Posted inଜାତୀୟ

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି

ମୁମ୍ବାଇ,୧୮ ।୯: ନିକଟରେ ଦିଲ୍ଲୀ ସ୍ପେଶାଲ ସେଲ୍ ଦ୍ୱାରା ୬ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଦେଶରେ ହେବାକୁ ଯାଉଥିବା ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ଏଡାଇ ଦିଆଯାଇଥିଲା । ହେଲେ ଏମାନଙ୍କ ମଧ୍ୟରେ ମୁମ୍ବାଇ ଧରାବିର ଜଣେ ସନ୍ଦିଗ୍ଧ ରହିଥିବାରୁ ଏବେ ମୁମ୍ବାଇ ପ୍ରତି ବିପଦ ଆଶଙ୍କା ଅଧିକ ଥିବା ଅନୁମାନ କରାଯାଇଛି । ଦିଲ୍ଲୀ ସ୍ପେଶାଲ ସେଲର ସୂତ୍ରରୁ ମିଳିଥବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ସନ୍ଦଗ୍ଧ ଆତଙ୍କବାଦୀ ମୁମ୍ବାଇ ଟ୍ରେନ୍ ସମେତ ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣକୁ ସଫଳ କରିବା ଯୋଜନାରେ ରହିଛି । ଏ ସମ୍ପର୍କରେ ରେଲୱେ ପୋଲିସ ବା ଜିଆର୍‌ପିକୁ ଏଜେନ୍ସି ନିକଟରୁ ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ସୂଚନା ମିଳିଛି । ଏବେ ଗୁଇନ୍ଦା ସଂସ୍ଥା ଜିଆର୍‌ପି ପୋଲିସକୁ ଟ୍ରେନ୍‌ରେ ଗ୍ୟାସ ଆଟାକ ବା ପ୍ଲାଟଫର୍ମରେ ଭିଡ ଯାତ୍ରୀଙ୍କ ମଧ୍ୟରେ ଗାଡି ମଡାଇ ଦେବା ଭଳି ଯୋଜନା ଆତଙ୍କବାଦୀମାନେ କରି ଥାଇପାରନ୍ତି ବୋଲି କୁହାଯାଇଛି । ଏହି ସୂଚନା ମିଳିବା ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି ଜିଆରପି ପୋଲିସ । ମୁମ୍ବାଇର ପ୍ରାୟ ସମସ୍ତ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । କିଛି ଏଣ୍ଟ୍ରି ଓ ଏକ୍‌ଜିଟକୁ ବନ୍ଦ ବି କରି ଦିଆଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଆର୍‌ପି ଲାଇଭ୍ ପୋଲିସ ମକଡ୍ରିଲ ଆରମ୍ଭ କରି ଦେଇଥିବା ବେଳେ ମଝିରେ ମଝିରେ ବମ୍ ସ୍କାଡ ଓ ଡଗ୍ ସ୍କାଡର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଫଏଟିଏଫର ଗ୍ରେ ଲିଷ୍ଟରୁ ବାହାରିଲା ପାକିସ୍ତାନ

ନୂଆଦିଲ୍ଲୀ,୨୨ ।୧୦: ପାକିସ୍ତାନକୁ ଏଫଏଟିଏଫର ଗ୍ରେ ଲିଷ୍ଟରୁ ବାହାର କରି ଦିଆଯାଇଛି । ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ତା’ର ପ୍ରତିକ୍ରିୟା ରଖିଛି ବୈଦେଶିକ...

ଗହଳି ନିୟନ୍ତ୍ରଣ କର

ନୂଆଦିଲ୍ଲୀ, ୧୫।୭: ହିଲ୍‌ ଷ୍ଟେଶନ ଏବଂ ବଜାରଗୁଡ଼ିକରେ ଅତ୍ୟଧିକ ଜନଗହଳିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବେଗ ପ୍ରକାଶ କରିବାର ଦିନକ ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ...

ମହାରାଷ୍ଟ୍ରରେ କରୋନା ସ୍ଥିତି ଅସମ୍ଭାଳ: ପ୍ରସ୍ତୁତ ହେଉଛି ହଜାରେ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ

ମୁମ୍ବାଇ,୨୦।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିବା ପରେ ଏବେ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବ୍ରିହାନମୁମ୍ବାଇ ମ୍ୟୁନିସିପାଲ...

ବିଦେଶରେ ମେଡିକାଲ ପଢ଼ୁଥିବା ୯୦ପ୍ରତିଶତ ଛାତ୍ର ଭାରତରେ କ୍ୱାଲିଫାଏ କରିବାରେ ଅସମର୍ଥ: କେନ୍ଦ୍ରମନ୍ତ୍ରୀ

ବେଙ୍ଗାଲୁରୁ,୨।୩: ୟୁକ୍ରେନ ଓ ରୁଷିଆ ଯୁଦ୍ଧରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଅପରେଶନ ଗଙ୍ଗା ଅନ୍ତର୍ଗତ ଅଭିଯାନକୁ ଜୋରଦାର କରିଛନ୍ତି।...

ଉପରାଜ୍ୟପାଳ ପ୍ରଧାନଶିକ୍ଷକ ନୁହଁନ୍ତି, ଯିଏ ହୋମୱାର୍କ ଚେକ୍‌ କରିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ସାକ୍ସେନା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ...

୨ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଗୁରୁବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୧୫୫ରେ ପହଞ୍ଚିଥିବାବେଳେ...

ଦିଲ୍ଲୀର କରୋନା ସ୍ଥିତି ଅସମ୍ଭାଳ: ପ୍ରତି ଘଣ୍ଟାରେ ୫ ଜଣଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨୪।୧୧: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ପ୍ରତି ଘଣ୍ଟାଏରେ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଲଗାତାର ୪...

ପଞ୍ଜାବ ବିଧାନସଭାରେ ସିଏଏକୁ ବିରୋଧ ପ୍ରସ୍ତାବ

ଚଣ୍ଡିଗଡ଼,୧୭।୧: କେରଳ ପରେ ଏବେ ପଞ୍ଜାବ ବିଧାନସଭାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଏକ ପ୍ରସ୍ତାବ ପାସ୍‌ କରାଯାଇଥିବା ଜଣାପଡିଛି। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week