୨୩ ମିନିଟ୍‌ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢି ଦେଲେ ସାଢେ ତିନି ବର୍ଷର ବାଳକ

ଲୁଧିଆନା, ୨୯।୭: ପଞ୍ଜାବର ଲୁଧିଆନାରେ ରହୁଥିବା ସାଢେ ତିନି ବର୍ଷର ବାଳକ କୁନୱର ପ୍ରତାପ ସିଂ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏନେ କମ ବୟସରୁ ତାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡସ ଏବଂ ଆନ୍ତର୍ଜାତୀୟ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଛି। ଏହା ସହିତ ସେ ତାଙ୍କର ତୀକ୍ଷ୍ଣ ସ୍ମୃତି ଶକ୍ତି ପାଇଁ ଚାଇଲ୍ଡ ପ୍ରୋଡିଜି ମାଗାଜିନ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି।
କୁନୱର ସରାଭା ନଗରର ସେକ୍ରେଡ ହାର୍ଟ କନଭେଣ୍ଟ ସ୍କୁଲର ଛାତ୍ର। ସେ ନିଜ ସ୍ମୃତି ଶକ୍ତି ଦ୍ୱାରା ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ପଛରେ ପକାଇଦେଇଛନ୍ତି। କୁନୱାର ୧ରୁ ୪୦ ପର୍ଯ୍ୟନ୍ତ ପଣିକିଆ, ବିଶ୍ୱର ସମସ୍ତ ଦେଶର ରାଜଧାନୀର ନାମ, ଯେକୌ ଣସି ସଂଖ୍ୟାର ଗୁଣନ ଏବଂ ହରଣ ମଧ୍ୟରେ ସହଜରେ କରିପାରନ୍ତି। ଏହାସହ ବହି ପଢିବା ଏବଂ ବିଭିନ୍ନ ଭାଷାରେ କଥା ହେବା ମଧ୍ୟ ତାଙ୍କର ରୁଚି ରହିଛି। ସେ ଲମ୍ବା ଶବ୍ଦକୁ ସହଜରେ ଉଚ୍ଚାରଣ କରିପାରନ୍ତି ଏବଂ ସେ ପଢିବାରେ ମଧ୍ୟ ପାରଙ୍ଗମ।
କୁନୱର ପ୍ରତାପଙ୍କ ମାତାପିତା କହିଛନ୍ତି ଯେ ସେ କଲୋନୀର ସମସ୍ତ ଲୋକଙ୍କ ନାମ, ଘର ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ମଧ୍ୟ ମନେ ରଖିଛନ୍ତି। ଇଣ୍ଡିଆ ବୁକ ଅଫ ରେକର୍ଡସରେ ତାଙ୍କୁ ଗୋଟିଏ ମିନିଟରେ ୨୭ଟି ସ୍ମାରକର ନାମ କହିବା ଏବଂ ଗୋଟିଏ ମିନିଟରେ ୧୪ ଯାଏ ପଣିକିଆ କହିବା ପାଇଁ ତାଙ୍କୁ ଗ୍ରାଣ୍ଡମାଷ୍ଟର ଆଖ୍ୟା ଦିଆଯାଇଥିଲା। ଏତେ କମ ବୟସରେ, ତାଙ୍କ ନାମ ଅନ୍ତର୍ଜାତୀୟ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଛି। ଭାରତର ସମସ୍ତ ରାଜ୍ୟର ରାଜଧାନୀର ନାମକୁ ୪୮ ସେକେଣ୍ଡରେ କହି ସେ ରେକର୍ଡ କରିଛନ୍ତି। ଏହାସହ ୨୩ ମିନିଟ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ଅଛି। ଚାଇଲ୍ଡ ପ୍ରୋଡିଜି ମାଗାଜିନରେ ସେ ଭାରତର ଶ୍ରେଷ୍ଠ ୧୦୦ ପିଲାଙ୍କ ମଧ୍ୟରେ ମନୋନୀତ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri