ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଆସିଛି ଜ୍ୱର, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୮।୯: ଦେଶରେ ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଜ୍ୱର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗୋଆର କରୋନା ଯୋଦ୍ଧାଙ୍କ ସହିତ ଆଲୋଚନା ସମୟରେ ଏଭଳି କହିଛନ୍ତି। ସେ କାହାର ନାମ ନେଇ କଂଗ୍ରେସ ଉଦ୍ଦେଶ୍ୟରେ କହିଛନ୍ତି ଦେଶର ଏକ ରାଜନୈତିକ ଦଳକୁ ଜ୍ୱର ଆସିଛି।

ଏହା ସହିତ ସେ କହିଛନ୍ତି ଯେ, ଶୁକ୍ରବାର ମୋର ଜନ୍ମ ଦିନ ଥିଲା। ଜନ୍ମଦିନ ଆସିବ ଯିବ ସେଥିରେ କୌଣସି ସ୍ବତନ୍ତ୍ରତା ନାହିଁ। ମାତ୍ର ଶୁକ୍ରବାର ଦେଶରେ ଅଢ଼େଇ କୋଟି ଲୋକଙ୍କର ଟିକାକରଣ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ବୋଲି ସେ କହିଛନ୍ତି। ଏପରି କହି ପ୍ରଧାନମନ୍ତ୍ରୀ ଭାବୁକ ହୋଇ ଯାଇଥିଲେ।

ପ୍ରଧାନମନ୍ତ୍ରୀ କରୋନା ଯୋଦ୍ଧା ଏବଂ ଟିକାନେଇଥିବା ଲୋକଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ଏହି ସଫଳତା ସମସ୍ତଙ୍କର ସହଯୋଗ ଦ୍ୱାରା ସମ୍ଭବ ହୋଇଥିବା ପ୍ରକାଶ କରିଛନ୍ତି। ଟିକାକରଣ ବଢ଼ିବା ସହିତ ସଂକ୍ରମଣ ଆଶଙ୍କା କମିବ। ଏପରି ହେଲେ ଗୋଆରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନାଲି ଫୋଗାଟ ମୃତ୍ୟୁ ମାମଲା: ପରିବାରର ଦାବି ସମ୍ପତ୍ତି ପାଇଁ କରାଯାଇଛି ହତ୍ୟା, ଝିଅର ଜୀବନ ପ୍ରତି ରହିଛି ବିପଦ

ପଣଜୀ,୨୭ ।୮: ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ତଥା ଟିକ୍‌ଟକ୍ ଷ୍ଟାର ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ତାଙ୍କର ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ସୋନାଲିଙ୍କ...

ହିମାୟତ୍‌ ଯୋଜନାରେ ୧୨ ହଜାର ଯୁବବର୍ଗଙ୍କ ମିଳିଛି ତାଲିମ: ନକ୍‌ଭୀ

ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀରରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ହିମାୟତ୍‌ ଯୋଜନାରେ ଇତିମଧ୍ୟରେ ୧୨ ହଜାର ଯୁବବର୍ଗଙ୍କୁ ଆବଶ୍ୟକ ତାଲିମ୍‌ ଯୋଗାଇ ଦିଆଯାଇଛି। ଏଥିରେ ୧୬ କୋଟି...

୨ ଦିନରେ ଉହାନରେ ୨୫ ଲକ୍ଷ ଲୋକଙ୍କ କରୋନା ପରୀକ୍ଷା

ବେଜିଂ,୨୪।୫: କରୋନା ସଂକ୍ରମଣର ପ୍ରଭାବ ଚାଇନାରେ ଆଉ ନାହିଁ। ଏଠାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ଶୂନରେ ରହିଛି। ତେବେ କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା...

ଧର୍ମସଭାରେ ଯୋଗଦେଇଥିବା ୧୦ ମୃତ

ନୂଆଦିଲ୍ଲୀ,୧ା୪(ପି.ଟି.): ଦିଲ୍ଲୀର ନିଜାମୁଦ୍ଦିନ ଓ୍ବେଷ୍ଟରେ ଥିବା ତବଲିଘି ଜମାତ୍‌ ମୁଖ୍ୟାଳୟ କରୋନା ସଂକ୍ରମଣର ହଟ୍‌ସ୍ପଟ ପାଲଟିଥିବାବେଳେ ସ୍ବାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଲକ୍‌ଡାଉନ...

ମାଉଥ୍‌ ଓ୍ବାଶ୍‌ରେ ଗର୍ଗଲିଂ କଲେ ଦୂର ହେବ କରୋନା ସଂକ୍ରମଣ!

ବଜାରରେ ମିଳୁଥିବା ମାଉଥ୍‌ ଓ୍ବାଶ୍‌ ଦ୍ୱାରା ଗର୍ଗଲିଂ କଲେ ମୁହଁ ଓ ଗଳାରେ ଥିବା କରୋନା ଭାଇରସ୍‌ ସଂକ୍ରମଣ କିଛି ମାତ୍ରାରେ ଦୂର ହୋଇଯିବ ବୋଲି...

କରତାରପୁର କୋରିଡୋର ଖୋଲିବ ପାକିସ୍ତାନ

ଇସଲାମାବାଦ୍‌, ୩।୧୦: କରୋନା ସଂକ୍ରମଣ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରତାରପୁର କୋରିଡୋର ଖୋଲିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏସମ୍ପର୍କରେ ପାକିସ୍ତାନର ଧାର୍ମିକ ବ୍ୟାପାର...

ବିବାଦରେ ବିଚାରପତି

ନୂଆଦିଲ୍ଲୀ/ମୁମ୍ବାଇ, ୩୧ା୧: ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦୀୟ ରାୟ ଦେବା ଜଣେ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏଥିରୁ ଗ୍ଲାସେ…

ଫଳ ରସରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ମେଦବହୁଳତା ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ସକାଳେ ନିୟମିତ ଗ୍ଲାସେ ଫଳ ରସ...

Advertisement
Archives

Model This Week