ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ମର୍ଡନା ଟିକା

ନୂଆଦିଲ୍ଲୀ,୬।୭: କରୋନାର ଚତୁର୍ଥ ଟିକା ଖୁବ୍‌ଶୀଘ୍ର ଦେଶରେ ଉପଲବ୍ଧ ହେବାକୁ ଯାଉଛି। ଜୁଲାଇ ୧୫ସୁଦ୍ଧା ଦେଶର କେତେକ ହସ୍ପିଟାଲରେ ମର୍ଡନା ଟିକା ଉପଲବ୍ଧ ହେବ ବୋଲି ସୂଚନା ରହିଛି। ଗତ ମାସରେ ମର୍ଡନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜେଆଇ) ଅନୁମତି ଦେଇଥିଲା। ମୁମ୍ବାଇ ସ୍ଥିତ ଫାର୍ମା କମ୍ପାନୀ ସିପ୍ଲାକୁ ଦେଶରେ ଜରୁରୀକାଳୀନ ବ୍ୟବହାର ଲାଗି ମର୍ଡନା ଟିକା ଆମଦାନୀ ପାଇଁ ଡିସିଜେଆଇ ଅନୁମତି ପ୍ରଦାନ କରିଥିଲା। ମର୍ଡନା ଟିକା ଆସିବା ପରେ ଭାରତରେ ଏହାକୁ ମିଶାଇ କରୋନାର ୪ଟି ଟିକା ବ୍ୟବହାର କରାଯିବ। ଏହାପୂର୍ବରୁ ୨ସ୍ବଦେଶୀ କୋଭାକ୍ସିନ ଓ କୋଭିସିଲ୍ଡ ଏବଂ ବିଦେଶୀ ରୁଷୀୟ ଟିକା ସ୍ଫୁଟନିକ୍‌-ଭି ଟିକା ବ୍ୟବହାର କରାଯାଉଛି। ଆମେରିକା ଦ୍ୱାରା ବିକଶିତ ହୋଇଥିବା ଏହି ଭାକ୍ସିନ ଅନେକ କ୍ଷେତ୍ରରେ ବେଶ୍‌ ପ୍ରଭାବଶାଳୀ ବୋଲି କୁହାଯାଉଛି। ଆମେରିକା ଓ ୟୁରୋପ ସମେତ ଅନେକ ସହରରେ ମର୍ଡନାର ୨ଟି ଡୋଜ ବ୍ୟବହାର କରାଯାଉଛି। ଏହି ଟିକାରେ କରୋନା ଭାଇରସ୍‌ର ସ୍ପାଇକ ପ୍ରୋଟିନ କିମ୍ବା ଜେନେଟିକ କୋଡର ଅଂଶକୁ ସାମିଲ କରାଯାଇଛି। ମର୍ଡନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେଉଥିବା ଟିକା ମଧ୍ୟରୁ ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। କରୋନା ଲଢ଼େଇରେ କୋଭାକ୍ସିନ ଓ କୋଭିଶିଲ୍ଡ ପର ମର୍ଡନା ଟିକାର ୨ଟି ଡୋଜ୍‌ ୯୪.୧ ପ୍ରତିଶତ ପ୍ରଭାବଶାଳୀ ଜଣାପଡ଼ିଛି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏହି ଟିକା ଲୋକଙ୍କ ମଧ୍ୟରେ ଶକ୍ତିଶାଳୀ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବାରେ ଅତ୍ୟନ୍ତ ଉପଯୋଗୀ ହୋଇପାରେ। ଏଥିସହ ମର୍ଡନା ଭାକ୍ସିନର ଟିକାକରଣ ପରେ ବହୁ ବର୍ଷ ପର୍ଯ୍ୟନ୍ତ ଏହା ସୁରକ୍ଷା ପ୍ରଦାନ କରିବ ବୋଲି ନିକଟରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି। ସବୁଠାରୁ ବିଶେଷ କଥା ହେଉଛି ମର୍ଡନା ଟିକା ୧୨ରୁ ୧୭ବର୍ଷ ବୟସର ପିଲାମାନଙ୍କ ପାଇଁ ବେଶ୍‌ ପ୍ରଭାବଶାଳୀ ହୋଇଥିବା ବେଳେ ଏହା ପ୍ରାୟ ୯୬ପ୍ରତିଶତ ଫଳପ୍ରଦ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

୧୦ ଦିନରେ ୫ ଟଙ୍କା ମହଙ୍ଗା ପେଟ୍ରୋଲ, ଡିଜେଲ

ଭାରତରେ ତୈଳ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ୧୦ ଦିନ ମଧ୍ୟରେ ୩ ଥର ବୃଦ୍ଧି କରିସାରିଲେଣି। ଶନିବାର ପେଟ୍ରୋଲ ଦର ଲିଟର ପିଚ୍ଛା…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri