ଜାତୀୟ

୧୩ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି

ରାୟପୁର,୧୩।୩: ଛତିଶଗଡ଼ରେ ୧୩ ଜଣ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି ମିଳିଛି। ସେମାନେ କନଷ୍ଟେବଳ ଭାବେ କାର୍ଯ୍ୟ କରିବେ। ଏନେଇ ସମ୍ପୃକ୍ତ କିନ୍ନରମାନେ ରାଜ୍ୟ ପୋଲିସ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଏହା ଦ୍ୱାରା କିନ୍ନର ସମାଜର ବିକାଶ ସମ୍ଭବ ହୋଇପାରିବ। ଧୀରେଧୀରେ…

କରୋନା ଟିକାର ପ୍ରଥମ ଡୋଜ୍ ନେଲେ ରତନ ଟାଟା

ନୂଆଦିଲ୍ଲୀ,୧୩ ।୩: କରୋନାକୁ ଦୂରେଇବାକୁ ଏବେ ସାରା ବିଶ୍ୱରେ ଚାଲିଛି ପ୍ରୟାସ । ଆଭ ଆମ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବି ଖୁବ୍ ଜୋରରେ ଚାଲିଛି । ଏବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକ ଓ ଜଟିଳ ରୋଗରେ…

୭ ହିଜବୁଲ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୩।୩: ଜମ୍ମୁ-କଶ୍ମୀରରେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେବାରେ ଲାଗିଛି। ମିଳିତ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ବିରୋଧି ଅପରେଶନ୍‌ରେ ବଡ଼ ଧରଣର ସଫଳତା ମିଳିଛି। ହିଜବୁଲ୍‌ ମୁୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ୭ ଜଣ ଗ୍ରାଉଣ୍ଡ ଓ୍ବାର୍କରଙ୍କୁ ଶୋପିଆନ୍‌ରୁ ଗିରଫ କରାଯାଇଛି। ଯାଞ୍ଚ୍‌ ଜାରି ରହିଥିବାବେଳେ…

ପଶ୍ଚିମବଙ୍ଗରେ କୃଷକ ଆନ୍ଦୋଳନ: ନନ୍ଦିଗ୍ରାମରେ ମହାପଞ୍ଚାୟତ କରିବେ ଟିକାଏତ

କୋଲକାତା,୧୩ ।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜକୁ ପ୍ରାୟ ୧୦୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ସରକାର ଏମାନଙ୍କ କଥା ଗ୍ରହଣ ନ କରୁଥିବା…

ଆନ୍ଦୋଳନକାରୀ କୃଷକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ

ନୂଆଦିଲ୍ଲୀ,୧୩।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଦୀର୍ଘ ଦିନ ଧରି ହେବାର ସମ୍ଭାବନା ଥିବାରୁ ଏବେ ଦିଲ୍ଲୀ ସୀମାରେ ଆନ୍ଦୋଳନକାରୀ କୃଷକଙ୍କ ପାଇଁ ଇଟା-ସିମେଣ୍ଟରେ ସ୍ଥାୟୀ ଘର ନିର୍ମାଣ କରାଯାଉଛି। ଇତିମଧ୍ୟରେ…

ମୁସଲମାନ୍‌ ଯୁବତୀ-ହିନ୍ଦୁ ଯୁବକଙ୍କ ବିବାହ ନୁହେଁ ବୈଧ: ହାଇକୋର୍ଟ

ଚଣ୍ଡିଗଡ଼,୧୩।୩: ପଞ୍ଜାବ ହରିୟାଣା ହାଇକୋର୍ଟ ମୁସଲମାନ୍‌ ଯୁବତୀ ଏବଂ ହିନ୍ଦୁ ଯୁବକଙ୍କ ମଧ୍ୟରେ ବିବାହ ବୈଧ ନୁହେଁ ବୋଲି ରାୟ ଦେଇଛନ୍ତି। ଏକ ମାମଲାର ବିଚାର କରି କୋର୍ଟ ଏଭଳି କହିଛନ୍ତି। ଜଣେ ମୁସଲମାନ ଯୁବତୀଙ୍କୁ ଦୀର୍ଘ ଦିନ ଧରି ପ୍ରେମ…

ଔରଙ୍ଗାବାଦରେ ଲାଗିଲା ଲକଡାଉନ

ଔରଙ୍ଗାବାଦ,୧୩ ।୩: ମହାରାଷ୍ଟ୍ରରେ ବେଳକୁ ବେଳ ମାଡି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦେଖି ସେଠାକାର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ ଜାରି କରାଗଲାଣି । ନାଗପୁର ପରେ ଏବେ ଔରଙ୍ଗାବଦରେ ବି ଲକଡାଉନ ଜାରି କରାଯାଇଛି । ସପ୍ତାହ ଶେଷରେ…

ଲକ୍‌ଡାଉନ୍‌ ପୂର୍ବରୁ ବଜାରରେ ଭିଡ଼

ପୁଣେ,୧୩।୩: ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ରାଜ୍ୟର ୮ ଜିଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଇଁ ନିଷ୍ପିତ୍ତି ଗ୍ରହଣ କରିଛନ୍ତି। ମାର୍ଚ୍ଚ ୧୫ରୁ…

ପୁଣି କରୋନା ଆତଙ୍କ: ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଲା

ନୂଆଦିଲ୍ଲୀ,୧୩।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୮୮୨ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନା ଜନିତ ମୃତ୍ୟୁ…

ଫାଶୀରେ ଲଟକିଲେ ୫ ପରିବାର ସଦସ୍ୟ

ପଟନା,୧୩।୩: ବିହାରର ସୁପୌଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାର ୫ ଜଣ ସଦସ୍ୟ ଫାଶୀରେ ଲଟକି ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ-ସ୍ବାମୀ ଏବଂ ୩ ସନ୍ତାନ ଘରେ ପାଶୀ ଦେଇ ଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।…

ସରକାରୀ ଅଧିକାରୀ ହୋଇପାରିବେନି ଏସ୍‌ଇସି

ନୂଆଦିଲ୍ଲୀ,୧୩।୩ (ପି.ଟି.): ସରକାରରେ ନିଯୁକ୍ତ କୌଣସି ଅଧିକାରୀ ରାଜ୍ୟ ନିର୍ବାଚନ କମିଶନର (ଏସ୍‌ଇସି) ଭାବେ କାର୍ଯ୍ୟ କରିପାରିବେ ନାହିଁ। ସୁପ୍ରିମକୋର୍ଟ ଶୁକ୍ରବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଗୋଆ ସରକାର ରାଜ୍ୟର ଆଇନ ସଚିବଙ୍କୁ ଏସ୍‌ଇସି ଭାବେ ଅତିରିକ୍ତ ଦାୟିତ୍ୱ…

ଗଣତାନ୍ତ୍ରିକ ମୂଲ୍ୟବୋଧରୁ ଏକତା

କୋଲକାତା,୧୩।୩ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆକ୍ରମଣାତ୍ମକ ଚାଇନାର ପ୍ରଭାବ ବଢ଼ୁଥିବାରୁ ମଏହାର ମୁକାବିଲା ପାଇଁ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି। ଏମାନେ ମିଶି ଚତୁଃରାଷ୍ଟ୍ରୀୟ ମେଣ୍ଟ (କ୍ୱାଡ୍‌) ଗଠନ କରିଛନ୍ତି। କ୍ୱାଡ୍‌ ନେତାମାନଙ୍କର ପ୍ରଥମ ଭର୍ଚୁଆଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri