ଜାତୀୟ

ସିଭିଲ ସର୍ଭିସ ପରୀକ୍ଷାରେ ଶୁଭମ୍‌ କୁମାର ଟପ୍ପର

ନୂଆଦିଲ୍ଲୀ,୨୪।୯: ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ୨୦୨୦ ମେନ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ଟପ୍ପର ହୋଇଛନ୍ତି ଶୁଭମ୍‌ କୁମାର। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜାଗୃତି ଆସ୍ବସ୍ଥି ଅଛନ୍ତି। ଶୁଭମ୍‌ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ…

ଭାଜପା ଉପରେ ଆକ୍ରମଣ ତ ଦୂରର କଥା ତାକୁ ଛୁଇଁଲେ ଲଜ୍ୟା ଲାଗିବ: ମମତା

କୋଲକାତା,୨୪ ।୯: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତାମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଘର ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ମୃତ ଶରୀରକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ଆଉ ଏହାପରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗର…

କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା, ହତ୍ୟାକାରୀ ନିହତ

ନୂଆଦିଲ୍ଲୀ,୨୪ ।୯: ରାଜଧାନୀ ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଏକ ବଡ ଧରଣର ଅଘଟଣ ଘଟିଛି । କେତେଜଣ ଦୁର୍ବୁତ୍ତ କୋର୍ଟ ଭିତରେ ପଶି ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । କୋର୍ଟ ରୁମ୍ ନମ୍ବର ୨୦୭ରେ ଶୁଣାଣି ଚାଲୁଥିବା…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗୁହାରି କଲେ ଚାଷୀ ନେତା ରାକେଶ ଟିକାଏତ

ନୂଆଦିଲ୍ଲୀ,୨୪ ।୯: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ତଥା କୃଷକ ନେତା ରାକେଶ ଟିକାଏତ ଦେଶର ସମସ୍ୟା ଉପରେ ବିଦେଶୀ ହସ୍ତକ୍ଷେପ ଚାହୁଁଛନ୍ତି । କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ବିରୋଧ କରି କୃଷକ ନେତା ରାକେଶ…

ସିବିଆଇ ହାତରେ ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ଗଠନ ହେଲା ଯାଞ୍ଚ ଟିମ୍‌

ଲକ୍ଷ୍ନୌ,୨୪ ।୯: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା ଯାଞ୍ଚ ସିବିଆଇ ନେଇଛି । କେନ୍ଦ୍ର ସରକାର ଏହି ମାମଲାରେ ନୋଟିଫିକେଶ ଜାରି କରି ଦେଇଛନ୍ତି ଓ ଏଥିପାଇଁ ଏକ ଯାଞ୍ଚ ଟିମ୍ ଗଠନ…

ୟୁପିରେ ୨ ଦଳ ସହ ମିଶି ନିର୍ବାଚନ ଲଢିବ ଭାଜପା

ଲକ୍ଷ୍ନୌ,୨୪।୯: ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି କ୍ରମରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛି ଯେ,ଦଳ ନିଶାଦ ପାର୍ଟି ଏବଂ ଅପ୍‌ନା ଦଳ ସହ…

‘କୋଭାକ୍ସିନ୍‌ ଟିକା ନେଇଥିବା ମୋଦିଙ୍କୁ ଆମେରିକା ଯିବାକୁ କେମିତି ମିଳିଲା ଅନୁମତି’

ନୂଆଦିଲ୍ଲୀ,୨୪।୯: ଟିଏମସି ନେତା ରିଜୁ ଦତ୍ତଙ୍କ ପରେ ଏବେ କଂଗ୍ରେସ ନେତା ଦିଗବିଜୟ ସିଂ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଶୁକ୍ରବାର ଟୁଇଟ କରି କହିଛନ୍ତି- ମୁଁ ଯେତିକି ଜାଣେ,…

ପୁଣି ରେକର୍ଡ ଭାଙ୍ଗିଲା ସେନସେକ୍ସ

ନୂଆଦିଲ୍ଲୀ,୨୪।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୬୦ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ ୩୨୫.୭୧ ପଏଣ୍ଟ ବୃଦ୍ଧି ପାଇ ୬୦୨୧୧,୦୭ରେ ପହଞ୍ଚିଛି। ଅନ୍ୟପକ୍ଷରେ, ନିଫ୍ଟି ୯୩.୩୦ ପଏଣ୍ଟ ବୃଦ୍ଧି…

‘ମୋତେ ହତ୍ୟା କରାଯାଇପାରେ’

ନୂଆଦିଲ୍ଲୀ,୨୪।୯: ଲୋକ ସଭା ଏମ୍‌ପି ଏବଂ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ସୁରକ୍ଷା ଦାବିରେ ଏକ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ଦିଲ୍ଲୀରେ ଥିବା ତାଙ୍କ ଘରେ ହୋଇଥିବା ଭଙ୍ଗାରୁଜା ପରେ ତାଙ୍କ…

ଦିନେ ବଢିଲେ, ଦିନେ କମୁଛି

ନୂଆଦିଲ୍ଲୀ,୨୪।୯: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୧,୩୮୨ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩୧୮ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ…

ଭୁଲ ଭାବେ ମହିଳାଙ୍କ କେଶ କାଟିବା ପଡ଼ିଲା ମହଙ୍ଗା: ଏବେ ସେଲୁନକୁ ଦେବାକୁ ପଡ଼ିବ ୨ କୋଟି ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀର ଏକ ସେଲୁନରେ ଭୁଲ ଭାବେ ମହିଳାଙ୍କ କେଶ କାଟିବା ମହଙ୍ଗା ପଡିଛି। ଫଳରେ ସେଲୁନକୁ ୨ କୋଟି ଟଙ୍କାର କ୍ଷତି ପୂରଣ ଏବେ ଦେବାକୁ ପଡିବ। ଜାତୀୟ ଉପଭୋକ୍ତା ବିବାଦର ସମାଧାନ ଆୟୋଗ (ଏନସିଡିଆରଡିସି) ମହିଳାଙ୍କୁ ଦୁଇ କୋଟି…

ପେଗାସସ୍‌ ମାମଲା: ଆସନ୍ତା ସପ୍ତାହରେ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୪ା୯:ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାରରେ କେନ୍ଦ୍ର ସରକାରଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ଏକାଧିକ ଆବେଦନର ଶୁଣାଣି ଗୁରୁବାର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏକ ବୈଷୟିକ ଟିମ୍‌ ଗଠନ କରିବେ, ଯାହାର ରାୟ ଆସନ୍ତା ସପ୍ତାହରେ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri