ଜାତୀୟ

କଙ୍ଗନାଙ୍କ ଉପରେ ଦେଶଦ୍ରୋହ

ନୂଆଦିଲ୍ଲୀ, ୨୧।୧୧: ଇନଷ୍ଟାଗ୍ରାମରେ ଷ୍ଟୋରି ପୋଷ୍ଟ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ଉପରେ ରୁଜୁ ହୋଇଛି ଦେଶଦ୍ରୋହ ମାମଲା। ଭାରତୀୟ ଯୁବ କଂଗ୍ରେସ (ଆଇୟାଇସି) ଜାତୀୟ ସମ୍ପାଦକ ଅମ୍ରେଶ ରଞ୍ଜନ ପାଣ୍ଡେ ଓ ଅମବୁଜ ଦିକ୍ସିତ ନୂଆଦିଲ୍ଲୀସ୍ଥିତ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌…

ପାର୍ଲାମେଣ୍ଟକୁ ଟ୍ରାକ୍ଟର ରାଲିରୁ ଓହରି ନାହାନ୍ତି ଚାଷୀ

ନୂଆଦିଲ୍ଲୀ, ୨୧।୧୧: ବିବାଦୀୟ କୃଷି ଆଇନ ରଦ୍ଦ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ଏହାସତ୍ତ୍ୱେ ଆଗାମୀ ଶୀତ ଅଧିବେଶନ ବେଳେ ପାର୍ଲାମେଣ୍ଟକୁ ଟ୍ରାକ୍ଟର ରାଲି କରିବା ନିଷ୍ପତ୍ତିରୁ ଓହରି ନାହାନ୍ତି ଆନ୍ଦୋଳନରେ ସକ୍ରିୟ ଥିବା ଚାଷୀ ସଂଗଠନ।…

ଇସ୍ତଫା ଦେଲେ ରାଜସ୍ଥାନର ସମସ୍ତ ମନ୍ତ୍ରୀ

ଜୟପୁର,୨୦।୧୧: ରାଜସ୍ଥାନ ମନ୍ତ୍ରିମଣ୍ଡଳରେ ହେବାକୁ ଥିବା ଅଦଳବଦଳର ଗୋଟିଏ ଦିନ ପୂର୍ବରୁ ଇସ୍ତଫା ଦେଇଛନ୍ତି ରାଜ୍ୟର ସମସ୍ତ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ଜଣାପଡ଼ିଛି। ନୂଆ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ରବିବାର ରାଜ…

ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ପ୍ରକାଶ କରିବା ମାନହାନୀ ନୁହେଁ, ହାଇକୋର୍ଟଙ୍କ ରାୟ…

ଲକ୍ଷ୍ନୌ,୨୦।୧୧: ମାନହାନୀ ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏକ ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି ଯେ,ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ପ୍ରକାଶ କରିବା ମାନହାନୀ ନୁହେଁ। ବିଚାରପତି ସୌମିତ୍ର ଦୟାଲ…

ପ୍ରଧାନମନ୍ତ୍ରୀଙ୍କ ଆଗରେ ବଡ଼ ଦାବି ରଖିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୦।୧୧: ବିବାଦୀୟ ୩ ଚାଷୀ ଆଇନକୁ ବାତିଲ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ୪ ବଡ଼ ଦାବି ରଖିଛନ୍ତି ଭାଜପା ଏମ୍‌ପି ବରୁଣ ଗାନ୍ଧୀ। ଅନଲାଇନରେ ଶେୟାର କରିଥିବା ଚିଠିରେ ବରୁଣ ଲେଖିଛନ୍ତି, ୩ ନୂଆ ଚାଷୀ ଆଇନ…

ଅଭିଯୁକ୍ତଙ୍କ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ୍‌ ଜରୁରୀ, ହାଇକୋର୍ଟଙ୍କ ଗୁରୁତ୍ୱାରୋପ…

ଚେନ୍ନାଇ,୨୦।୧୧: ମାନସିକ ସମସ୍ୟା ରହିଥିବା ଅଭିଯୁକ୍ତଙ୍କ ଯାଞ୍ଚ୍‌ ଜରୁରୀ। ପ୍ରଥମେ ସେମାନଙ୍କୁ ଆବଶ୍ୟକ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ୍‌ ସୁବିଧା ଉପଲବ୍ଧ କରାଇବା ଆବଶ୍ୟକ ବୋଲି ପୋଲିସ, ଜେଲ୍‌ ଅଧିକାରୀ ଏବଂ ରିମାଣ୍ଡିଙ୍ଗ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉଦ୍ଦେଶ୍ୟରେ ମାଡ୍ରାସ୍‌ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠଙ୍କ ପକ୍ଷରୁ…

ଅନୈତିକ ସମ୍ପର୍କ ପାଇଁ ସ୍ତ୍ରୀଙ୍କୁ ୧୬ ଥର ଭୁଷିଲେ ଛୁରି

ନୂଆଦିଲ୍ଲୀ,୨୦।୧୧: ଅନୈତିକ ସମ୍ପର୍କକୁ ଲୁଚାଇବା ପାଇଁ ଦିଲ୍ଲୀରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ଅଭିଯୁକ୍ତ ନବୀନ ଗୁଲେରିଆ ଓ ଦୁଇ ଜଣ କଣ୍ଟ୍ରାକ୍ଟ କିଲର (ସୋନୁ ଓ ରାହୁଲ)ଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀର ମାଲଭିୟା ନଗର…

ଆର୍ୟନଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନାହିଁ: ମୁମ୍ବାଇ ହାଇକୋର୍ଟ

ମୁମ୍ବାଇ,୨୦ା୧୧: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କ ବିରୋଧରେ ମୁମ୍ବାଇ ହାଇକୋର୍ଟ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି। ଆଜି ଆର୍ୟନ ମୁମ୍ବାଇ ହାଇକୋର୍ଟଙ୍କଠାରୁ ଜାମିନ ଆଦେଶ ପାଇଛନ୍ତି। ଜାମିନ ଆଦେଶ ସହିତ କୋର୍ଟ ୧୪ ପୃଷ୍ଠାର ନିର୍ଦ୍ଦେଶ ଦେବାବେଳେ…

ମନ୍ତ୍ରୀଙ୍କ ପ୍ରେସ୍‌ ସୂଚନା ସମୟରେ ସାଙ୍କେତିକ ଭାଷାର ସୁବିଧା ରହୁ, ସୁପ୍ରିମ୍‌କୋର୍ଟରେ ଆବେଦନ…

ନୂଆଦିଲ୍ଲୀ,୨୦।୧୧: ରାଷ୍ଟ୍ର ମୁଖ୍ୟ ଅବା ଅନ୍ୟ ମନ୍ତ୍ରୀଙ୍କ ପ୍ରେସ୍‌ ସୂଚନା କାର୍ଯ୍ୟକ୍ରମ ସମୟରେ ସାଙ୍କେତିକ ଭାଷାର ସୁବିଧା ରହୁବୋଲି ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ଏହା ଦ୍ୱାରା ପ୍ରେସ୍‌ ସୂଚନା ସମ୍ପର୍କରେ ଶ୍ରବଣ ଶକ୍ତି ବାଧିତ ଦିବ୍ୟାଙ୍ଗମାନେ ସହଜରେ ଜାଣି…

କୁଲଗାମ୍‌ରେ ଏନ୍‌କାଉଣ୍ଟର…

ଶ୍ରୀନଗର,୨୦।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ ଅଲ୍‌ଆଉଟ୍‌ରେ ମିଳିତ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। କୁଲଗାମରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଅନ୍ୟ ଆତଙ୍କବାଦୀମାନେ ମଧ୍ୟ ଏହି ଅଞ୍ଚଳରେ ରହିଥିବା…

ପ୍ରତିବର୍ଷ ୩୦ ହେଲିକପ୍ଟର ନିର୍ମାଣ କରିବ ଏଚଏଏଲ୍‌…

ନୂଆଦିଲ୍ଲୀ,୨୦।୧୧: ଭାରତର ରାଷ୍ଟ୍ରାୟତ୍ତ ଏରୋସ୍ପେସ ଏବଂ ପ୍ରତିରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ୍‌) ବର୍ଷକୁ ପ୍ରାୟ ୩୦ଟି ଲାଇଟ କମ୍ବାଟ ହେଲିକପ୍ଟର (ଏଲସିଏଚ୍‌) ନିର୍ମାଣ କରିବ ବୋଲି ଆଶା କରାଯାଉଛି। ଏନେଇ ଏଚଏଏଲ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତ୍ମନିର୍ଭର…

ମୁଖ୍ୟମନ୍ତ୍ରୀ ଗେହଲଟ ଗ୍ରହଣ କଲେ ୩ ମନ୍ତ୍ରୀଙ୍କ ଇସ୍ତଫା ପତ୍ର, ଗୋଟିଏ ଦିନ ପରେ ଶପଥଗ୍ରହଣ

ଜୟପୁର,୨୦ ।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରର ୩ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଗେହଲଟ ଏମାନଙ୍କ ଇସ୍ତଫା ପତ୍ର ଗହଣ କରି ନେଇଛନ୍ତି । ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri