Posted inଜାତୀୟ

ସମୟ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହେବା ଆଶଙ୍କା, ହେଲାଣି ୨୬.୯୨୫ କୋଟି କ୍ଷତି…

ନୂଆଦିଲ୍ଲୀ,୩୧।୭: ସଂସଦର ମୌସୁମୀ ଅଧିବେଶନ ଅଚଳ ହୋଇପଡ଼ିଛି। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନରେ ୧୯ଟି ସାଧାରଣ କାର୍ଯ୍ୟ ଦିବସକୁ ସାମିଲ୍‌ କରାଯାଇଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଅଧା କାର୍ଯ୍ୟ ଦିବସ ବିତିସାରିଛି। ଏପର୍ଯ୍ୟନ୍ତ କେବଳ ତିନୋଟି ବିଲ ପାରିତ ହୋଇଛି। ମୌସୁମୀ ଅଧିବେଶନରେ ଇତିମଧ୍ୟରେ ରାଜ୍ୟସଭା କେବଳ ୮.୨ ଘଣ୍ଟା କାର୍ଯ୍ୟ ହୋଇଛି। ଫଳରେ ସମୟ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଥିବା ଚର୍ଚ୍ଚା ହେଉଛି।

ସରକାରଙ୍କର ୨୬.୯୨୫ କୋଟି କ୍ଷତି

ପେଗାସସ ଗୁପ୍ତଚରୀ ମାମଲା ଉପରେ ଆଲୋଚନା ପାଇଁ ଦାବି କରୁଥିବା ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏପର୍ଯ୍ୟନ୍ତ ରାଜ୍ୟ ସଭାର ମୋଟ ୩୩.୮ ଘଣ୍ଟା ନଷ୍ଟ ହୋଇ ସାରିଛି। ସଂସଦକୁ ବର୍ତ୍ତମାନ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସଂସଦ ଅଚଳ ହୋଇପଡ଼ିଥିବାରୁ ସରକାରଙ୍କର ଏପର୍ଯ୍ୟନ୍ତ ୨୬.୯୨୫ କୋଟି ଟଙ୍କାର କ୍ଷତି ହୋଇଛି। କେନ୍ଦ୍ର ସରକାରଙ୍କ ପନକ୍ଷରୁ ଅଭିଯୋଗ ହୋଇଛି ଯେ, ସରକାର ସଂସଦରେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ବିରୋଧୀ ଏହା ଚାହୁଁ ନାହାଁନ୍ତି। ଏହାୋଯାଗୁ ସମୟର ସମ୍ପୂର୍ଣ୍ଣ ଅପଚୟ ହେଉଛି।

ସରକାର ଆଉ ଥରେ ଚେଷ୍ଟା କରିବେ

ତେବେ କାର୍ଯ୍ୟସୂଚୀ ପୂର୍ବରୁ ମୌସୁମୀ ଅଧିବେଶନକୁ ଶେଷ କରିବା ପୂର୍ବରୁ ସରକାର ଉଭୟ ଗୃହରେ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ଜାରି ରଖିବା ପାଇଁ ସହମତି ନିମନ୍ତେ ବିରୋଧୀ ଦଳର ନେତାମାନଙ୍କୁ ବୁଝାଶୁଝା ଲାଗି ପ୍ରୟାସ କରିବାର ସମ୍ଭାବନା ରହିଛି। ଅଧିବେଶନ ଆରମ୍ଭ ହେବା ଦିନଠାରୁ କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଶିରୋମଣି ଅକାଲୀ ଦଳ, ବହୁଜନ ସମାଜ ବାଦୀ ପାର୍ଟି, ଡିଏମ୍‌କେ, ବାମପନ୍ଥୀ ଦଳ, ପକ୍ଷରୁ ସଂସଦର ଉଭୟ ଗୃହରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସାକ୍ଷାତ ପର ଠାରୁ ବିରୋଧୀଙ୍କ ମଧ୍ୟରେ ସମନ୍ବୟ ଦେଖାଯାଉଛି।

କେବଳ ତିନୋଟି ବିଲ ପାସ ହୋଇଛି

ମୌସୁମୀ ଅଧିବେଶନରେ ଇତିମଧ୍ୟରେ ରାଜ୍ୟ ସଭାରେ ସିପିଂ ସାମୁଦ୍ରିକ ସହାୟତା ବିଲ ୨୦୨୧, ଜୁଭେନାଇଲ ଜଷ୍ଟିସ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ସଂଶୋଧନ ବିଲ ୨୦୨୧ ଏବଂ ଫ୍ୟାକ୍ଟରିଂ ରେଗୁଲେସନ ସଂଶୋଧନ ବିଲ ୨୦୨୧ ଆଦି ୩ଟି ବିଲ୍‌ ପାରିତ ହୋଇଛି। ସୋମବାର, ସଂସଦରେ ପୁଣି ଥରେ କାର୍ଯ୍ୟ ଆରମ୍ଭ ହେବ। କେନ୍ଦ୍ର ସରକାର ଏନେଇ ଏକ ନୂତନ ରଣନୀତି ଆପଣାଇବାକୁ ଚାହୁଁଛନ୍ତି। ଏହା ଫଳପ୍ରଦ ହେଉ ନ ହେଲେ ସରକାର ଅଧିବେଶନ ଶେଷ କରିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?