୨୩ ମିନିଟ୍‌ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢି ଦେଲେ ସାଢେ ତିନି ବର୍ଷର ବାଳକ

ଲୁଧିଆନା, ୨୯।୭: ପଞ୍ଜାବର ଲୁଧିଆନାରେ ରହୁଥିବା ସାଢେ ତିନି ବର୍ଷର ବାଳକ କୁନୱର ପ୍ରତାପ ସିଂ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏନେ କମ ବୟସରୁ ତାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡସ ଏବଂ ଆନ୍ତର୍ଜାତୀୟ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଛି। ଏହା ସହିତ ସେ ତାଙ୍କର ତୀକ୍ଷ୍ଣ ସ୍ମୃତି ଶକ୍ତି ପାଇଁ ଚାଇଲ୍ଡ ପ୍ରୋଡିଜି ମାଗାଜିନ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି।
କୁନୱର ସରାଭା ନଗରର ସେକ୍ରେଡ ହାର୍ଟ କନଭେଣ୍ଟ ସ୍କୁଲର ଛାତ୍ର। ସେ ନିଜ ସ୍ମୃତି ଶକ୍ତି ଦ୍ୱାରା ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ପଛରେ ପକାଇଦେଇଛନ୍ତି। କୁନୱାର ୧ରୁ ୪୦ ପର୍ଯ୍ୟନ୍ତ ପଣିକିଆ, ବିଶ୍ୱର ସମସ୍ତ ଦେଶର ରାଜଧାନୀର ନାମ, ଯେକୌ ଣସି ସଂଖ୍ୟାର ଗୁଣନ ଏବଂ ହରଣ ମଧ୍ୟରେ ସହଜରେ କରିପାରନ୍ତି। ଏହାସହ ବହି ପଢିବା ଏବଂ ବିଭିନ୍ନ ଭାଷାରେ କଥା ହେବା ମଧ୍ୟ ତାଙ୍କର ରୁଚି ରହିଛି। ସେ ଲମ୍ବା ଶବ୍ଦକୁ ସହଜରେ ଉଚ୍ଚାରଣ କରିପାରନ୍ତି ଏବଂ ସେ ପଢିବାରେ ମଧ୍ୟ ପାରଙ୍ଗମ।
କୁନୱର ପ୍ରତାପଙ୍କ ମାତାପିତା କହିଛନ୍ତି ଯେ ସେ କଲୋନୀର ସମସ୍ତ ଲୋକଙ୍କ ନାମ, ଘର ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ମଧ୍ୟ ମନେ ରଖିଛନ୍ତି। ଇଣ୍ଡିଆ ବୁକ ଅଫ ରେକର୍ଡସରେ ତାଙ୍କୁ ଗୋଟିଏ ମିନିଟରେ ୨୭ଟି ସ୍ମାରକର ନାମ କହିବା ଏବଂ ଗୋଟିଏ ମିନିଟରେ ୧୪ ଯାଏ ପଣିକିଆ କହିବା ପାଇଁ ତାଙ୍କୁ ଗ୍ରାଣ୍ଡମାଷ୍ଟର ଆଖ୍ୟା ଦିଆଯାଇଥିଲା। ଏତେ କମ ବୟସରେ, ତାଙ୍କ ନାମ ଅନ୍ତର୍ଜାତୀୟ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଛି। ଭାରତର ସମସ୍ତ ରାଜ୍ୟର ରାଜଧାନୀର ନାମକୁ ୪୮ ସେକେଣ୍ଡରେ କହି ସେ ରେକର୍ଡ କରିଛନ୍ତି। ଏହାସହ ୨୩ ମିନିଟ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ଅଛି। ଚାଇଲ୍ଡ ପ୍ରୋଡିଜି ମାଗାଜିନରେ ସେ ଭାରତର ଶ୍ରେଷ୍ଠ ୧୦୦ ପିଲାଙ୍କ ମଧ୍ୟରେ ମନୋନୀତ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

କମିବ ଧାନ ଅମଳ, ବଢ଼ିପାରେ ଚାଉଳ ଦର! ଏବର୍ଷ ୬.୫% ଉତ୍ପାଦନ ହ୍ରାସ ଆଶଙ୍କା

ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍‌ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍‌ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ…

ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ଚିହ୍ନଟ, କୋଲୋସିୟମଠାରୁ ବି ବଡ଼

କେପ କାନାଭେରାଲ (ଫ୍ଲୋରିଡା),୧୮।୯: ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ସୃଷ୍ଟି ହୋଇଥିବା ନାସାର ‘ଲୁନାର ରେକୋନିସାନ୍ସ ଅର୍ବିଟର’ (ଏଲ୍‌ଆର୍‌ଓ) ମହାକାଶଯାନ ଦ୍ୱାରା ଚିହ୍ନଟ ହୋଇଛି। ରୋମ୍‌ର ପ୍ରସିଦ୍ଧ…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ଉପନିର୍ବାଚନ ପୂର୍ବରୁ ଇସିଙ୍କ ପଦକ୍ଷେପ; ତୃଣମୂଳ କଂଗ୍ରେସର ନାମ, ଚିହ୍ନ ଉପରେ ରୋକ

ନୂଆଦିଲ୍ଲୀ,୧୮।୯(ପି.ଟି.): ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି)ରେ ସୃଷ୍ଟ ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?