Posted inଜାତୀୟ

ଝାଡ଼ଖଣ୍ଡ ମୁଖ୍ୟ ସଚିବ, ଡିଜିପିଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ, ୩୧।୭: ଝାଡ଼ଖଣ୍ଡ ଧାନବାଦ ଜିଲାର ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଉତ୍ତମ ଆନନ୍ଦଙ୍କୁ ଅଟୋ ମଡ଼ାଇ ହତ୍ୟା ଘଟଣାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ରିପୋର୍ଟ ତଲବ କରିଛନ୍ତି। ସପ୍ତାହେ ମଧ୍ୟରେ ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ଲାଗି ସେମାନଙ୍କୁ କୁହାଯାଇଛି। ଦେଶରେ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟୁଥିବାରୁ ସର୍ବୋଚ୍ଚ ଅଦାଲତ ଏହାର ଏସ୍‌ଆଇଟି ତଦନ୍ତ ଉପରେ ନଜର ରଖିବେ ବୋଲି ପ୍ରଧାନ ବିଚାରପତି ଏନ୍‌.ଭି. ରମାନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ତେବେ ବିଚାରପତି ମୃତ୍ୟୁ ଘଟଣାର ତଦନ୍ତ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ମର୍ନିଂ ଓ୍ବାକ୍‌ରେ ଯାଇଥିବା ବିଚାରପତିଙ୍କୁ ଏକ ଅଟୋ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସିସିଟିଭିରେ ରେକର୍ଡ ହୋଇଥିବା ଦୃଶ୍ୟରୁ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ଘଟଣା କରାଯାଇଥିବା ଜଣାପଡ଼ିଥିଲା। ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହୋଇଥିଲା।

ଆଉ ଜଣେ ବିଚାରପତିଙ୍କ କାର୍‌କୁ ଧକ୍କା

ଝାଡ଼ଖଣ୍ଡରେ ଜଣେ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ଙ୍କୁ ଅଟୋ ମଡ଼ାଇ ହତ୍ୟା କରିବା ଘଟଣାର ଦିନକ ପରେ ଉତ୍ତରପ୍ରଦେଶର ଫତେପୁରରେ ଜଣେ ଅତିରିକ୍ତ ଜିଲା ଜଜ୍‌ (ଏଡିଜେ)ଙ୍କ କାର୍‌କୁ ଉଦ୍ଦେଶ୍ୟମୂଳକ ଭାବେ ଏକ ଏସ୍‌ୟୁଭି ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଏଡିଜେ କୌଶମ୍ବି ଜିଲା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଚକ୍ୱାନ ଛକ ନିକଟରେ ଦ୍ରୁତ ବେଗରେ ଆସୁଥିବା ଏସ୍‌ୟୁଭି ଏଡିଜେଙ୍କ କାର୍‌କୁ ଧକ୍କା ଦେଇଥିଲା। ଏହା ଜଣେ ଅଭିଯୁକ୍ତଙ୍କ କାର୍ଯ୍ୟ ହୋଇଥାଇପାରେ ବୋଲି ଏଡିଜେ ସନ୍ଦେହ କରିଛନ୍ତି। ତାଙ୍କୁ ଜାମିନ ଦେବାକୁ ଏଡିଜେ ମନା କରିଦେବା ପରେ ଏହାର ପରିଣାମ ଭୋଗିବ ବୋଲି ଅଭିଯୁକ୍ତ ଜଣକ ଧମକ ଦେଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୧୩।୬: ବଲିଉଡ୍‌ ନାୟକ ଅନିଲ କପୁର, ରିତେଶ ଦେଶମୁଖ, ନାୟିକା ଦିଶା ପାଟନି ପ୍ରମୁଖ ମହାରାଷ୍ଟ୍ରର ଶିବସେନା ନେତା ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ...

ଟିକେଟ୍‌ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ

ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏବେ ଏଥିରେ ଭାଗ ନେବାକୁ ବିଭିନ୍ନ ଦଳର ବହୁ ଆଶାୟୀ ପାର୍ଥୀ ରହିଛନ୍ତି। ତେବେ...

ଜେଡିୟୁକୁ ଅଡ଼ୁଆ ଅନୁକମ୍ପା ହାଓ୍ବା

ପାଟନା, ୧୦ା୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ପ୍ରତିଷ୍ଠାତା ରାମବିଳାସ ପାଶ୍ୱାନଙ୍କ...

ଥାନାରେ ବସି ମଦ ପିଇବା ମଡ଼ିଲା ମହଙ୍ଗା: ପୋଲିସ ବାବୁଙ୍କ ଭିଡ଼ିଓ ଭାଇରାଲ

କାନପୁର, ୨୩।୮: ଥାନାରେ ବସି ମଦ ପିଇବା ଜଣେ ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି। ଏବେ ସୋସିଆଲ୍‌ ମିଡ଼ିଆରେ ମଦ ପିଉଥିବା ଥାନା ବାବୁ ଜେ.ପି....

ଭିନ୍ନ ଢଙ୍ଗରେ ଲାଲୁଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରୋଧୀ

ପାଟନା,୧୧।୬: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହାକୁ ନେଇ ଆର୍‌ଜେଡି ପକ୍ଷରୁ ପୋଷ୍ଟର ମାଧ୍ୟମରେ ଲାଲୁଙ୍କୁ...

‘ଯଦି ଚମତ୍କାରୀ ଶକ୍ତି ଅଛି ତେବେ ପ୍ରମାଣ କରନ୍ତୁ ଧିରେନ୍ଦ୍ର ଶାସ୍ତ୍ରୀ’: କଂଗ୍ରେସ

ନୂଆଦିଲ୍ଲୀ,୨୧ ।୧: ବାଗେଶ୍ୱର ଧାମର ପୀଠାଧିସ୍ୱର ଧିରେନ୍ଦ୍ର କୃଷ୍ଣ ସ୍ୱାମୀ ଏବେ ବିବାଦରେ ଫସି ଯାଇଛନ୍ତି । ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ଅବିଶ୍ୱାସର ପ୍ରଚାର ପ୍ରସାର...

ରାମ ମନ୍ଦିର ଭୂମିପୂଜାକୁ ରାଷ୍ଟ୍ରପତିଙ୍କୁ ନ ଡାକିବାକୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ,୯।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଗଲାଣି। ହେଲେ ଏହାର ଭୂମିପୁଜାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନ ଡାକିବାକୁ ନେଇ ଆରମ୍ଭ...

ବଳାତ୍କାରୀ ଅଭିଯୁକ୍ତଙ୍କ ଗୁପ୍ତାଙ୍ଗ କାଟିଦେଲେ ମହିଳା

ପାଟନା,୨ା୭: ବିହାରର ବାଙ୍କା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ବଳାତ୍କାରୀ ଅଭିଯୁକ୍ତଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡିଛି। ସୂଚନା ଯୋଗ୍ୟ,...

Advertisement
Archives

Model This Week