ଜାତୀୟ

ଟି-ଶର୍ଟ ପିନ୍ଧି ବିଧାନସଭାକୁ ଆସିଥିଲେ ବିଧାୟକ: ଗୃହରୁ ବିଦା କଲେ ବାଚସ୍ପତି

ଗାନ୍ଧିନଗର,୧୬।୩: ଗୁଜରାଟ ବିଧାନସଭାରେ ଏକ ରୋଚକ ଘଟଣା ଘଟିଛି। ଜଣେ ବିଧାୟକ ଟି-ଶର୍ଟ ପିନ୍ଧି ଗୃହକୁ ଆସିବାରୁ ବାଚସ୍ପତି ତାଙ୍କୁ ବିଦା କରିଦେଇଛନ୍ତି। ସୋମନାଥ ଆସନରୁ କଂଗ୍ରେସ ବିଧାୟକ ଥିବା ବିମଲ ଚୁଡାସାମା ସୋମବାର ଟି-ଶର୍ଟ ପିନ୍ଧି ଗୃହରେ ପହଞ୍ଚିଥିଲେ। ବାଚସ୍ପତି…

କରୋନା ରିଟର୍ନସ୍‌: ରେଷ୍ଟୁରାଣ୍ଟ୍‌-ସିନେମା ହଲ ଉପରେ ବଢ଼ିଲା କଟକଣା

ମୁମ୍ବାଇ,୧୬।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ସ୍ଥିତ ବେକାବୁ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ କେତେକ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସେହିପରି କିଛି…

ସରକାରୀ ବାବୁ ଉଠାଉ ନାହାନ୍ତି ଫୋନ୍‌: ରିପୋର୍ଟ ତଲବ କଲେ ଯୋଗୀ

ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶରେ ସରକାରୀ ଅଫିସରେ କୌଣସି ଅଫିସର ଫୋନ୍‌ ଉଠାଉ ନାହାନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଅବସ୍ଥା ମଧ୍ୟ ସମାନ। ଏନେଇ ଅଭିଯୋଗ ମିଳିବା ପରେ ଯୋଗୀ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ୨୫ ଡିଏମ୍‌ ଏବଂ…

ବିଚାରପତି-ଆଇନଜୀବୀ-ଶିକ୍ଷକ-ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯିବ କରୋନା ଟିକା

ଲୁଧିଆନା,୧୬।୩: ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଲୁଧିଆନା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ସହିତ ବ୍ୟାଙ୍କ କର୍ମଚାରୀ, ବେସରକାରୀ ସଂଗଠନରେ କାମ କରୁଥିବା…

ଅଧିକ ଭୋଟ ନୋଟାକୁ ଗଲେ ଫଳାଫଳ ରଦ୍ଦ ହେଉ

ନୂଆଦିଲ୍ଲୀ,୧୬।୩(ପି.ଟି.): ନିର୍ବାଚନରେ ଯଦି ସର୍ବାଧିକ ଭୋଟ ନୋଟା (ନନ୍‌ ଅଫ୍‌ ଦି ଏବଭ୍‌)କୁ ଯାଏ ତେବେ ଫଳାଫଳ ରଦ୍ଦ କରି ସାନି ନିର୍ବାଚନ କରାଇବା ପାଇଁ ନିର୍ବାଚନ କମିଶନ (ଇସି)ଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)…

ଚାଷୀଙ୍କୁ ମେଘାଳୟ ରାଜ୍ୟପାଳଙ୍କ ସମର୍ଥନ

ନୂଆଦିଲ୍ଲୀ,୧୬।୩: କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କୁ ମେଘାଳୟ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ସମର୍ଥନ କରିଛନ୍ତି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଅନୁରୋଧ…

ଷଡ଼ଯନ୍ତ୍ର ମୋତେ ରୋକି ପାରିବ ନାହିଁ: ମମତା

କୋଲକାତା,୧୬।୩: କୌଣସି ଷଡ଼ଯନ୍ତ୍ର ତାଙ୍କୁ ରାଜ୍ୟରେ ନିର୍ବାଚନ ପ୍ରଚାରରୁ ଅଟକାଇପାରିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ସୋମବାର କହିଛନ୍ତି। ହୃଦ୍‌ସ୍ପନ୍ଦନ ଚାଲୁଥିବାଯାଏ ଭାଜପା ବିରୋଧରେ ଲଢ଼େଇ ଜାରି ରଖିବେ। ନିର୍ବାଚନ ଜିତିବାକୁ ଭାଜପା…

ଚିନ୍ତା ବଢ଼ାଇଲାଣି ସଂକ୍ରମଣ

ନୂଆଦିଲ୍ଲୀ,୧୬।୩: କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଗୋଟିଏ ଦିନରେ ଦେଶରେ ମୋଟ ୨୬,୨୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୮ ଜଣଙ୍କ ଜୀବନ ଯାଇଛି। ନୂଆ ମାମଲାର ୭୮.୪୧ ପ୍ରତିଶତ କେବଳ ୫ଟି ରାଜ୍ୟରେ ଦେଖିବାକୁ ମିଳିଛି।…

ମାମଲା ଦାୟର କଲେ ଜମାଟୋ ଡେଲିଭରି ବୟ

ବେଙ୍ଗାଲୁରୁ, ୧୫।୩ – ବେଙ୍ଗାଲୁରୁ ମହିଳାଙ୍କ ଉପରେ ଜମାଟୋ ଡେଲିଭରି ବୟ ଆକ୍ରମଣ ଘଟଣାରେ ସୋମବାର ଆସିଛି ନୂଆ ମୋଡ଼। ଅଭିଯୁକ୍ତ ଡେଲିଭରି ବୟ ସମାନ ଥାନାରେ ମହିଳାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଭାରତୀୟ ପିଙ୍ଗଳ କୋଡ୍‌ ୩୪୧ (ବାଧା…

ଛପା ଯାଉନି ଦୁଇ ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ, ୧୫।୩ – ଦୁଇ ବର୍ଷ ହେଲା ଦୁଇ ହଜାର ଟଙ୍କିଆ ନୋଟ୍‌ ଛପା ପ୍ରକ୍ରିୟା ବନ୍ଦ ଅଛି। ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏ ନେଇ ସଂସଦକୁ ଜଣାଇଛି ଅର୍ଥ ମନ୍ତ୍ରଣାଳୟ। ୨୦୧୬ରେ ବିମୁଦ୍ରିକରଣ ପରେ ଆସିଥିବା ଦୁଇ…

ବାଟ୍‌ଲା ହାଉସ ଏନକାଉଣ୍ଟର: ଅଭିଯୁକ୍ତଙ୍କୁ ଫାଶି

ନୂଆଦିଲ୍ଲୀ, ୧୫।୩ – ପୋଲିସ ଇନସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ହତ୍ୟା ଓ ୨୦୦୮ ବାଟ୍‌ଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅରିଜ ଖାନଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ସେସନ କୋର୍ଟ। ଶୁଣାଣିବେଳେ ଏହାକୁ ବିରଳରୁ ବିରଳ…

ଭାଜପାରୁ ପ୍ରାର୍ଥୀ ହେବାକୁ ମନା କଲେ ଏମ୍‌ବିଏ ଗ୍ରାଜୁଏଟ୍‌

ଥିରୁଭାନନ୍ତପୁରମ, ୧୫।୩ – ଆସନ୍ତା ମାସରେ କେରଳରେ ହେବାକୁ ଯାଉଛି ନିର୍ବାଚନ। ଓ୍ବାୟାନାଡ୍‌ ଜିଲାର ମନନ୍ଥଓ୍ବାଡି ଆସନରୁ ୩୧ ବର୍ଷୀୟ ଏମ୍‌ବିଏ ଗ୍ରାଜୁଏଟ୍‌ଙ୍କୁ ପ୍ରାର୍ଥୀ କରିଥିଲା ଭାଜପା। କିନ୍ତୁ ମାଣିକଟ୍ଟନ ଏହାକୁ ଅସ୍ବୀକାର କରିବା ସହ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri