ଦୈନିକ ସଂକ୍ରମଣ ପୁଣି ବଢୁଛି…

ନୂଆଦିଲ୍ଲୀ,୧୮।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୨୬୦ ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୩୧ ଛୁଇଁଛି।

ଦେଶରେ ଏହି ସମୟ ମଧ୍ୟରେ କରୋନାରେ ୨୮୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୬୬୨ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୩ ହଜାର ୭୯୮ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୫୪ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୪୦ ହଜାର ୬୯୩ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୧୩ ପ୍ରତିଶତରେ ପହଞ୍ଚିଛି।

ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୫୨୯ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୭୯ କୋଟି ୩୩ ଲକ୍ଷରୁ ଅଧିକ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୨ କୋଟି ୫୦ଲକ୍ଷରୁ ଅଧିକ ଜଣଙ୍କୁ ଟିକା ଦିଆଯାଇଛି।

ଅପରପକ୍ଷରେ ଇତିମଧ୍ୟରେ ୫୫ କୋଟି ୭ ଲକ୍ଷ ୮୦ ହଜାର ୨୭୩ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୪୮ ହଜାର ୮୩୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୬ ଲକ୍ଷ ୩୨ ହଜାର ୨୨୨ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୪ ଲକ୍ଷ ୧୭ ହଜାର ୩୯୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାମନଗର ପହଞ୍ଚିଲା ବାୟୁସେନା ସି-୧୭ ବିମାନ…

ଜାମନଗର,୧୭।୮: ଭାରତୀୟ ଦୂତାବାସ ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିଥିବା ବାୟୁସେନା ବିମାନ ସି-୧୭ ଗୁଜରାଟର ଜାମନଗର ବିମାନ ବନ୍ଦରରେ ଅବତରଣ କରିଛି। ବିମାନରେ...

ସଫଳ ହେଲା ‘ଅପରେଶନ ରାହୁଲ’

ରାୟପୁର,୧୪।୬: ଦୀର୍ଘ ୫ ଦିନ ଧରି ବୋରଓ୍ବେଲ୍‌ ଭିତରେ ଫସି ରହିଥିବା ୧୧ ବର୍ଷର ବାଳକ ରାହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତାଙ୍କୁ ଉଦ୍ଧାର...

ସାର୍‌ ଗାଈ ଦେଉନି କ୍ଷୀର, ଥାନାକୁ ଡାକି ଟିକେ ବୁଝାଅ ବୋଲି ମାଲିକଙ୍କ ଗୁହାରି…

ଶିମୋଗା,୮।୧୨: ପୋଲିସ ଷ୍ଟେସନରେ ସାଧାରଣତଃ ଚୋରି, ଡକାୟତି, ଧମକ, ଆକ୍ରମଣ, ହତ୍ୟା ଏବଂ ବଳାତ୍କାରର ମାମଲା ଆଦି ରୁଜୁ ହୋଇଥାଏ। କିନ୍ତୁ ବେଳେବେଳେ ଏପରି ମାମଲା...

ଦେବସ୍ଥାନମ୍‌ ବୋର୍ଡ ଭଙ୍ଗ କଲେ ଧାମି ସରକାର…

ଡେରାଡୁନ୍‌,୩୦।୧୧: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସରକାର ଦେବସ୍ଥାନମ୍‌ ବୋର୍ଡ ଭଙ୍ଗ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଚାର...

ହାଇଦ୍ରାବାଦ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରି ଫାଟି ଅଗ୍ନିକାଣ୍ଡ ଘଟଣା, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩ ।୯: ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ସୋମବାର ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

ଭରଣପୋଷଣ ପାଇଁ ସ୍ବାମୀଙ୍କୁ ସ୍ତ୍ରୀ ଦେବେ ଟଙ୍କା

ଲକ୍ଷ୍ନୌ, ୨୪।୧୦: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାର ପରିବାର କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସ୍ତ୍ରୀ ସ୍ବାମୀଙ୍କୁ ଭରଣପୋଷଣ ପାଇଁ ଟଙ୍କା ଦେବେ ବୋଲି କୋର୍ଟ...

କରୋନା ପରବର୍ତ୍ତୀ ସ୍ଥିତି ବିଶ୍ୱ ଅର୍ଥନୀତି ଲାଗି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାରତ- ୟୁରୋପ ସଂଘ(ଇୟୁ) ସମିଟ୍‌କୁ ଭିଡିଓ କନ୍‌ଫରେନ୍ସରେ ଉଦ୍‌ବୋଧନ ଦେଇ ଅର୍ଥନୀତି ସୁଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାମାରୀ...

ଜାମିନ୍‌ ମିଳିବାର ଦିନକ ପରେ ମୋଦି ସରକାରଙ୍କୁ ଘେରିଲେ ଚିଦାମ୍ବରମ୍‌: ଦେଶର ଜିଡ଼ିପି ୪.୫ ନୁହେଁ ୧.୫ ପ୍ରତିଶତ

ନୂଆଦିଲ୍ଲୀ,୫।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ମିଳିବାର ଗୋଟିଏ ଦିନ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଛନ୍ତି।...

Advertisement
Archives

Model This Week