ଜାତୀୟ

ଝାଡ଼ଖଣ୍ଡରେ ଚିହ୍ନଟ ଭାରିଆଣ୍ଟ ଅଧିକ ବିପଜ୍ଜନକ

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ କରୋନା ଭୂତାଣୁର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ଚିହ୍ନଟ ହୋଇଛି। ଫଳରେ ଏହି ରାଜ୍ୟରେ ଖୁବ୍‌ଶୀଘ୍ର ସଂକ୍ରମଣର ତୃତୀୟ ଲହର ଆସିବା ସମ୍ଭାବନା ବୃଦ୍ଧି ପାଇଛି। ଝାଡ଼ଖଣ୍ଡରୁ କୋଭିଡ୍‌-୧୯ ପରୀକ୍ଷା ବେଳେ ସଂଗୃହୀତ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ଭୁବନେଶ୍ୱରର…

ଭାଜପା ଟାର୍ଗେଟରେ ମୁକୁଲ

କୋଲକାତା,୧୮ା୬: ଭାଜପା ଛାଡ଼ି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗ ଦେଇଥିବା ବରିଷ୍ଠ ନେତା ମୁକୁଲ ରୟ ଏବେ ଭାଜପା ଟାର୍ଗେଟରେ। ତାଙ୍କ ବିଧାୟକ ପଦ ରଦ୍ଦ ଦାବିରେ ବାଚସ୍ପତି ବିମନ ବାନାର୍ଜୀଙ୍କୁ ନିବେଦନ କରିଛି ଭାଜପା। କ୍ରିଷ୍ଣନଗର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳିରୁ…

ନକଲି ଟିକାକରଣର ଶିକାର ହେଲା ଟିପ୍ସ ଇଣ୍ଡଷ୍ଟ୍ରି: ୩୬୫କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ବି ମିଳିଲାନି ସାର୍ଟିଫିକେଟ

ମୁମ୍ବାଇ,୧୮।୬: ବର୍ତ୍ତମାନ ଦେଶରେ ନକଲି ଟିକାକରଣକୁ ନେଇ ଚର୍ଚ୍ଚା ଚୋର ଧରିଛି। ନିକଟରେ ମୁମ୍ବାଇର ହିରାନନ୍ଦାନୀ ସୋସାଇଟିରେ ୩୯୦ଜଣଙ୍କୁ ମିଛ ଟିକାକରଣ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଟିପ୍ସ ଇଣ୍ଡଷ୍ଟ୍ରି…

୩୯୦ଜଣଙ୍କୁ ନକଲି ଟିକା ଦେବା ଘଟଣାରେ ୪ଗିରଫ

ମୁମ୍ବାଇ,୧୮।୬: ମୁମ୍ବାଇର କାନ୍ଦଓ୍ବଲି ଅଞ୍ଚଳର ହିରାନନ୍ଦାନୀ ସୋସାଇଟିର ୩୯୦ଜଣ ଲୋକଙ୍କୁ ନକଲି ଟିକା ଦେବା ମାମଲାର ପର୍ଦ୍ଦାଫାଶ୍‌ କରିଛି ପୋଲିସ। ଠକେଇ ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଏଥିସହ ଅନ୍ୟଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ମୁମ୍ବାଇ ପୋଲିସ। ସୂଚନା…

ଏଣିକି ଏଡ୍‌ସ ପୀଡ଼ିତଙ୍କୁ ମିଳିବ ପେନ୍‌ସନ

ଚଣ୍ଡିଗଡ଼,୧୮।୬: ଏଡ୍‌ସ ସଂକ୍ରମିତ ପାଇଁ ହରିଆଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ପ୍ରତିମାସରେ ଏଡ୍‌ସ ପୀଡ଼ିତଙ୍କୁ ୨୨୫୦ଟଙ୍କା ଲେଖାଏ ପେନ୍‌ସନ ପ୍ରଦାନ କରିବେ ହରିଆଣା ସରକାର। ଏନେଇ ଶୁକ୍ରବାର ସୋନିପତ ଜିଲା ଏଡ୍‌ସ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ସୂଚନା…

‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୧୮।୬: ‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦ ଗୁରୁବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ସଫଦରଜଙ୍ଗ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଛି। କରୋନାର ପ୍ରଥମ ଲହର ସମୟରେ କାନ୍ତା ପ୍ରସାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ…

କୋଭିଡ ନିୟମ ଉଲ୍ଲଂଘନ କଲେ ଶୀଘ୍ର ଆସିବ ତୃତୀୟ ଲହର: ହାଇକୋର୍ଟ

ନୂଆଦିଲ୍ଲୀ,୧୮।୬: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଥିବା ବେଳେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ପ୍ରତିଶତରୁ ବି କମ୍‌ ରହିଛି। ତେଣୁ ଦିଲ୍ଲୀ ସରକାର ରାଜ୍ୟରେ ଅନ୍‌ଲକ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ ପ୍ରତିବନ୍ଧକ ହଟାଯିବା ପରେ ଦିଲ୍ଲୀ ବଜାରରେ ଦେଖାଦେଇଥିବା…

ଶୁଭେନ୍ଦୁଙ୍କଠାରୁ ହାର୍‌ ମାନିବାକୁ ପ୍ରସ୍ତୁତ ନାହାନ୍ତି ଦିଦି: ଜୁନ୍‌ ୨୪ ଶୁଣାଣି

କୋଲକତା,୧୮।୬: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ ବିରୋଧରେ କଲିକତା ହାଇକୋର୍ଟରେ ପହଞ୍ଚିଛନ୍ତି। ନନ୍ଦୀଗ୍ରାମରେ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ମମତା…

ଶ୍ରମିକଙ୍କ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ

ମୁମ୍ବାଇ,୧୮ା୬: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସାଧ୍ୟ କାମକୁ ସାଧନ କରିପାରେ। ସେମିତି କରି ଦେଖାଇଛନ୍ତି ଜଣେ ଶ୍ରମିକଙ୍କ ପୁଅ। କଠିନ ଅଧ୍ୟବସାୟ ବଳରେ ସେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO)ର ବୈଜ୍ଞାନିକ ହୋଇପାରିଛନ୍ତି। କ୍ଷେତରେ କାମ କରୁଥିବା ମାତାପିତାଙ୍କ…

ସାବ୍‌ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ

ମୁମ୍ବାଇ,୧୮।୬: ଟେଲି ସିରିୟଲ୍‌ର ପପୁଲାର ଶୋ’କ୍ରାଇମ୍‌ ପେଟ୍ରୋଲ ଓ ସାବ୍‌ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ ୨୫ବର୍ଷୀୟ ଅଭିନେତ୍ରୀ ସୁରଭି ସୁରେନ୍ଦ୍ର ଶ୍ରୀବାସ୍ତବ ଓ ୧୯ ବର୍ଷୀୟ ମୋସିନା ମୁଖତାର ଶେଖଙ୍କୁ…

ଆଉ ଏକ ମହାଅଭିଯାନ କଲେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ମହାଅଭିଯାନ ଆରମ୍ଭ କରିଛନ୍ତି। ୨୬ଟି ରାଜ୍ୟର ୧୧୧ଟି ତାଲିମ କେନ୍ଦ୍ରରୁ କରୋନା ସ୍ବାସ୍ଥ୍ୟସେବା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମ ଅଧୀନରେ…

ଦଳ ଛାଡିଲେ ଆଉ ଜଣେ କଂଗ୍ରେସ ନେତା: ରାହୁଲଙ୍କୁ କଲେ ଟାର୍ଗେଟ

ଗୁଆହାଟୀ,୧୮।୬: କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଯୁବ ନେତା ସବୁ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଏବେ ଆସାମ ବିଧାୟକ ରୂପଜ୍ୟୋତି କୁର୍ମି ଦଳ ଛାଡିବାକୁ ଘୋଷଣା କରିଛନ୍ତି। ଦଳ ଛାଡିବା ପରେ ସେ ଅଭିଯୋଗ କରିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri