Posted inଜାତୀୟ

ରାନ୍‌ସମଓ୍ବେର: ୧୫୦୦ ବିଜ୍‌ନେସ ପ୍ରଭାବିତ

ନୂଆଦିଲ୍ଲୀ, ୭।୭: ରାନ୍‌ସମଓ୍ବେର ଆକ୍ରମଣ ଯୋଗୁ ସାରା ବିଶ୍ୱରେ ପ୍ରାୟ ୧୫୦୦ ବିଜ୍‌ନେସ ପ୍ରଭାବିତ ହୋଇଥିବା ଜଣାପଡିଛି। କାସେୟା ସଫ୍ଟଓ୍ବେର ଉପରେ ଏଭଳି ଆଟାକ ହେଉଛି। ଫ୍ଲୋରିଡା ଭିତ୍ତିକ କମ୍ପାନୀର ସିଇଓ ଫ୍ରେଡ ଭୋକୋଲା କହିଛନ୍ତି, ନିକଟରେ ହୋଇଥିବା ଆଟାକର ପ୍ରକୃତ ପ୍ରଭାବ କ’ଣ ରହିବ ସେ ନେଇ ସ୍ପଷ୍ଟ ଭାବେ କିଛି କହି ହେବ ନାହିଁ। କାସେୟା ଏକ ସଫ୍ଟଓ୍ବେର ଫାର୍ମ ହୋଇଥିବା ବେଳେ ଆଇଟି ସୋର୍ସି ଏଜେନ୍ସିଗୁଡିକୁ ଏହା ସହାୟତା ପ୍ରଦାନ କରିଥାଏ। ହ୍ୟାକର ଗ୍ରୁପ୍‌ ଏହି କମ୍ପାନୀ ସଫ୍ଟଓ୍ବେରକୁ ହ୍ୟାକ କରିବା ଦ୍ୱାରା ଏହା ସହ ଜଡିତ ବିଶ୍ୱର ପ୍ରାୟ ୧୦୦ କମ୍ପାନୀର ବିଜ୍‌ନେସ କାରବାର ଠପ୍‌ ହୋଇଯାଇଥିଲା। କମ୍ପାନୀର ଜଣେ ନିର୍ବାହୀ ଅଧିକାରୀ କହିଛନ୍ତି, ଏଭଳି ଆଟାକ ହେବା ଦ୍ୱାରା ୧୨ ଦେଶର ବିଜ୍‌ସେନ ଉପରେ ପ୍ରଭାବ ପଡିବା ନେଇ ଆଶଙ୍କା ଦେଖାଯାଇଛି।
ଆଟାକ ହେବା ପରେ ସୁଇଡେନ୍‌ର ଏକ ଗ୍ରସେରି ଷ୍ଟୋର ଚେନ୍‌ ବାଧ୍ୟ ହୋଇ ଏହାର କାରବାରକୁ ବନ୍ଦ କରିବାକୁ ପଡିଛି। କାରଣ ଆଟାକ ଦ୍ୱାରା ଏହାର କ୍ୟାଶ ରେଜିଷ୍ଟର ପ୍ରଭାବିତ ହୋଇଛି। ନ୍ୟାଶନାଲ ରିସ୍କ ଆଧାରରେ ସମସ୍ୟା ସାମ୍ନା କରୁଥିବା ଲୋକଙ୍କ ନିକଟରେ ପହଞ୍ଚି ସହାୟତା କରିବାକୁ ଆମେରିକା ପଦକ୍ଷେପ ଗ୍ରହଣ କରୁଥିବା କହିଛି। ମାତ୍ର ପ୍ରକୃତ କ୍ଷୟକ୍ଷତି ନେଇ କୌଣସି ଆକଳନ ଏବେ ଯାଏ ଉକ୍ତ ଦେଶ କରିପାରିନାହିଁ। ଗତ ମାସରେ ବ୍ରାଜିଲର ଏକ କମ୍ପାନୀ ଜେବିଏସ୍‌ ଉପରେ ଏଭଳି ଆକ୍ରମଣ ହୋଇଥିଲା। ଫଳରେ କମ୍ପାନୀର ଉତ୍ପାଦନ ପ୍ରଭାବିତ ହୋଇଛି। ଏହି ଘଟଣାରେ ଜେବିଏସ୍‌ ହ୍ୟାକରଙ୍କୁ ୧୧ ନିୟୁତ ଡଲାର ପ୍ରଦାନ କରିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଲା ସରକାରୀ ବସ୍‌, ଭିତରେ ବସିଥିଲେ ଯାତ୍ରୀ

କେସିଙ୍ଗା, ୧୬।୭(ତୁମେଶ୍ୱର ସାହୁ): ଭୁବନେଶ୍ୱରରୁ କେସିଙ୍ଗା ଦେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସକାଳେ ବସ୍‌ଟି ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ…

ରାସ୍ତାରେ ଫୋନ୍‌ରେ ଗପି ଗପି ଯାଉଥିଲେ ଭାଜପା ଜିଲାଧ୍ୟକ୍ଷ, ହଠାତ୍‌ ଆସିଲା ହୃଦ୍‌ଘାତ: ଆଉ ତା’ପରେ…

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଲୋକେଶ ଦେହାରିଆଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଛିନ୍ଦୱାଡା ସହରର…

ଜିଦ୍‌ରେ ଅଟଳ ସୋନମ ୱାଙ୍ଗଚୁକ: କହିଲେ- ମୋତେ ଅନଶନ ଭାଙ୍ଗିବାକୁ କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୧୬।୭: ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ତଥା ଶିକ୍ଷା ସଂସ୍କାରବାଦୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଗୁରୁବାର ୧୯ ଦିନରେ ପ୍ରବେଶ…

କେ.ସମାସିଂହାରୁ ଆସିଲା ସାଙ୍ଘାତିକ ଦୃଶ୍ୟ: ଘର କାନ୍ଥ ଭାଙ୍ଗି ଧାନ ବସ୍ତା ଟେକିନେଲା ଦନ୍ତା

କୋଲାବିରା,୧୬।୭(ସଞ୍ଜୟ ପୂଜାରୀ ): ଝାରସୁଗୁଡ଼ା ଜିଲା କୋଲାବିରା ଓ ବାଗଡିହି ବନାଞ୍ଚଳରେ ବିଗତ ୩/୪ ଦିନ ହେଲା ଗୋଟିଏ ଦନ୍ତା ହାତୀ ଘୂରି ବୁଲୁଥିବା ବେଳେ ଜନସାଧାରଣ…

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବି: ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ବିରାଟ ରାଲି

ଅମରପାଲି, ୧୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନୂଆପଡା ମୌଜାରେ ନିକଟରେ ଖୋଲାଯାଇଥିବା ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା…

ଝୁଲି ଝୁଲି ଆସୁଛନ୍ତି ବଡଠାକୁର, ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

ପୁରୀ,୧୬।୭: ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ହରିବୋଲ” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଭକ୍ତିରେ ମୁଖରିତ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri