ମୋରାଟୋରିୟମ ବେଳେ ଜମାକାରୀଙ୍କ ସମସ୍ୟା ରହିବନି

ନୂଆଦିଲ୍ଲୀ,୨୯।୭: ବ୍ୟାଙ୍କ ଉପରେ କୌଣସି କାରଣବଶତଃ ଯଦି ମୋରାଟୋରିୟମ ଲାଗେ ତେବେ ନିଜ ଜମା ଅର୍ଥ ରାଶି ଉଠାଣ ନେଇ ଜମାକାରୀଙ୍କୁ ବେଶି ସମସ୍ୟା ସାମ୍ନା କରିବାକୁ ପଡ଼ିବ ନାହିଁ। ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି) ଆଇନରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ଦେଇଛି। ଫଳରେ ବ୍ୟାଙ୍କ ଉପରେ କଟକଣା ଲାଗିଲେ ମଧ୍ୟ ଜମାକାରୀ ୯୦ ଦିନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ। ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ ଏବଂ ୟେସ୍‌ ବ୍ୟାଙ୍କ ଉପରେ ଆର୍‌ବିଆଇ ମୋରାଟୋରିୟମ ଲଗାଇବା ଯୋଗୁ ଜମାକାରୀ ନିଜ ଜମା ରାଶି ବ୍ୟାଙ୍କରୁ ଉଠାଇପାରି ନ ଥିଲେ। ଏଭଳି ଘୋଷଣା ଦ୍ୱାରା ନୂଆ ଆଇନ ପରିସରରେ ୯୮.୩% ଜମା ଆକାଉଣ୍ଟ ଏବଂ ମୋଟ ଜମା ମୂଲ୍ୟର ୫୦.୯% ପରିସରଭୁକ୍ତ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ବ୍ୟାଙ୍କ ମୋରାଟୋରିୟମରେ ରହିଲେ ମଧ୍ୟ ନୂଆ ପଦକ୍ଷେପ କାର୍ଯ୍ୟକାରୀ ହୋଇପାରିବ। ଆର୍‌ବିଆଇ କୌଣସି ବ୍ୟାଙ୍କ ଉପରେ ମୋରାଟୋରିୟମ ଲଗାଇବାର ୪୫ ଦିନ ମଧ୍ୟରେ ଜମାକାରୀଙ୍କ ଦାବି କରିଥିବା ଅର୍ଥ ସଂଗ୍ରହ କରାଯିବ। ଏହାକୁ ଡିଆଇସିଜିସି ନିକଟରେ ଜମା କରାଯିବ। ସମସ୍ତ ଜମାଦାବିକୁ କର୍ପୋରେଶନ ରିୟଲଟାଇମ ବା ଠିକ୍‌ ସମୟ ମଧ୍ୟରେ ପ୍ରୋସେସ୍‌ କରିବ। ମୋରାଟୋରିୟମ ଲାଗୁ ହୋଇଥିବା ବ୍ୟାଙ୍କଗୁଡ଼ିକ ମଧ୍ୟ ନୂଆ ନିୟମ ପରିସରଭୁକ୍ତ ହେବେ। ପ୍ରତି ୧୦୦ ଟଙ୍କା ଜମା ଉପରେ ବ୍ୟାଙ୍କ ୧୨ ପଇସା ପ୍ରିମିୟମ ଦେବେ। ଏହା ପୂର୍ବରୁ ୧୦ ପଇସା ରହିଥିଲା। ୧୦୦ ଟଙ୍କା ଜମା ଉପରେ ପ୍ରିମିୟମ ୧୫ ଟଙ୍କାରୁ ଊର୍ଦ୍ଧ୍ୱ ନ କରିବାକୁ ଆଇନରେ ଉଲ୍ଲେଖ ରହିଛି। ୯୮.୩% ଜମାକାରୀଙ୍କୁ ନୂଆ ନିୟମ ପରିସରଭୁକ୍ତ କରାଯାଇଥିବାରୁ କ୍ଷୁଦ୍ର ଜମାକାରୀଙ୍କ ଲାଗି ଏକ ବୃହତ୍‌ ଆଶ୍ୱସ୍ତି ବୋଲି ସୀତାରାମନ କହିଛନ୍ତି। ଏହାବାଦ ବୁଧବାର ସରକାର ଲିମିଟେଡ୍‌ ଲାଏବିଲିଟି ପାର୍ଟନରଶିପ ଆଇନରେ ମଧ୍ୟ ସଂଶୋଧନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri