ଜାତୀୟ

୯ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କ ତାଲିକା ଜାରି

ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ମୋଷ୍ଟ ଓ୍ବାଣ୍ଟେଡ୍‌ ୯ ଜଣ ଆତଙ୍କବାଦୀଙ୍କ ତାଲିକା ଜାରି କରାଯାଇଛି। ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ପ୍ରଦାନ କରାଯିବ ବୋଲି ତାଲିକାରେ ଉଲ୍ଲେଖ କରାଯାଇଛି। ସୂଚନା ପ୍ରଦାନକାରୀଙ୍କ ଯୋଗାଯୋଗ ପାଇଁ ଫୋନ୍‌ ନମ୍ବର ମଧ୍ୟ…

ହ୍ୱିଲ ଚେୟାରରେ ବସି ମେଗା ରୋଡ ଶୋ’ କରିବେ ଦିଦି

କୋଲକାତା,୧୪ ।୩: ପଶ୍ଚିମବଙ୍ଗ ସମେତ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଏବେ ସମସ୍ତ ରାଜନୈତିକ ଦଳ ବିଜୟ ଲକ୍ଷ୍ୟରେ ନିଜର ସମସ୍ତ ଶକ୍ତି ଲଗାଇ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ହୋଇଗଲେଣି । ତେବେ ପଶ୍ଚିମବଙ୍ଗ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ପାଇଁ ମତାମତ ଲୋଡିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୮ରେ ହେବାକୁ ଥିବା ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ପାଇଁ ଦେଶବାସୀଙ୍କଠାରୁ ମତାମତ ଲୋଡ଼ିଛନ୍ତିି। କେଉଁ କେଉଁ ପ୍ରସଙ୍ଗକୁ ମନ୍‌ କି ବାତ୍‌ରେ ଗୁରୁତ୍ୱ ପ୍ରଦାନ କରାଯିବା ସେ ନେଇ ମୋଦି ଏଭଳି କରିଛନ୍ତି।…

ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା: ଲଞ୍ଚ୍‌ପ୍ୟାଡ୍‌ରେ ସୁଯୋଗ ଉଣ୍ଡି ବସିଛନ୍ତି ୨୫୦

ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀରରେ ଧୀରେଧୀରେ ଆତଙ୍କବାଦୀ ସଂଗଠନଗୁଡ଼ିକର କାର୍ଯ୍ୟ କଳାପ କମିବାରେ ଲାଗିଛି। ଲଗାତାର ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ସର୍ଚ୍ଚ ଅପରେଶନ୍‌ ଏବଂ ଏନ୍‌କାଉଣ୍ଟର ଯୋଗୁ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ଶନିବାର-ରବିବାର ବିଳମ୍ବିତ ରାତ୍ରରେ ଶୋପିଆନ୍‌ ଜିଲାର ରାଓ୍ବଲପୋରାରେ…

ବଢ଼ିଲା କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୨୫ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ,୧୪।୩: ଦେଶରେ ପୁଣି କରୋନା ଗ୍ରାଫ୍‌ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ସରକାରଙ୍କ ଚିନ୍ତା ବଢ଼ିବା ସହିତ ପୁଣି ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ…

ଅଷ୍ଟ୍ରାଜେନିକା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ସମୀକ୍ଷା ହେବ

ନୂଆଦିଲ୍ଲୀ,୧୪।୩: ଅଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଡ୍‌ ଟିକା ନେବା ପରେ କେତେକ ୟୁରୋପୀୟ ଦେଶରେ ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଥିବାରୁ ଆସନ୍ତା ସପ୍ତାହରେ ଏହାର ସମୀକ୍ଷା କରିବା ଲାଗି ଭାରତ ନିଷ୍ପତ୍ତି ନେଇଛି। ଡେନ୍‌ମାର୍କ, ନରଓ୍ବେ, ଆଇସଲାଣ୍ଡ, ଥାଇଲାଣ୍ଡ…

ନନ୍ଦିଗ୍ରାମରେ ରଣହୁଙ୍କାର

କୋଲକାତା/ନୂଆଦିଲ୍ଲୀ,୧୪।୩: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଶହେ ଦିନରୁ ଊର୍ଦ୍ଧ୍ୱ ହେଲା ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି। ବିବାଦୀୟ ଆଇନ ପ୍ରତ୍ୟାହାର କରିନେବା ପାଇଁ କୃଷକ ସଂଗଠନଗୁଡ଼ିକ ଦାବି କରୁଥିବାବେଳେ ସରକାର ନିଜ ଜିଦ୍‌ରେ ଅଟଳ ରହିଥିବାରୁ…

ଅବତରଣ ବେଳେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ମୃତ

ନୂଆଦିଲ୍ଲୀ,୧୩।୩: କାଜାଖସ୍ତାନର ଆଲ୍‌ମାଟି ବିମାନବନ୍ଦରରେ ଶନିବାର ସେନାବାହିନୀର ଏକ ଯୁଦ୍ଧ ବିମାନ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଜୁନ୍‌ ୨୮ରୁ ଅମରନାଥ ଯାତ୍ରା

ଶ୍ରୀନଗର,୧୩।୩: ଅମରନାଥ ଯାତ୍ରାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ୨୮ ଜୁନ୍‌ରୁ ଏହି ଯାତ୍ରା ଆରମ୍ଭ ହୋଇ ଶ୍ରାବଣ ମାସ ପୂର୍ଣ୍ଣିମାରେ ଶେଷ ହେବ। ଶ୍ରୀ ଅମରନାଥ ମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ କରୋନା ମହାମାରୀ…

ଟିଏମ୍‌ସିରେ ଯୋଗଦେବା ପରେ ଯଶଓ୍ବନ୍ତ ଉଠାଇଲେ ଏହି ପ୍ରସଙ୍ଗ

କୋଲକାତା,୧୩।୩: ପଶ୍ଚିମବଙ୍ଗ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବରିଷ୍ଠ ଭାଜପା ନେତା ଯଶୱନ୍ତ ସିହ୍ନା ଶନିବାର ଟିଏମ୍‌ସିରେ ଯୋଗଦେଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ…

ଏହି ନେତାଙ୍କୁ ଆସାମ ନିର୍ବାଚନ ପ୍ରଚାର ତାଲିକାରୁ ବାଦ ଦେଲା କଂଗ୍ରେସ

ଗୁଆହାଟି,୧୩।୩: ମାର୍ଚ୍ଚ ୨୭ରୁ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି। ତାଲିକାରେ ଗୁଲାମ ନବୀ ଆଜାଦ, କପିଲ ସିବଲ, ଆନନ୍ଦ ଶର୍ମା, ମନୀଷ ତିୱାରୀ,…

ଶତାବ୍ଦି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଡେରାଡୁନ୍‌,୧୩।୩: ଦିଲ୍ଲୀ-ଡେରାଡୁନ୍‌ ଶତାବ୍ଦି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଶନିବାର ୧୨ଟା ୨୦ରେ ଉତ୍ତରାଖଣ୍ଡର କାନସୋର ଅଞ୍ଚଳରେ ହଠାତ୍‌ ଏକ୍ସପ୍ରେସ୍‌ର ସି-୪ ବଗିରେ ନିଆଁ ଲାଗି ଯାଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri