଚମହଲ ଜିଲା ଗୋଧ୍ରା ରେଳ ଷ୍ଟେଶନରେ ସାବରମତି ଏକ୍ସପ୍ରେସ୍‌ରେ ନିଆଁ ଲଗାଇବା ସହ ଦଙ୍ଗା ଭିଆଇଥିବା ରଫିକ୍‌ ହୁସେନ ଭଟୁକଙ୍କୁ ପୋଲିସ ଗିରଫ କରିଛି। ୨୦୦୨ରେ ଏହି ଘଟଣାରେ ୫୯ କରସେବକଙ୍କ ମୃତ୍ୟୁ ଘଟିଥିଲା। ଫେରାର ଥିବା…

ପ୍ରଥମେ ଅବମାନନା, ପରେ ଅସ୍ବୀକାର

ନୂଆଦିଲ୍ଲୀ,୧୭ା୨: ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କ ଅସହମତି ସତ୍ତ୍ୱେ ସୁପ୍ରିମକୋର୍ଟ ପୁଣି ଥରେ କେତେକ ଟୁଇଟ୍‌କୁ ବିଚାରକୁ ନେଇ ନିଜଆଡ଼ୁ ଏକ ଆପରାଧିକ ଅବମାନନା ମାମଲା ରୁଜୁ କରିଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ଅସ୍ବୀକାର କରିଛନ୍ତି ଖୋଦ୍‌ ସର୍ବୋଚ୍ଚ…

କର୍ମଚାରୀଙ୍କ ସହ ବିଚାରପତି ଫ୍ଲଟିଂ କରିବା ଗ୍ରହଣୀୟ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬ା୨ – ଜୁନିୟର କର୍ମଚାରୀଙ୍କୁ ଆପତ୍ତିଜନକ ଓ ଅନୁପଯୁକ୍ତ ମେସେଜ କରିବା ଏବଂ ଫ୍ଲଟିଂ କରିବା ଗ୍ରହଣୀୟ ନୁହେଁ। ମଧ୍ୟ ପ୍ରଦେଶର ପୂର୍ବତନ ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଯାଚିକାର ଶୁଣାଣି କରି ଏହା କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri