Posted inଜାତୀୟ

ରୋହିଙ୍ଗ୍ୟାଙ୍କୁ ନିର୍ବାସିତ କରିବାର ଯୋଜନା ଏବେ ନାହିଁ, ସୁପ୍ରିମ୍‌କୋର୍ଟରେ ଉତ୍ତର ରଖିଲେ ରାଜ୍ୟ ସରକାର…

ନୂଆଦିଲ୍ଲୀ,୨୬।୧୦: କର୍ନାଟକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏବେ ନିର୍ବାସିତ କରିବାର କୌଣସି ଯୋଜନା ନାହିଁ। ପରବର୍ତ୍ତୀ ସମୟରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ତତ୍କାଳ କୌଣସି ପଦକ୍ଷେପ ଗ୍ରହଣ କରାଯିବାର ଯୋଜନା ରାଜ୍ୟ ସରକାର କରି ନାହାନ୍ତି ବୋଲି କର୍ନାଟକ ସରକାର ସୁପ୍ରିମ୍‌କୋର୍ଟରେ ଏନେଇ ନିଜର ଉତ୍ତର ରଖିଛନ୍ତି। ରାଜ୍ୟରୁ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନିର୍ବାସନ କରିବା ଲାଗି ହୋଇଥିବା ଏକ ଜନ ସ୍ବାର୍ଥ ମାମଲା ଆବେଦନର ଶୁଣାଣି ସମୟରେ କର୍ନାଟକ ସରକାର ଏଭଳି କହିଛନ୍ତି।

ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନରେ ରାଜ୍ୟରୁ ବାଂଲାଦେଶୀ, ରୋହିଙ୍ଗ୍ୟା ଶରଣାର୍ଥୀ, ଅନୁପ୍ରବେଶକାରୀ ଏବଂ ଅବୈଧ ପ୍ରବାସୀଙ୍କୁ ଏକ ବର୍ଷ ମଧ୍ୟରେ ନିର୍ବାସିତ କରିବାକୁ ଉଲ୍ଲେଖ କରାଯାଇଥିଲା।

ଏଭଳି ଲୋକଙ୍କୁ ଚିହ୍ନଟ କରି ପୋଲିସ ଅଟକ ରଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ଉପରେ ଆବେଦନରେ ଦାବି କରାଯାଇଥିଲା।

ଏସମ୍ବନ୍ଧିତ ଆଇନ ଏବଂ ସାମ୍ବଧାନିକ ବ୍ୟବସ୍ଥାରେ ସଂଶୋଧନ ପାଇଁ ଆବେଦନରେ ଜୋର୍‌ ଦିଆଯାଇଥିଲା। ବେଆଇନ ଭାବେ ପ୍ରସ୍ତୁତ କରାଯାଇଥିବା ପ୍ୟାନ୍‌ କାର୍ଡ, ଆଧାର କାର୍ଡ, ଭୋଟର କାର୍ଡ ଉପରେ ଶୀଘ୍ର ପଦକ୍ଷେପ ଗ୍ରହଣ ଲାଗି ମଧ୍ୟ କୁହାଯାଇଥିଲା।

ପୂର୍ବତନ ପ୍ରଧାନ ବିଚାରପତି ଏସ୍‌.ଏ, ବୋବ୍‌ଦେ, ବିଚାରପତି ଏ.ଏସ୍‌. ବୋପନ୍ନା ଏବଂ ଭି.ରାମସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୦୨୧ ମାର୍ଚ୍ଚରେ ଏନେଇ ନୋଟିସ୍‌ ଜାରି କରିଥିଲେ। ଆବେଦନରେ କୁହାଯାଇଥିଲା ଯେ, ବେଙ୍ଗାଲୁୂରୁ ସହରରେ ୭୨ ରୋହିଙ୍ଗ୍ୟାଙ୍କୁ ଚିହ୍ନଟ କରାଯାଇଥିଲା। ସେମାନେ ବିଭିନ୍ନ ସ୍ଥାନରେ କାମ କରୁଥିବା ବେଳେ ପୋଲିସ ପକ୍ଷରୁ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଆବେଦନରେ ଅଭିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?